ଚର୍ଚ୍ଚା ଜୋର୍‌ ଧରିଲା:

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା ଫେରି ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଛକୁ ପଛ ଭେଟିବା ପରେ ସୋସିଆଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ପୃଥକ୍‌ ଭାବେ ଶାହ ମଧ୍ୟ ଆଜି ଜମ୍ମୁ କାଶ୍ମୀରର କିଛି ବରିଷ୍ଠ ନେତା ସହ ଏକ ବୈଠକ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମଙ୍ଗଳବାର ଏନ୍‌ଡିଏ ସାଂସଦମାନଙ୍କର ଏକ ବୈଠକ … Read more

ରାଜସ୍ବ କାର୍ଯ୍ୟାଳୟରେ ଲାଗୁହେବ ବାୟମେଟ୍ରିକ :

ଭୁବନେଶ୍ବର: ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ ଉପସ୍ଥାନ ଲାଗୁ କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାର ସମସ୍ତ ଜିଲ୍ଲପାଳମାନଙ୍କୁ ଚିଠି ପ୍ରେରଣ କରିଛନ୍ତି। ସମସ୍ତ ରାଜସ୍ବ କାର୍ଯ୍ୟାଳୟର ତଳ କର୍ମଚାରୀଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପାଇଁ ବାୟମେଟ୍ରିକ ଉପସ୍ଥାନ ଲାଗୁ ହେବ। ଏହାଫଳରେ ସମସ୍ତ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚିବେ ବୋଲି ଆଶା କରାଯାଉଥିବା ଏହି ଚିଠିରେ କୁହାଯାଇଛି।ପ୍ରତ୍ୟେକ ଜିଲ୍ଲାର ସମସ୍ତ ରାଜସ୍ବ କାର୍ଯ୍ୟାଳୟରେ ବାୟମେଟ୍ରିକ … Read more

ଛାତ୍ରଛାତ୍ରୀଙ୍କୁ ମିଳିବ ‘ଡିଜିଟାଲ୍ ହେଲଥ୍ କାର୍ଡ’:

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ଖୁବ୍ ଶୀଘ୍ର ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ‘ଡିଜିଟାଲ୍ ହେଲଥ୍ କାର୍ଡ’ ବଣ୍ଟନ ଆରମ୍ଭ କରିବେ। ଏହି ପଦକ୍ଷେପର ଲକ୍ଷ୍ୟ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ଉତ୍ତମ ତଦାରଖ ଏବଂ ଚିକିତ୍ସା ସୁନିଶ୍ଚିତ କରିବା ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗୋଣ୍ଡ ସୋମବାର ସୂଚନା ଦେଇଛନ୍ତି।ଏହି ପଦକ୍ଷେପ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ବିକଶିତ କରାଯାଉଛି ଏବଂ ଏହା … Read more

କାହିଁକି ଡିଜିଟାଲ ଭାରତ ସ୍ୱପ୍ନ ଅଧୁରା :

ବାରିପଦା: ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ମୟୂରଭଞ୍ଜ ଟେଲିକମ୍‌ ସେବା କ୍ଷେତ୍ରରେ ବହୁ ପଛରେ ପଡ଼ିଛି। ଉପାନ୍ତ ଅଞ୍ଚଳର ଏମିତି ଶତାଧିକ ଗ୍ରାମ ଅଛି, ଯେଉଁଠି ମୋବାଇଲ୍‌ ନେଟ୍‌ୱର୍କ ପହଞ୍ଚିପାରିନି। ଫଳରେ ଲୋକେ ଇଣ୍ଟର୍‌ନେଟ୍‌ ବ୍ୟବହାର ତ ଦୂର, ମୋବାଇଲ୍‌ରେ କଥା ପଦେ ବି ହୋଇ ପାରୁନାହାନ୍ତି।ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକର ତଥ୍ୟ ଅନୁସାରେ ଜିଲ୍ଲାର ୩୭୫୧ଟି ରାଜସ୍ବ ଗ୍ରାମରୁ ୩୦୫ଟି ଗ୍ରାମରେ ନେଟ୍‌ୱର୍କ ନାହିଁ। ସେହିପରି ୧୨ ଶହରୁ ଅଧିକ ଗ୍ରାମରେ ୫-ଜି ସେବା ଉପଲବ୍ଧ … Read more

ଆଉ ନାହାନ୍ତି ଦୁଇ ଟଙ୍କିଆ ଡାକ୍ତର :

୨ ଟଙ୍କିଆ ଡାକ୍ତର ନାମରେ ବେଶ୍ ପରିଚିତ ଚିକିତ୍ସକ କେରଳର ଏ.କେ ରାୟରୁ ଗୋପାଳଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ୮୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଡାକ୍ତର । ବୟସ ଜନିତ ରୋଗ କାରଣରୁ ତାଙ୍କ ପରଲୋକ ହୋଇଥିବାର ସୂଚନା ମିଳୁଛି । ଗତ ୫୦ ବର୍ଷ ଧରି ଡାକ୍ତର ରାୟରୁ ନିଜ କ୍ଲିନିକରେ ମାତ୍ର ୨ ଟଙ୍କାରେ ଗରିବ ରୋଗୀଙ୍କ ଚିକିତ୍ସା କରୁଥିଲେ । ପରିବାର କହିଲେ ତାଙ୍କର ଧର୍ମପତ୍ନୀ , ଗୋଟିଏ ପୁଅ … Read more

ଓଡିଶା ଛାଡି ଯିବନି ବର୍ଷା :

୧୩ରେ ଘୂର୍ଣ୍ଣିବଳୟ ସମ୍ଭାବନା, ୧୭ ପର୍ଯ୍ୟନ୍ତ ବର୍ଷ !ଭୁବନେଶ୍ୱର : ଆସୁଛି ଆଉ ଏକ ବଡ଼ ଲଘୁଚାପ । ୧୩ ତାରିଖରେ ଓଡ଼ିଶା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର କିମ୍ବା ଏହାର କିଛି ଦକ୍ଷିଣରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଯାହା ପରବର୍ତ୍ତୀ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟରେ ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ । କେନ୍ଦ୍ରୀୟ ଓଡ଼ିଶା ଓ ଦକ୍ଷିଣ ଉପକୂଳରେ ମଧ୍ୟମ … Read more

ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ :

ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ ବୋଲି ଜଣାଯାଇଛି। ଆଜି ରାତିରେ ଦୁଇ ଦିନିଆ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ। ଏଣେ ତାଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୁଣି ନୂଆଦିଲ୍ଲୀ ଗସ୍ତରେ ଯାଉଥିବା କୁହାଯାଉଛି। ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଗସ୍ତରେ ଯିବେ ସୂଚନା ରହିଛି।ମୁଖ୍ୟମନ୍ତ୍ରୀଙ୍କର ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଥିବା ସୂଚନା ରହିଛି। ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାଗ ନେବେ। କେନ୍ଦ୍ରୀୟ ନେତୃତ୍ଵଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ। ସେହିପରି … Read more

ଘୋଷଣା ହେଲା 4ଜିଲ୍ଲା ସଭାପତିଙ୍କ ନାଁ :

ଭୁବନେଶ୍ୱର : ୪ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗଞ୍ଜାମ, କେନ୍ଦ୍ରାପଡା, କଳାହାଣ୍ଡି ଓ କଟକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା ହୋଇଛି। ଗଞ୍ଜାମ ଜିଲ୍ଲା ସଭାପତି ଭାବେ ବିକ୍ରମ ପଣ୍ଡା, କେନ୍ଦ୍ରାପଡା ଜିଲ୍ଲା ସଭାପତି ଶିବ ପ୍ରସାଦ ଭୋଳ, କଳାହାଣ୍ଡି ଜିଲ୍ଲା ସଭାପତି ପ୍ରଦୀପ ଦିଶାରୀ ଓ କଟକ ଜିଲ୍ଲା ସଭାପତି ହୋଇଛନ୍ତି ପ୍ରଫୁଲ୍ଲ ସିଂହ । ପୂର୍ବରୁ ବିଜେଡି ସୁପ୍ରିମୋ ୨୪ଟି ଜିଲ୍ଲାର ସଭାପତିଙ୍କ … Read more

କଟକ ନୂଆବଜାରରେ ଫୁଟିଲା ଗୁଳି :

କଟକ : କଟକ ନୂଆବଜାରରେ ଫୁଟିଲା ଗୁଳି । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଗୁଳିମାରିଲେ ଦୁର୍ବୃତ୍ତ । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ ତରାଇ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।ସୂଚନା ନୌଶରେ ସଞ୍ଜୟ ବିଳମ୍ବିତ ରାତିରେ ନୂଆବଜାର ଫ୍ଲାଏ ଓଭରବ୍ରିଜ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ କେତେ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଯାହାକୁ ନେଇ … Read more

ବଢିଲା ଦର :

ପେଟ୍ରୋଲ ଓ ଡିଜେଲର ନୂଆ ଦର , ଜାଣନ୍ତୁ କେତେ ବଢ଼ିଲା କେତେ କମିଲା ?ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ । ଆଉ ସେହି ଅନୁଯାୟୀ ଦେଶ ତଥା ରାଜ୍ୟମାନଙ୍କରେ ତୈଳ ଦର ନିର୍ଦ୍ଧାରଣ କରାଯାଇଥାଏ ।ଆଜି ଭୁବନେଶ୍ୱରରେ … Read more