socialtalknews

ରାଜ୍ୟ ସରକାରଙ୍କର ଏକ ମୁଖ୍ୟ ଫୋକସ ହେଉଛି ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା

ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା | ସେଥିପାଇଁ ଓଡ଼ିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶକୁ ପ୍ରାଧ୍ୟାନ୍ୟ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ କ୍ୟାପ୍‍ଟିଭ୍ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା (Concession Agreement) ସ୍ୱାକ୍ଷରିତ ହୋଇଛି । ଲୋକସେବା … Read more

୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣୀ

ଆଉ ଜଣେ ଲାଞ୍ଚ ନେବା ବେଳେ ଧାରା ପଡ଼ିଲେ ଭିଜିଲାନ୍ସ ହାତରେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆକାଉଣ୍ଟାଣ୍ଟ | ସେ ହେଉଛନ୍ତି କୁଜଙ୍ଗ ବିଇଓ ଅଫିସର ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ବାଇଁ । ସୂର୍ଯ୍ୟକାନ୍ତ ସ୍ୱାଇଁ ଜଣେ ଶିକ୍ଷକଙ୍କଠାରୁ ଘର ନିର୍ମାଣ ଅଗ୍ରିମ ବିଲ୍ କରିବା ପାଇଁ ୧,୫୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ସମୟରେ ଆକାଉଣ୍ଟାଣ୍ଟ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ … Read more

ରଥଯାତ୍ରା ପାଇଁ ସୁରକ୍ଷାରେ ପୁରୀ ସହର ; ଆକାଶ ମାର୍ଗରୁ ନଜର ରଖିଛି AI ସିସିଟିଭି

ରାତି ପାହିଲେ ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି । ଆସନ୍ତାକାଲି ହେଉଛି ବିଶ୍ୱପ୍ରସିଦ୍ଧ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦିବ୍ୟ ଘୋଷଯାତ୍ରା | ରଥଯାତ୍ରା ପାଇଁ ଚାଲିଛି କେତେ ପ୍ରସ୍ତୁତି କେତେ ଆୟୋଜନ । ରଥକାମ ସରିଥିବା ବେଳେ ଆଜି ତିନି ରଥକୁ ସିଂହଦ୍ବାର ସମ୍ମୁଖକୁ ଆଣାଯିବ। ସେପଟେ ରଥଯାତ୍ରା ପାଇଁ  ଆକାଶମାର୍ଗରୁ ନଜର ରହିଛ ପୁରୀ ସହର ଉପରେ | ଏଥର ରଥଯାତ୍ରା ବେଳେ ମୁତୟନ ହେବେ NSG ସ୍ନାଇପର୍ସ, ଜଗିବେ ପ୍ରାୟ ୧୦ ହଜାର ପୋଲିସ। … Read more

ମହାକାଶ ମିଶନ ରେ ଗଲେ ଶୁଭାଂଶୁ ଶୁକ୍ଳା,

ଅପେକ୍ଷା ର ଅନ୍ତ ଘଟିଲା ଏବଂ ମହାକାଶ ମିଶନ ଆରମ୍ଭ ହେଲା । ମହାକାଶ ଗଲେ ଶୁଭାଂଶୁ ଶୁକ୍ଳା । ସ୍ପେସ୍ ଏକ୍ସର ଆକ୍ସିୟମ ମିଶନ-୪ର ସଫଳ ଉତକ୍ଷେପଣ । ନାସାର କେନେଡି ସେଣ୍ଟରରୁ ହେଲା ଉତକ୍ଷେପଣ । ଫାଲକନ୍-୯ ରକେଟ୍ ଦ୍ବାରା ହେଲା ସଫଳ ଉତକ୍ଷେପଣ । ତେବେ ଏହି ଉତକ୍ଷେପଣ ସହ ମହାକାଶକୁ ଗଲେ ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଭାରତ ପାଇଁ ଆଜି ଗର୍ବର ଓ ଗୌରବର ଦିନ । ମହାକାଶକୁ … Read more

ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା ।

ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ୍ । ମା କୁ ଛାଡି ମହାକାଶ ଗଲେ ଶୁଭାଶୁଂ ଶୁକ୍ଳା । ମହାକାଶକୁ ଯାଉଛି ପୁଅ । ଖୁସିରେ ମାଆ ବାପାଙ୍କ ଆଖିରୁ ଶୁଖୁନି ଲୁହ । ପୁଅର ଏହି ସଫଳତାକୁ ଦେଖି କାନ୍ଦିପକାଇଲେ ଶୁଭାଂଶୁଙ୍କ ମାଆ । ପୁଅର ମହାକାଶ ଯାତ୍ରା ଦେଖି ଗର୍ବରେ ସିନା ଛାତି କୁଣ୍ଢେମୋଟ ହୋଇଛି , କିନ୍ତୁ ସତେ ଯେମିତି ଏତେ ଦୂରକୁ ପୁଅକୁ ପଠାଇ ମା’ ଆଖିର ଲୁହ ଶୁଖୁନି । ହଁ … Read more

ଚୋରି ପାଇଁ ଶୁଭ ତାରିଖ ବାହାରକରିଛନ୍ତି ଚୋର

ଗେଟ୍ ଲକ୍ କରି ଚମ୍ପଟ ମାରିଥିଲେ ଲୁଟେରା । ରାଜ୍ୟରେ ଅପରାଧ ସଂଖ୍ୟା ଏବେ ବଢିବାରେ ଲାଗିଛି । ଦୁଷ୍କର୍ମ, ହତ୍ୟା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ପୁଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଦିନ ଦି’ପହରରେ ସରକାରୀ କ୍ବାଟରର ତାଲା ଭାଙ୍ଗି ଲୁଟ୍ ହୋଇଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲକ୍ଷାଧିକ ଟଙ୍କା … Read more

୨ ଦିନିଆ ରିମାଣ୍ଡରେ ଗଣଦୁଷ୍କର୍ମ ଅଭିଯୁକ୍ତ ଙ୍କୁ ନେଲା ସିବିଆଇ

ଗୋପାଳପୁର ସମୁଦ୍ର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ୬ ଅଭିଯୁକ୍ତଙ୍କୁ ୨ ଦିନିଆ ରିମାଣ୍ଡ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଏଥିପାଇଁ ବ୍ରହ୍ମପୁର SDJM ଅନୁମତି ଦେଇଛନ୍ତି । ଆଜି ୨ ଦିନିଆ ରିମାଣ୍ଡରେ ୬ ଜଣଙ୍କୁ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ କ୍ରାଇମବ୍ରାଞ୍ଚ । ଗତ ଶୁକ୍ରବାର ବ୍ରହ୍ମପୁର ଜେଲରେ ୬ ଅଭିଯୁକ୍ତଙ୍କ ହୋଇଥିଲା ଟିଆଇ ପରେଡ୍ । ୧୫ ଦିନ … Read more

କୁମ୍ଭୀର ମୁହଁରୁ ବଞ୍ଚିଲେ ଜଣେ ଯୋଦ୍ଧା

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳର ବାଉଲମାଣୀ ପଞ୍ଚାୟତ ର ଅରୁନନଗର ଗ୍ରାମର ରାମଚଣ୍ଡୀ ନଦୀରେ ନିକଟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ! ସେଇ ଗ୍ରାମର ପ୍ରଭାତ ମଣ୍ଡଳ ! ନଦୀରେ ଗାଧେଇବାକୁ ଯିବା ସମୟରେ ପ୍ରାୟତଃ 10ଫୁଟର କୁମ୍ଭୀର ହଟାତ୍ ତାଙ୍କୁ ଆକ୍ରମଣ କରିଥିଲା ! ପ୍ରଥମେ ତାଙ୍କ ହାତକୁ ଛିଙ୍କି ନେଇଯାଇଥିଲା ପରେପରେ ତାଙ୍କ ଗୋଡ କୁ ମଧ୍ୟ ! କିନ୍ତୁ ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ସହ 10ରୁ … Read more

ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ ; ଯୁଦ୍ଧ ଭୂମିରୁ ପୁଣି ଫେରିଛି ୧୬1 ଭାରତୀୟ ଙ୍କ ଜୀବନ

ଯୁଦ୍ଧ ଭୂମିରୁ ନିଜ ଦେଶରେ ପହଞ୍ଚିବା ପରେ ଶାନ୍ତିରେ ନିଃଶ୍ବାସ ମାରିଲେ ଭାରତୀତ । ଆଉ ତ୍ରିରଙ୍ଗା ଲହରାଇ ଗର୍ବର ସହ କହିଲେ ଆମେ ଭାରତୀୟ । ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟ ଯେତେବେଳେ ନିଜ ମାଟିକୁ ଫେରି ଆସିଛନ୍ତି ସେତେବେଳେ ସତେକି ଯେମିତି ତାଙ୍କୁ ନୂଆ ଜୀବନଟେ ମିଳିଯାଇଛି । ନୁହେଁ ବା କେମିତି- ଯୁଦ୍ଧ ଭୂମିରେ ରହି ଜୀବନକୁ ସୁରକ୍ଷିତ କରିବା ମୁସ୍କିଲ ଆଉ ଏପରି ସ୍ଥଳରେ ଦେବଦୂତ ସାଜୁଛି ଅପରେସନ୍ ସିନ୍ଧୁ । … Read more

ଯୁଦ୍ଧ ଭିତରେ ବଡ଼ ଅପଡେଟ ଦେଲେ ଡୋନାଲଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଅସ୍ତ୍ର ବିରତି ଘୋଷଣା । ୧୨ ଦିନର ସଂଘର୍ଷର ଏବେ ଦ ଏଣ୍ଡ । ଇରାନର ପ୍ରତିଶୋଧ ଆଗରେ ନଇଁଗଲା କି ଆମେରିକା | ସେଥିପାଇଁ ସଂପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା କଲେ ଟ୍ରମ୍ପ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି । ସେଥିପାଇଁ ଇସ୍ରାଏଲ-ଇରାନ ଯୁଦ୍ଧ ନେଇ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରମ୍ପ ସୋମବାର ତାଙ୍କ … Read more