କିଏ ହେବେ ଦଳରେ ସାମିଲ?

By Social Talk Team
Published 16.08.2025

ଆସନ୍ତା ଏସିଆ କପ୍ ଟ୍ଵେଣ୍ଟି ଟ୍ଵେଣ୍ଟି ଫର୍ମାଟରେ ଖେଳାଯିବାକୁ ଥିବାରୁ ଭାରତୀୟ ଦଳରେ କିଏ ସାମିଲ ହେବେ ସେଥିପାଇଁ ବିସିସିଆଇ ପକ୍ଷରୁ ଅଗଷ୍ଟ୧୯ ତାରିଖରେ ଦଳ ଘୋଷଣା କରାଯିବ l ତେବେ ଏହା ପୂର୍ବରୁ ପ୍ରଶ୍ନ ଉଠୁଛି କିଏ ହେବେ ସାମିଲ? କିଏ ପଡିବେ ବାଦ ଏବଂ କିଏ ହେବେ ଅଧିନାୟକ ଓ ଉପଅଧିନାୟକ? ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଡ୍ର ପରେ ଏବେ ଦଳ ହୁଏତ ଆଗାମୀ ଏସିଆ କପ୍ ପାଇଁ ଇଂଲଣ୍ଡ ଗସ୍ତରେ ଯାଇଥିବା କିଛି ଖେଳାଳୀ ମାନଙ୍କୁ ଆରାମ୍ ଦେଇପାରେ l ଯଦି ଏହା ସତ ହୁଏ ତେବେ ଅଧିନାୟକ ଶୁଭମନ୍ ଗିଲ୍, ଯଶସ୍ଵୀ ଜୟସ୍ୱାଲ୍, ଯଶପ୍ରୀତ୍ ବୁମରା, ରିଷଭ ପନ୍ଥ,କେ ଏଲ୍ ରାହୁଲଙ୍କୁ ଦଳ ବାଦ ଦେଇପାରେ l ସେମାନଙ୍କ ସ୍ଥାନରେ ଭାରତୀୟ ଟିମରେ ଓପନର ଭାବେ ଅଭିଷେକ ଶର୍ମା, ସଞ୍ଜୁ ସାମସନ୍, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ୍ ଆୟର, ଶିବମ୍ ଦୁବେ, ଇଶାନ କିଷନ, ତିଲକ୍ ବର୍ମା, ରିଙ୍କୁ ସିଂ, ରିୟାନ ପରାଗ,ଅଲରାଉଣ୍ଡର ରୂପେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର ଏବଂ ବୋଲର ଭାବେ ମହମ୍ମଦ ସିରାଜ, ହର୍ଷିତ ରାଣା,ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ, ରବି ବିଶନୋଇ, କୁଲଦୀପ ଯାଦବ, ଦୀପକ ଚହର ପ୍ରମୁଖ ଦୌଡରେ ଆଗୁଆ ରହିଛନ୍ତି l ଅନ୍ୟ ପକ୍ଷରେ ଦଳର ଉପ ଅଧିନାୟକ ଭାବେ ହାର୍ଦ୍ଦିକ, ଶ୍ରେୟସ ଓ ଅକ୍ଷରଙ୍କ ମଧ୍ୟରୁ କାହାକୁ ଦଳ ଦାୟିତ୍ଵ ଦେବ ତାହା ଆଉ ଏକ ପ୍ରଶ୍ନ l ତେଣୁ ମନୋନୟନ କମିଟି ତଥା କୋଚ୍ ଗୌତମ୍ ଗମ୍ଭୀର କେଉଁ ମାନଙ୍କୁ ଦଳରେ ସାମିଲ କରାଇବା ପାଇଁ ଚୁଡାନ୍ତ ନିଷ୍ପତ୍ତି ନେଉଛନ୍ତି ତାହା ଆଉ କିଛି ଘଣ୍ଟା ପରେ ଜଣା ପଡିବ l

ସୋସିଆଲ ଟକ୍

Leave a Reply

Your email address will not be published. Required fields are marked *

You cannot copy content of this page