
୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ
By -SUBHASMITA Aug 26 2025
କାମାକ୍ଷାନଗର: ପୁଣି ରାସ୍ତା ସମସ୍ୟା ପାଇଁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଲେ ସମ୍ପର୍କୀୟ । ମହାବିରୋଡ଼ ଥାନା ବାମ ପଞ୍ଚାୟତ ପାକଟମୁଣ୍ଡା ଗାଁରେ ସାପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ପାକଟମୁଣ୍ଡା ଗାଁ ଢ଼ିପସାହିର ସିଧ ମୁଣ୍ଡା ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା । ଚିକିତ୍ସା ପାଇଁ ସିଧ ମୁଣ୍ଡାଙ୍କୁ ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ମରଶରୀକୁ ପରିବାର ଲୋକ ଗାଁକୁ ଆଣିଥିଲେ କିନ୍ତୁ ରାସ୍ତା ଖରାପ ଥିବାରୁ ୨ କିଲୋମିଟର ଖଟିଆରେ ମୃତଦେହକୁ ବୋହିଥିଲେ ସମ୍ପର୍କୀୟ ।
ଅନନ୍ତପୂର ସଂରକ୍ଷିତ ଜଙ୍ଗଲ ପାଦ ଦେଶରେ ଘଞ୍ଚ ଜଙ୍ଗଲ ଭିତରେ ପାକଟମୁଣ୍ଡା ଗାଁ ଅବସ୍ଥିତ ଗାଁରେ ମୋବାଇଲ ନେଟୱାର୍କ ନଥିବାରୁ ଆମ୍ବୁଲାନ୍ସ ଯୋଗାଯୋଗ ହେବାରେ ବିଳମ୍ବ ହୋଇଥିଲା । ମୃତଦେହ ବ୍ୟବଚ୍ଛେଦ ପରେ ଗାଁକୁ ଆଣୁଥିବାବେଳେ ରାସ୍ତା ଖରାପ ଥିବାରୁ ୨ କିମି ମୃତଦେହକୁ ଖଟିଆରେ ବୋହି ସମ୍ପର୍କୀୟମାନେ ଘରକୁ ଆଣିଥିଲେ । ପରେ ଦାହସଂସ୍କାର ହୋଇଥିଲା ଗାଁରେ
ରାସ୍ତା ଭଳି ମୌଳିକ ସୁବିଧାରୁ ବଂଚିତ ହୋଇ ଅନ୍ଧାରୀ ଜୀବନ କାଟୁଥିବାବେଳେ ଏହାର ସମାଧାନ ପାଇଁ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି ।
ଖଟିଆରେ ପଡି ଶାରିରୀକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ସ୍ତ୍ରୀ, ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି ସ୍ୱାମୀ
ଜାଣନ୍ତୁ କାହାକୁ ଓ କେମିତି ମିଳିବ ଆୟୁଷ୍ମାନ କାର୍ଡ, ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେବେ । ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଦ୍ବୟ ଯୋଜନା, ନବୀନ କାର୍ଡ ଏବଂ ରାସନ କାର୍ଡ ଥିବା ହିତାଧିକାରୀ ପାଇ ପାରିବେ ଆୟୁଷ୍ମାନ ଯୋଜାନର ଲାଭ ।
Socialtalknews