socialtalknews

ବଢ଼ିବ ବର୍ଷା :

ଭୁବନେଶ୍ବର: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୩୬ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୬୦.୮ ମିମି, ଖୋର୍ଧାରେ ୪୮ ମିମି, କେନ୍ଦ୍ରାପଡ଼ାରେ ୪୧.୮ ମିମି ଓ ରାଜଧାନୀ ଭୁବନେଶ୍ବରରେ ୨୫.୬ ମିମି ବର୍ଷା ହୋଇଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ଅଞ୍ଚଳରେ ବି ଅଳ୍ପ ବହୁତ ବର୍ଷା ହୋଇଯାଇଛି। ମୌସୁମୀ ଟ୍ରଫ୍‌ ଏବେ ହାରାହାରି ସମୁଦ୍ର ପତ୍ତନରେ ଅମୃତସର, ଚଣ୍ଡିଗଡ଼, ଶାହାଜାହାନପୁର, ଲକ୍ଷ୍ନୌ, ବାଙ୍କୁରା ‌ଦେଇ ଦକ୍ଷିଣ-ପୂର୍ବ ଦିଗରେ ବଙ୍ଗୋପସାଗରର ଉତ୍ତର-ପୂର୍ବ ଅଞ୍ଚଳକୁ ଗତି … Read more

ବନ୍ଦାହେଲେ ମାଷ୍ଟର ମାଇଣ୍ଡ :

ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ :ବନ୍ଧାହେଲେ ବୋର୍ଡ ଉପସଭାପତି, ବିକ୍ରି ପାଇଁ କରିଥିଲେ ବଡ଼ ଡିଲ୍ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବନ୍ଧା ହୋଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି। ଓଟିଇଟି ପ୍ରଶ୍ନପତ୍ର ଭାଇରାଲ୍ ପାଇଁ ସେ ବଡ଼ଧରଣର ଆର୍ଥିକ ଡିଲ୍ କରିଥିଲେ। ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ମାଧ୍ୟମରେ ୬ଟି ଜିଲ୍ଲାରେ ଏହାକୁ ବିକ୍ରି କରିଥିଲେ। ଏଭଳି ପ୍ରମାଣ ମିଳିବା ପରେ କ୍ରାଇମବ୍ରାଞ୍ଚ ଶେଷରେ ଡକ୍ଟର ମହାନ୍ତିଙ୍କୁ … Read more

ଜଳିଗଲା ମୀନାବଜାର :

ରାଉରକେଲା: ଆଜି ଭୋର ପ୍ରାୟ ଚାରିଟାରେ ଝିରପାଣି ଥାନା ନିକଟରେ ଲାଗିଥିବା ମୀନାବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି l ଅଗ୍ନିକାଣ୍ଡରେ ୨୦ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି l ସ୍କୁଟି ଓ ଅନ୍ୟ ଗାଡ଼ି ମଧ୍ୟ ଜଳି ଯାଇଛି l ଦୋକାନ ଭିତରେ ଶୋଇଥିବା କିଛି ବ୍ୟବସାୟୀ ବର୍ତ୍ତି ଯାଇଛନ୍ତି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି lମେଳାରେ ରାମଦୋଳି ସହ ବିଭିନ୍ନ ପ୍ରକାର ପ୍ରାୟ … Read more

ବିମାନବନ୍ଦରରୁ ମିଳିଲା :

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ମାରିଜୁଆନା ଜବତ । ୮ କେଜିର ମାରିଜୁଆନା ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ବ୍ୟାଙ୍କକରୁ ଆସୁଥିଲା । ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।ସେହିପରି ଗତକିଛି ତତେ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ । ବ୍ୟାଙ୍କରୁ ଭୁବନେଶ୍ୱର ଆସୁଥିଲେ ଜଣେ … Read more

ଅଭାବ ଅନାଟନ ଭିତରେ ଜୀବନ :

ଆଜିବି ଅଭାବରେ ମାଟିଘର ମାଟିରେ ମିଶି ୬ ମାସ ବିତିଲା, ଜଙ୍ଗଲରେ ଭାଡ଼ି କରି ମୁଣ୍ଡ ଗୁଞ୍ଜିଛନ୍ତି ଜାନୀଙ୍କ ପରିବାର!ଆଡ଼େଇ ହୋଇ ରହିଛି ପ୍ରଶାସନକାକିରିଗୁମା, ତୁହାକୁ ତୁହା ବର୍ଷା । ସନ୍ତସନ୍ତିଆ ପରିବେଶ । ପାହାଡ଼ ଓ ଜଙ୍ଗଲ ଭିତରେ ବାଜି ଲାଗିଛି ସେମାନଙ୍କ ଜୀବନ । ପାଦେପାଦେ ରହିଛି ବିପଦ । ଗୋଟିଏ ପଟେ ହିଂସ୍ର ଜନ୍ତୁ, ଅନ୍ୟପଟେ ସରୀସୃପଙ୍କ ଭୟ । ଏଭଳି ନିଛାଟିଆ ଜଙ୍ଗଲିଆ ପରିବେଶକୁ ସେମାନେ ଆପଣାଇବାକୁ ବାଧ୍ୟ ହୋଇଛନ୍ତି । … Read more

ଫୁଣି ହେବ କି ଲଢେଇ :

ବିଶ୍ବର ୨ ମହାଶକ୍ତି ଆମେରିକା ଓ ଋଷ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ପହଞ୍ଚିଛି । ଋଷ ରାଷ୍ଟ୍ରପତି ପୁଟିନଙ୍କ ସହଯୋଗୀ ଦିମିତ୍ରୀ ମେଦଭେଦେବଙ୍କ ଧମକ ପରେ ଏବେ ଆକ୍ସନ୍‌ ମୋଡ୍‌କୁ ଆସିଛି ଟ୍ରମ୍ପ ପ୍ରଶାସନ। ରୁଷ ନିକଟବର୍ତ୍ତୀ ସାମୁଦ୍ରିକ ଅଞ୍ଚଳରେ ଆମେରିକା ଶକ୍ତିଶାଳୀ ପରମାଣୁ ସମ୍ପନ୍ନ ଦୁଇଟି ବୁଡ଼ାଜାହାଜ ମୁତୟନ କରିଥିବା ଜଣାପଡ଼ିଛି ।ଟ୍ରମ୍ପ ପ୍ରଶାସନ ବିଭିନଦ୍ନ ରାଷ୍୍ୟ ଉପରେ ଟାରିଫ୍ ଲଗାଇବା ପରେ ସ୍ଥିତି ଜଟିଳ ହେବା ପରି ମନେ ହେଉଛି । ଆମେରିକା … Read more

କାହିଁକି ଗର୍ଜିଲେ ମିଶନ ଶକ୍ତି ସଦସ୍ୟା :

ଭୁବନେଶ୍ବର : ଭୁବନେଶ୍ବରର ଲୋୟର ପିଏମଜିରେ ଗର୍ଜିଲେ ମିଶନ ଶକ୍ତି ସଦସ୍ୟା । ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଅଧୀନରେ କାର୍ଯ୍ୟରତ କ୍ଲଷ୍ଟର ରିସୋର୍ସ ପର୍ସନ ଫର କମ୍ୟୁନିଟି ମୋବିଲାଇଜେନସ ବା ସିଆରପି-ସିଏମ୍ ପକ୍ଷରୁ ବିକ୍ଷୋଭ। ପାଞ୍ଚ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛି ଅଲ ଓଡ଼ିଶା ସିଆରପି-ସିଏମ ସଂଘ । ଏଥିରେ ଶହ ଶହ ମହିଳା କର୍ମଚାରୀ ସାମିଲ ହୋଇଛନ୍ତି । ସିଆରପି-ସିଏମଙ୍କ ଇନସେନଟିଭ ବନ୍ଦ କରାଯାଇ ମାସିକ ବେତନ ଦଶ ହଜାର ଟଙ୍କା କରାଯାଉ … Read more

ଥରହର ହିମାଚଳ :

ପ୍ରଳୟ ପାଟିରେ ହିମାଚଳ ପ୍ରଦେଶ ପ୍ରକୃତି ସହ ଲଢି ଲଢି ଭାଙ୍ଗି ପଡ଼ିଲାଣି ରାଜ୍ୟ, ପୁଣି ମାଡ଼ି ଆସୁଛି ବିପଦ ! କେତେ ଆଉ ସହିବ ସେ bସିମଲା ଆଉ ଲଢି ପାରୁନି । ପ୍ରକୃତି ସହ ଲଢିବାର କାହାର ବା କ୍ଷମତା ଅଛି । କେତେ ଆଉ ଲଢ଼ିବ । ଫି ବର୍ଷ ଲଢୁଛି, ଗଢୁଛି, ବଢୁଛି, ନିଜକୁ ପୁଣି ସଜାଡୁଛି । ହେଲେ ପୁଣି ଆର ବରଷକୁ ପ୍ରଳୟ ପୁଣି ଭାଙ୍ଗୁଛି, ପୁଣି ଉଜାଡୁଛି … Read more

କଥା ଦେଇ କଥା ରଖିଲି :

ମୋଦୀ ବାରଣାସୀ ଆଜି ନିଜର ସଂସଦୀୟ କ୍ଷେତ୍ର ବାରଣାସୀରୁ ସାରା ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ‘‘ଆଜି ମୁଁ ‘ଅପରେସନ ସିନ୍ଦୂର’ ପରେ ପ୍ରଥମ ଥର ପାଇଁ କାଶୀ ଆସିଛି। ଯେତେବେଳେ ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୨୬ ଜଣ ନିର୍ଦ୍ଦୋଷ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ସେମାନଙ୍କ ପରିବାରର ସେହି ପିଲାମାନେ ଓ ଝିଅମାନଙ୍କ ଯନ୍ତ୍ରଣା ଦେଖି … Read more

ଅଳ୍ପକେ ବର୍ତ୍ତିଲା ଜୀବନ :

ଯାତ୍ରା ଆରମ୍ଭ କରିବାର ୩୦ମିନିଟ ପରେ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା ବଗି; ଅଳ୍ପ‌କେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀପାକିସ୍ତାନ ଗତ ଶୁକ୍ରବାର ଅଗଷ୍ଟ ୧ ତାରିଖ ସନ୍ଧ୍ୟାରେ ପଞ୍ଜାବର ଶେଖପୁରା ଜିଲ୍ଲାର କାଲା ଶାହ କାକୁ ନିକଟରେ ଇସଲାମାବାଦ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ୨୯ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ପଞ୍ଜାବ ରେସକ୍ୟୁ ୧୧୨୨ ଅନୁଯାୟୀ, କାଲା ଶାହ କାକୁ ଅଞ୍ଚଳରେ ଏକ ରାସାୟନିକ ପ୍ଲାଣ୍ଟ ନିକଟରେ ଯାତ୍ରୀବାହୀ ଟ୍ରେନର ପାଞ୍ଚଟି … Read more