ଓଡ଼ିଶାରେ ବନ୍ୟା ଆଶଙ୍କା: ମହାନଦୀରେ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ଆସିବାର ସମ୍ଭାବନା :

By –SUBHASMITA ସେପ୍ଟେମ୍ବର 25 2025 ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଓ ପ୍ରବଳ ବର୍ଷାରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ଆଶଙ୍କା ବଢ଼ିଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅନୁସାରେ, ମହାନଦୀର ମୁଣ୍ଡୁଳୀରେ ୨୭ ସେପ୍ଟେମ୍ବର ସକାଳରେ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ ପହଞ୍ଚିବାର ସମ୍ଭାବନା ରହିଛି। ଫଳରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ହେବ। ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ କ୍ଷେତ୍ର ଅଧିକାରୀମାନେ ପ୍ରସ୍ତୁତ … Read more

ହୁସେନ-ନଓଵାଜଙ୍କ ଜୁଗଳବନ୍ଦୀରେ ପାକିସ୍ତାନର ବିଜୟ ଫାଇନାଲ୍‌ ଆଶା ଜୀବନ୍ତ :

By -SUBHASMITA ସେପ୍ଟେମ୍ବର 24 2025 ଆବୁଧାବି: ସୁପର–୪ର ଜୀବନ–ମୃତ୍ୟୁ ମୁକାବିଲାରେ ପାକିସ୍ତାନ ବଡ଼ ଜିତ ହାସଲ କରିଛି। ଶ୍ରୀଲଙ୍କାକୁ ୫ ଓ୍ଵିକେଟ୍‌ରେ ହରାଇ, ଫାଇନାଲ୍‌ ପାଇଁ ପାକିସ୍ତାନ ଆଶାକୁ ଜୀବନ୍ତ ରଖିଛି। ହୁସେନ ତଲତଙ୍କ ଅଲରାଉଣ୍ଡର ଖେଳ ଓ ମହମ୍ମଦ ନଓଵାଜଙ୍କ ଶାନ୍ତ–ସୁନିଶ୍ଚିତ ବ୍ୟାଟିଂ ଦଳକୁ ବିଜୟୀ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ୨୦ ଓଭରରେ ୮ ଓ୍ଵିକେଟ୍‌ରେ ୧୩୩ ରନ କରିଥିଲା। କାମିନ୍ଦୁ ମେଣ୍ଡିସ ୫୦ ରନ ସହିତ ସର୍ବାଧିକ … Read more

ଭାରତର କଡ଼ା ସନ୍ଦେଶ : ପିଓକେ ଖାଲି କର, ମଞ୍ଚର ଅପବ୍ୟବହାର ବନ୍ଦ କର :

By SUBHASMITA September 24, 2025 ଜେନେଭା/ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଆଉଥରେ ଉଠାଇବାକୁ ଚେଷ୍ଟା କରିଥିବା ପାକିସ୍ତାନକୁ ଭାରତ ଜାତିସଂଘ ମାନବାଧିକାର ପରିଷଦ (UNHRC)ର ୬୦ତମ ଅଧିବେଶନରେ ଦୃଢ଼ ଓ ସରଳ ଭାବରେ ପ୍ରତିକ୍ରିୟା ଦେଇଛି । ଭାରତୀୟ କୂଟନୀତିଜ୍ଞ କ୍ଷିତିଜ ତ୍ୟାଗୀ ସ୍ପଷ୍ଟ କହିଛନ୍ତି ପାକିସ୍ତାନ ଏହି ମଞ୍ଚକୁ ଭାରତ ବିରୋଧୀ ପ୍ରଚାର ପାଇଁ ବ୍ୟବହାର କରୁଛି । ତେଣୁ ପ୍ରଥମେ ସେ ପାକ୍‌ ଅଧିକୃତ କଶ୍ମୀର (PoK) ଖାଲି କରୁ । ସେ … Read more

ହୀରାକୁଦରେ ଖୋଲିଲା ୧୨ଟି ଗେଟ୍‌, ସମ୍ବଲପୁରରେ ଜଳମଗ୍ନ ଅଞ୍ଚଳ :

By – SUBHASMITA ସେପ୍ଟେମ୍ବର 24 2025 ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ୁଥିବାରୁ ପୁଣିଥରେ ଗେଟ୍ ଖୋଲାଯାଇଛି। ବୁଧବାର ସକାଳେ ଅଧିକ ୪ଟି ଗେଟ୍ ଖୋଲାଯିବା ସହ, ବର୍ତ୍ତମାନ ୧୨ଟି ଗେଟ୍‌ ଦ୍ୱାରା ଜଳ ନିଷ୍କାସନ ହେଉଛି। ଏଥିରୁ ବାମ ପଟରେ ୮ଟି ଓ ଡାହାଣ ପଟରେ ୪ଟି ଗେଟ୍‌ ଖୋଲାଯାଇଛି। ଗତ କିଛି ଦିନ ଧରି ଉପରମୁଣ୍ଡ ଅଞ୍ଚଳରେ ଭାରି ବର୍ଷା ହେବାରୁ ହୀରାକୁଦରେ ଜଳ ପ୍ରବାହ ବହୁତ ବଢ଼ିଛି। ଏହି ପରିସ୍ଥିତିରେ ବନ୍ଧର … Read more

କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ, ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି :

By -SUBHASMITA ସେପ୍ଟେମ୍ବର 23 2025 ରାଜଧାନୀବାସୀଙ୍କ ଆଶା-ଆକାଙ୍କ୍ଷା ସହିତ ଜଡିତ କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ପ୍ରକଳ୍ପଟି ଏବେ ସରକାରଙ୍କ ପରୀକ୍ଷାଧୀନ ରହିଛି ଏବଂ ଏହାକୁ ଆଗେଇ ନେବା ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେଲାପରେ ସରକାର ଅନ୍ତିମ ସିଦ୍ଧାନ୍ତ … Read more

କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ, ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ସ୍ପଷ୍ଟୋକ୍ତି :

By -SUBHASMITA ସେପ୍ଟେମ୍ବର 23 2025 ରାଜଧାନୀବାସୀଙ୍କ ଆଶା-ଆକାଙ୍କ୍ଷା ସହିତ ଜଡିତ କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ପ୍ରକଳ୍ପଟି ଏବେ ସରକାରଙ୍କ ପରୀକ୍ଷାଧୀନ ରହିଛି ଏବଂ ଏହାକୁ ଆଗେଇ ନେବା ପାଇଁ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଓ ସୁପାରିଶ ପ୍ରାପ୍ତ ହେଲାପରେ ସରକାର ଅନ୍ତିମ ସିଦ୍ଧାନ୍ତ … Read more

ବିଧାନସଭାରେ ଦୁଇଦଳୀୟ ହଙ୍ଗାମା, ପଞ୍ଚାୟତ କ୍ଷମତା ନେଇ ତର୍କ – ଗୃହ ୪ଟା ପର୍ଯ୍ୟନ୍ତ ମୁଲତବି :

By -SUBHASMITA ସେପ୍ଟେମ୍ବର 23 2025 ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ପୁଣିଥରେ ହଙ୍ଗାମା ପରିସ୍ଥିତି ଦେଖାଦେଲା । ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିଜେଡି ବିଧାୟକମାନେ ଗୃହର ମଝିକୁ ଆସି ଅବରୋହଣ କରିଥିଲେ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପାଇଁ ଜୋରଦାର ଦାବି କରୁଥିଲେ । ଅନ୍ୟପଟେ, କଂଗ୍ରେସ ବିଧାୟକମାନେ ନିଜ ସ୍ଥାନରେ ଠିଆହୋଇ ‘ବିଜେଡି-ବିଜେପି ଭାଇ ଭାଇ’ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଦୁଇପଟିଆ ହଙ୍ଗାମାରେ ସାଧାରଣ କାର୍ଯ୍ୟ ସ୍ୱାଭାବିକ … Read more

୧୫ ମାସରେ ୧୯୯ ଦୁର୍ନୀତି ବାବୁ ଧରା : ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା, ୨୦୨ କୋଟି ଜବତ କଲା ଭିଜିଲାନ୍ସ :

By -SUBHASMITA ସେପ୍ଟେମ୍ବର 2025 ଭୁବନେଶ୍ୱର : ଗତ ୧୫ ମାସରେ ରାଜ୍ୟ ଭିଜିଲାନ୍ସ ବିଭାଗ ମୋଟ ୧୯୯ ଜଣ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ମାମଲାରେ ଧରିଛି। ଏହି ସମୟରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୨୨ଟି ଲାଞ୍ଚ ନେବା ମାମଲା ମଧ୍ୟ ରଜିଷ୍ଟ୍ରି କରାଯାଇଛି। ମୋଟ ୨୦୨.୫୮ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇ କହିଛନ୍ତି, ୨୦୨୪ … Read more

ନୂଆ GST ସ୍ଲାବ୍‌ରେ ଗାଡ଼ି-ବାଇକ୍ ଶସ୍ତା :

By – SUBHASMITA ସେପ୍ଟେମ୍ବର 22 2025 ଭୁବନେଶ୍ୱର: ଦେଶରେ ଆଜିଠୁ ନୂଆ GST ସ୍ଲାବ୍ କାର୍ଯ୍ୟକାରୀ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଏହାର ଘୋଷଣା କରିଥିଲେ । ଏହା ଅନୁଯାୟୀ ବର୍ତ୍ତମାନ କେବଳ ୫% ଓ ୧୮% GST ଲାଗୁ ହେବା ସହିତ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% GST ରହିବ । କାର ଦରରେ ବଡ଼ ପରିବର୍ତ୍ତନ: ମାରୁତି ସୁଜୁକି, ଟାଟା ମୋଟର୍ସ, ମହିନ୍ଦ୍ରା, ହୁଣ୍ଡାଇ, ହୋଣ୍ଡା, ରୟାଲ … Read more

ରତ୍ନଭଣ୍ଡାର ସ୍ଥାନାନ୍ତର: କାଲି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

By -SUBHASMITA ସେପ୍ଟେମ୍ବର 22 2025 ପୁରୀ: କାଲି (ମଙ୍ଗଳବାର) ସକାଳ ୧୦ଟାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମୁଖ୍ୟତଃ ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ଏହି ବ୍ୟବସ୍ଥା ନିଆଯାଇଛି। ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମାପ୍ତ ହେବା ପରେ, ବର୍ତ୍ତମାନ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପ୍ରକ୍ରିୟା ହେବ। ଏହି ସମୟରେ ନାଟମଣ୍ଡପ ଏବଂ ଜଗମୋହନ ପରିସରକୁ ଶୋଧ … Read more