ଆସିଲେ ମାରିଲେ :

Talk Always Truth

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ
By – SUBHASMITA Aug 20 2025
ନୂଆଦିଲ୍ଲୀ : 20 ଅଗଷ୍ଟ 2025 (ସକାଳ 9:36 IST
ଦିଲ୍ଲୀରୁ ସକାଳୁ ସକାଳୁ ବଡ଼ ଖବର ଆସିଛି । ରାଜଧାନୀରେ ସାପ୍ତାହିକ ଜନଶୁଣାଣି ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଜଣେ ୩୫ ବର୍ଷୀୟ ଯୁବକ ଆକ୍ରମଣ କରିଛନ୍ତି ।
ସୂଚନା ଅନୁସାରେ, ସକାଳୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିଲେ । ଏହି ସମୟରେ ଜଣେ ୩୫ ବର୍ଷୀୟ ଯୁବକ କିଛି କାଗଜ ପତ୍ର ନେଇ ତାଙ୍କୁ ଦେଖିବାକୁ ଯାଇଥିଲେ ।
ସେ ପ୍ରଥମେ ଜୋରରେ ଚିଲେଇଲେ, ପରେ ହଠାତ୍ ଆଗକୁ ବଢ଼ି ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଲେ ।
ଘଟଣା ପରେ ସେହି ଯୁବକଙ୍କୁ ସ୍ଥଳରେ ଥିବା ପୋଲିସ ତୁରନ୍ତ ଅଟକ କରିଥିଲେ । ବର୍ତ୍ତମାନ ସେ ପୋଲିସ ପଚରାଉଚରା ଅଧୀନରେ ଅଛନ୍ତି ।
ଯଦିଓ ଆକ୍ରମଣର ମୂଳ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ପୋଲିସ ଘଟଣାକୁ ଗୁରୁତ୍ୱର ସହ ତଦନ୍ତ କରୁଛି ।
ଦିଲ୍ଲୀ ବିଜେପି ଏହି ଘଟଣାକୁ କଠୋର ଭାବେ ନିନ୍ଦା କରିଛି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି ଥିବାକୁ କହିଛନ୍ତି
ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନଚିହ୍ନ ଉଠିଛି!
ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ସହିତେ, ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାରେ ଅବହେଳା ନେଇ ଅସନ୍ତୋଷ ଦେଖାଦେଇଥିଲା !

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page