ଧରାପଡ଼ିଲେ ଆନ୍ତରାଜ୍ୟ ଲୁଟେରା :

ଭୁବନେଶ୍ୱର: ଆନ୍ତରାଜ୍ୟ ଲୁଟେରା ଗିରଫ। ଭୁବନେଶ୍ୱରରୁ ଲୁଟ୍ କରି ଦିଲ୍ଲୀରୁ ବନ୍ଧା ହେଲେ ଦୁଇ ଅଭିଯୁକ୍ତ। ଆନ୍ତରାଜ୍ୟ ଚୋରି ଘଟଣାର ପର୍ଦାଫାଶ କରିବାରେ ସଫଳ ହୋଇଛି ପୁଲିସ।ଗତ ଜୁଲାଇ ୨୧ରେ ଦିନ ୧୦. ୩୦ ରୁ ସାଢ଼େ ଭିତରେ ୨୩୦ ଗ୍ରାମ ଗୋଲ ଲୁଟି ନେଇଥିଲେ ଅଭିଯୁକ୍ତ I ପାଖାପାଖି ଅଞ୍ଚଳରୁ ଡିଜିଟାଲ ଏଭିଡେନ୍ସ ପାଇଥିଲା I ଯେଉଁଥିରେ ଅଭିଯୁକ୍ତର ଗତିବିଧି ଉପରେ ନଜର ରଖାଯାଇଥିଲା I ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ୱେଷ୍ଟ ବେଙ୍ଗଲ, ଅଞ୍ଚଳରେ … Read more

ବିଜେଡି କରିବ ୬ ଘଣ୍ଟିଆ ହରତାଳ :

ଭୁବନେଶ୍ବର: ବଳଙ୍ଗା ନାବାଳିକା ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଆସନ୍ତା ୭ ତାରିଖରେ ସକାଳ ୬ ଟା ଠାରୁ ଦିନ ୧୨ ଟା ଯାଏ ପୁରୀ ଜିଲ୍ଲାରେ ବିଜେଡି ପକ୍ଷରୁ ହରତାଳ ହେବ। ଏନେଇ ଆଜି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ପୀଡ଼ିତାଙ୍କ ମୃତ୍ୟୁ ଏବେ ସମ୍ପୂର୍ଣ୍ଣ ରହସ୍ୟ ଘେରରେ। ପୁଲିସର ତଦନ୍ତ ଉପରେ ବି ବିଜେଡି ପ୍ରଶ୍ନ ଉଠାଇଛି।‌ ଘଟଣାର ସତ୍ୟାସତ୍ୟ ଯଥାଶୀଘ୍ର ସରକାର … Read more

କାଳ ହେଲା ବର୍ଷା :

ମୌସୁମୀ ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧିଶିମଳା: ହିମାଚଳ ପ୍ରଦେଶରେ ଲଗାଣ ମୌସୁମୀ ବର୍ଷା ଜାରି ରହିଛି ଏବଂ ଏହି ଋତୁରେ ମୃତ୍ୟୁ ସଂଖ୍ୟା ୧୭୯କୁ ବୃଦ୍ଧି ପାଇଛି ରାଜ୍ୟରେ ଭୀଷଣ ବର୍ଷା ବିପର୍ଯ୍ୟାୟ ଯୋଗୁ ଭିତ୍ତିଭୂମିରେ ବ୍ୟାପକ କ୍ଷତି ହୋଇଛି ଏବଂ ଅତ୍ୟାବଶ୍ୟକ ସେବା ଗୁରୁତର ପ୍ରଭାବିତ ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଭୂସ୍ଖଳନ, ଆକସ୍ମିକ ବନ୍ୟା ଓ ବଜ୍ରପାତ ଭଳି ପାଣିପାଗଜନିତ ଘଟଣାରେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ଅବଶିଷ୍ଟ ୭୮ … Read more

ମନ୍ଦିର ର ରେ ଲାଗିଛି ଭିଡ଼ :

ଶ୍ରାବଣ ର ଶେଷ ସୋମବାର ଲାଗିଛି ପ୍ରବଳ ଭିଡ଼ !୪ଟାରୁ ସାହାଣମେଲା ଦର୍ଶନ, ଜଳଲାଗିପୁରୁଣା ଭୁବନେଶ୍ୱର ! ଭକ୍ତଟିଏ ମହାଦେବ ଉପରେ ପାଣି ଢାଳି ନିଜର ମନସ୍କାମନା ପୂରଣ କରିବ ଏବଂ ପ୍ରଭୁ ତାଙ୍କ ଭକ୍ତଙ୍କ ହାତରୁ ପାଣି ଗ୍ରହଣ କରି ନିଜକୁ ଶାନ୍ତି କରିବେ ସେଥିପାଇଁ ଲାଗିଛି ଜୋର ଦାର ଭିଡ଼! ରାତି ପାହିଲେ ଶ୍ରାବଣ ମାସର ଶେଷ ସୋମବାର। ଭକ୍ତମାନେ ଠାକୁରଙ୍କ ଉପରେ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ଆଗରେ କାଉଡ଼ିଆଙ୍କ ଧାଡ଼ି ଦେଖିବାକୁ … Read more

ଆସିଲା ଖୁସି ଖବର ଏଣିକି ରାତିରେ କାମ କରିବେ ମହିଳା :

ଏଣିକି ବିଭିନ୍ନ ଘରୋଇ ସଂସ୍ଥାରେ ରାତିରେ କାମ କରିପାରିବେ ମହିଳା। ନାଇଟ୍ ସିଫ୍ଟରେ କାମ କରିବା ପାଇଁ ମହିଳା ଦେବେ ସହମତି ପତ୍ର। ଏନେଇ ଶ୍ରମ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି।ମହିଳାମାନେ ଯେଉଁଠାରେ କାମ କରିବାକୁ ଚାହିଁବେ ସେଠାରେ ଅତିକମରେ ୩ ଜଣ ମହିଳା କର୍ମଚାରୀ କାର୍ଯ୍ୟ କରୁଥିବେ । ଏବଂ କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହୁଥିବେ। ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା … Read more

ଆଉ ନାହାନ୍ତି ଶିବୁ ସୋରେନ:

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ :ନୂଆଦିଲ୍ଲୀ: ଆଉ ନାହାନ୍ତି ଶିବୁ ସୋରେନ । ଆରପାରିରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ । ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଶିବୁ ସୋରେନ । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଆଖି ବୁଜିଲେ ।ତେବେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ଜେଏମଏମର ପ୍ରତିଷ୍ଠାତା । କିଡନୀ ଜନିତ ସମସ୍ୟା ପାଇଁ ସେ ଚିକିତ୍ସିତ ହେଉଥିଲେ । ଆଉ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀରେ … Read more

ନୀତିନ ଗଡକରୀଙ୍କ ବାସଭବନରେ ବୋମାମାଡ଼ ଧମକ :

ନାଗପୁର: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବାସଭବନକୁ ଟାର୍ଗେଟ କରି ବୋମାମାଡ଼ କରାଯିବ ବୋଲି ଧମକ ଦେଇଥିବା ଜଣେ ବ୍ୟକ୍ତିକୁ ପୁଲିସ ରବିବାର ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ପୁଲିସ କଣ୍ଟ୍ରୋଲ ରୁମକୁ ଜରୁରୀକାଳୀନ ନମ୍ବର ୧୧୨ରେ ମନ୍ତ୍ରୀଙ୍କ ବାସଭବନରେ ବୋମାମାଡ଼ କରାଯିବ ବୋଲି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହାପରେ ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଧମକ ଦେବା ପାଇଁ ବ୍ୟବହୃତ ଫୋନ୍ ନମ୍ବରକୁ ଠାବ କରିଥିଲା।ନାଗପୁରର ସକରଦାରା ଅଞ୍ଚଳର ତୁଳସୀ ବାଗ ରୋଡରେ … Read more

କାହିଁକି ମାରୁତି କୁ ପସନ୍ଦ କରୁଛନ୍ତି ଲୋକ :

ଗତବର୍ଷ ତୁଳନାରେ ଏବର୍ଷ ମାରୁତି ଇକୋ ଅଧିକ ବିକ୍ରି ହୋଇଛି ମାରୁତି ସୁଜୁକି :ଦେଶର ସର୍ବବୃହତ କାର୍ ନିର୍ମାତା ମାରୁତି ସୁଜୁକି ଜୁଲାଇ ୨୦୨୫ ପାଇଁ ଏହାର ବିକ୍ରୟ ଫଳାଫଳ ପ୍ରକାଶ କରିଛି। ପ୍ରତି ମାସ ପରି, ଏଥର ମଧ୍ୟ ମାରୁତି ଇକୋ ବିପୁଳ ପରିମାଣରେ ବିକ୍ରି ହୋଇଛି। ଏଥର କମ୍ପାନୀର ଘରୋଇ ଏବଂ ରପ୍ତାନି ବିକ୍ରୟ ଭଲ ହୋଇଛି। ଏଥର କମ୍ପାନୀର ସବୁଠାରୁ ଶସ୍ତା ୫/୭ ସିଟର୍ କାର ଇକୋ ବିକ୍ରୟରେ ଏକ ବଡ଼ ବୃଦ୍ଧି … Read more

ବନ୍ଦା ହେଲେ 2 ଛାତ୍ର :

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ଦୁଇ ଛାତ୍ର ଗିରଫବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ୨୦ ଦିନ ପରେ ଆକ୍ସନରେ କ୍ରାଇମବ୍ରାଞ୍ଚ । ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଛାତ୍ରୀ ମୃତ୍ୟୁ ଘଟଣା ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଛନ୍ତି ଦୁଇ ଛାତ୍ର । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ କିଛି ଛାତ୍ର। ନିକଟରେ ମୋବାଇଲ … Read more

ବଢ଼ିବ ବର୍ଷା :

ଭୁବନେଶ୍ବର: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୬୦.୮ ମିମି, ଖୋର୍ଧାରେ ୪୮ ମିମି, କେନ୍ଦ୍ରାପଡ଼ାରେ ୪୧.୮ ମିମି ଓ ରାଜଧାନୀ ଭୁବନେଶ୍ବରରେ ୨୫.୬ ମିମି ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ବି ଅଳ୍ପ ବହୁତ ବର୍ଷା ହୋଇଯାଇଛି। ମୌସୁମୀ ଟ୍ରଫ୍‌ ଏବେ ହାରାହାରି ସମୁଦ୍ର ପତ୍ତନରେ ଅମୃତସର, ଚଣ୍ଡିଗଡ଼, ଶାହାଜାହାନପୁର, ଲକ୍ଷ୍ନୌ, ବାଙ୍କୁରା ‌ଦେଇ ଦକ୍ଷିଣ-ପୂର୍ବ ଦିଗରେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଅଞ୍ଚଳକୁ ଗତି … Read more