By – SUBHASMITA ଅକ୍ଟବେର 9 2025
ଭୁବନେଶ୍ବର, ୯ ଅକ୍ଟୋବର: ଗୁରୁବାର ରାତିରେ ହୋଇଥିବା ବଜ୍ରପାତରେ ଭୁବନେଶ୍ବରର ଐତିହ୍ୟବାହୀ ଲିଙ୍ଗରାଜ ମନ୍ଦିର ମାରାତ୍ମକ କ୍ଷତି ଅନୁଭବ କରିଛି। ମନ୍ଦିର ଶିଖରରେ ଥିବା ପବିତ୍ର ପତାକା ଜଳି ଯାଇଛି, ସହିତେ ମନ୍ଦିର ଭିତରେ ଥିବା ସିସିଟିଭି ଓ ଇଲେକ୍ଟ୍ରିକ୍ ବ୍ୟବସ୍ଥା ମଧ୍ୟ ନଷ୍ଟ ହୋଇଛି।
ଗର୍ଭଗୃହ ଭିତରେ ଥିବା ମର୍କ୍ୟୁରୀ ବଲବ୍ ଫାଟି ପଡ଼ିଥିବାରୁ ଗୁଣ୍ଡ କାଚ ଚାରିଦିଗରେ ଛିଟିଗଲା। ଅନେକ ସେବାୟତ ଓ ଶ୍ରଦ୍ଧାଳୁ ବିଦ୍ୟୁତ ଆଘାତରେ ହାଲୁକା ଆହତ ହୋଇଥିବା ଖବର ମିଳିଛି।
ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ଠିକ୍ ଭାବରେ ଆର୍ଥିଂ ନ ଥିବାରୁ ଏପରି ଦୁର୍ଘଟଣା ଘଟିଛି। ସେମାନେ ଏଥିପାଇଁ ଆର୍କିଓଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ (ଏଏସଆଇ)କୁ ଦାୟୀ କରିଛନ୍ତି।
ଘଟଣା ପରେ ଗୁରୁବାର ସକାଳୁ ଏଏସଆଇର ୫ ଜଣିଆ ଟିମ୍ ମନ୍ଦିର ପରିସରରେ ଯାଇ ନିକଟ ଅନୁଧ୍ୟାନ ଆରମ୍ଭ କରିଛନ୍ତି। ନଷ୍ଟ ହୋଇଥିବା ପତାକା ପରିବର୍ତ୍ତନ କରାଯାଇଛି ଓ ଇଲେକ୍ଟ୍ରିସିଆନମାନେ ମରାମତି କାମ କରୁଛନ୍ତି।
ଏହି ଅପୂର୍ବ ଘଟଣା ଭକ୍ତମାନଙ୍କ ମନକୁ ଗଭୀର ଭାବରେ ମର୍ମାହତ କରିଛି। ଅନେକ ଭକ୍ତ ଏହାକୁ ଅଶୁଭ ସଙ୍କେତ ବୋଲି ବି ମନେ କରୁଛନ୍ତି।
Socialtalknews