ଏଣିକି ନେଇପାରିବେ ନାହିଁ ଛୁଟି :

CBSE ସ୍କୁଲଗୁଡିକରେ ଛାତ୍ର ଛାତ୍ରୀଙ୍କ ଛୁଟିକୁ ନେଇ କଠୋର ନିୟମ ଲାଗୁ କରୁଛି । ଏନେଇ ସରକାରୀ ୱେବସାଇଟରେ ନୂଆ ନୋଟିସ୍ ଜାରି ହୋଇଛି । ନୋଟିସରେ ସ୍କୁଲ୍, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମ ଉଲ୍ଲେଖ କରାଯାଇଛି । ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଆଟେଣ୍ଡାନ୍ସ ୭୫ ପ୍ରତିଶତ ହେବା ଉଚିତ୍ । ଯାହାକୁ ବୋର୍ଡ ବାଧ୍ୟତାମୂଳକ କରିଛି ।ବୋର୍ଡର ଏହି ନିୟମ ପରେ ଯଦି ଜଣେ … Read more

୧୬ ଦେଶକୁ ବ୍ୟାପିଲା ନୂଆ ଭୂତାଣୁ :

ବିଶ୍ୱର ଅନେକ ସ୍ଥାନରେ ଚିକନଗୁନିଆ ଭାଇରସ ପୁଣି ଥରେ ମୁଣ୍ଡ ଟେକିବାରେ ଲାଗିଛି । ଏହାର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି, ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (ସିଡିସି) ଚୀନ୍ ଏବଂ ଅନ୍ୟାନ୍ୟ ଦେଶ ପାଇଁ ଏକ ଯାତ୍ରା ସତର୍କତା ଜାରି କରିଛି ।ସିଡିସି ଆମେରିକୀୟ ଯାତ୍ରୀମାନଙ୍କୁ ବିପଦ ବିଷୟରେ ସତର୍କ କରାଇ ଦେଇଛି, ଯେଉଁ ସ୍ଥାନରେ ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଛି ସେସବୁ ସ୍ଥାନକୁ ନଯିବାକୁ ସିଡିସି କହିଛି । ଚୀନ୍ … Read more

ଦେଶ ପାଇଁ ଖୁସି ଖବର :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ମିଳିଥିବା ଗିନିଜ୍ ଓ୍ୱାର୍ଲଡ୍ ରେକର୍ଡର ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଥିଲେ କେନ୍ଦ୍ର ରେଳ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା -୨୦୨୫ ଗୋଟିଏ ମାସରେ ସର୍ବାଧିକ ପଞ୍ଜୀକରଣ … Read more

କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ :

ଭୁବନେଶ୍ବର : କିଟ୍ ଓ କିସ୍ କ୍ୟାମ୍ପସ୍ ବୁଲିଲେ ବୌଦ୍ଧ ସନ୍ନ୍ୟାସିନୀ । ତିବ୍ବତୀୟ ୱେମେନ୍ସ ଆସୋସିଏସନର ପ୍ରାୟ ୬୦ଜଣ ବୌଦ୍ଧ ସନ୍ନ୍ୟାସିନୀ ଆଜି କ୍ୟାମ୍ପସ ପରିଦର୍ଶନ କରିଥିଲେ। ବୌଦ୍ଧ ସନ୍ନ୍ୟାସିନୀମାନେ କିସ ପିଲାଙ୍କ ଗହଣରେ ଦୀର୍ଘ ସମୟ ବିତାଇବା ସହ ସେମାନଙ୍କ ବିଷୟରେ ପଚାରି ବୁଝିଥିଲେ ।କିସରେ ଏତେ ସଂଖ୍ୟକ ପିଲାଙ୍କୁ ବିନା ଦେୟରେ ଶିକ୍ଷାଦାନକୁ ନେଇ ସେମାନେ ଖୁସିବ୍ୟକ୍ତ କରିଥିଲେ। ଏହି ବ୍ୟବସ୍ଥା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ … Read more

ଦୁର୍ଘଟଣା ନେଲା ଯବାନଙ୍କ ଜୀବନ।

ଖାତକୁ ଖସିଲା ଯବାନଙ୍କୁ ନେଇ ଯାଉଥିବା ବସ୍: ୩ସହିଦ୍, ୧୬ ଆହତଶ୍ରୀନଗର: ଦୁର୍ଘଟଣା ନେଲା ଯବାନଙ୍କ ଜୀବନ। ଅପରେସନ ସାରି ଫେରୁଥିବା ବେଳେ ରାସ୍ତାରେ ଜଗିଥିଲା ଯମ। ଓଲଟିଲା ଯବାନମାନଙ୍କୁ ନେଇ ଆସୁଥିବା‌ ବସ୍‌। ସହିଦ୍ ହେଲେ ୩ଯବାନ। ଜମ୍ମୁ କଶ୍ମୀରର ଉଧମପୁରରେ ଘଟିଛି ଏହି ଦୁର୍ଘଟଣା। ବସନ୍ତଗଡ଼ରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ୍) ସୈନିକଙ୍କ ଏକ ଗାଡ଼ି ଖାତକୁ ଖସିପଡ଼ିବାରୁ ୩ଜଣ ସହିଦ୍ ହେବା ସହ ପ୍ରାୟ ୧୬ଜଣ ଆହତ ହୋଇଥିବା‌ ଜଣାଯାଇଛି। ସମସ୍ତ … Read more

ବେପାର ‘ନୋ ପାର୍କିଂ’ରେ ଗାଡ଼ି :

ଭୁବନେଶ୍ବର: ସୂଚନା ଫଳକରେ ଲେଖାଯାଇଛି ‘ନୋ ଭେଣ୍ଡିଂ ଜୋନ୍‌’ ଓ ‘ନୋ ପାର୍କିଂ’। ଅର୍ଥାତ୍ ସେହିଜାଗାରେ ବେପାର କରିବା ଓ ଗାଡ଼ି ରଖିବା ମନା। କିନ୍ତୁ ମାନୁଛି କିଏ! ବିଏମ୍‌ସି କର୍ତ୍ତୃପକ୍ଷ ଲେଖିଦେଲେ, ଗଲେ। ଅମାନିଆ ବେପାରୀ ‌ପସରା ଖୋଲି ବସିଲେ ଏବଂ ବାଇକ୍‌ ଆରୋହୀ ଓ ଗାଡ଼ିଚାଳକ ଖାଲି ଜାଗା ଦେଖି ଗାଡ଼ି ଥୋଇଲେ। ‌ତେଣିକି ବିଏମ୍‌ସି ଯେଉଁ ମହତ ଉଦ୍ଦେଶ୍ୟ ପାଇଁ ସୂଚନା ଫଳକ ଲଗାଇଛି, ତାହା ପୂରଣ ହେଲେ କେତେ ନ ହେଲେ, … Read more

ମୋ ବସ୍ ରେ ସ୍ଥିତି ନିୟନ୍ତ୍ରଣ କରିବେ ?

ସପ୍ତାହକୁ ଦୁଇ ଦିନ ‘ଆମ ବସ୍‌’ରେ ଯାତ୍ରା କରିବେ କ୍ରୁଟ୍‌ ଅଧିକାରୀଭୁବନେଶ୍ୱର: ‘ଆମ ବସ୍‌’ ସେବାର ପ୍ରତ୍ୟକ୍ଷ ଅନୁଭୂତି ସାଉଁଟିବା ସହ ଏହି ସେବାକୁ ଆହୁରି ଉନ୍ନତ କରିବାକୁ ଅଣ୍ଟା ଭିଡ଼ିଛନ୍ତି କ୍ରୁଟ୍‌ ପରିଚାଳନା ନିର୍ଦେଶକ ଡ. ଏନ୍‌. ଥିରୁମାଲା ନାୟକ। ଆଜି ସେ ଅଚାନକ ସାଧାରଣ ଯାତ୍ରୀଙ୍କ ଭଳି ‘ଆମ ବସ୍‌’ରେ ଟିକଟ କାଟି ଯାତ୍ରା କରିବା ସହ ସ୍ଥିତି ପରଖିଛନ୍ତି। କ୍ରୁଟ୍‌ ସେବା ଓ ଯାତ୍ରୀଙ୍କ ପ୍ରତି କର୍ମଚାରୀଙ୍କ ଆଚାର ବ୍ୟବହାର ବୁଝିଛନ୍ତି। ସମସ୍ତ … Read more

ବର୍ବରତା ଶେଷ ସୀମା :

କୁଆମରା : ମୟୂରଭଞ୍ଜଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା। ଜଣେ ଆଦିବାସୀ ନାବାଳିକା ଘରେ ଏକୁଟିଆ ଥିବା ବେଳେ ଗଣଦୁଷ୍କର୍ମର ଶିକାର ହୋଇଛି। ପୃଥକ୍‌ ସମୟରେ ୩ ଜଣ ଅଭିଯୁକ୍ତ ଏହି ବର୍ବରକାଣ୍ଡ ଘଟାଇଛନ୍ତି। ୨ ଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଅଭିଯୋଗ ଅନୁଯାୟୀ ଗତ ୪ ତାରିଖ ଦିନ ପୀଡ଼ିତାଙ୍କ ମା’ କାମ କରିବାକୁ ବାହାରକୁ ଯାଇଥିବା … Read more

ପୁଣି ଫେରିଲା ଓଡ଼ିଆ :

ପୁଣି ଫେରିଲା ଓଡ଼ିଆରେ ନାମଫଳକ ପ୍ରସ. ନଗନ ଉନ୍ନୟନ ପ୍ରମୁଖ ସଚିବ ଦେଲେ ନିର୍ଦ୍ଦେଶ, ଓଡ଼ିଆରେ ନାମଫଳକ ନଲେଖିଲେ ନିୟାଯିବ କାର୍ଯ୍ୟାନୁଷ୍ଠାନ !ମୁଖ୍ୟ ସଚିବଙ୍କ ପରେ ନଗର ଉନ୍ନୟନ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅନୁଗର୍ଗ । ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ମହାନଗର ନିଗମର କମିସନର, ମ୍ୟୁନିସିପାଲଟି, ଏନଏସିର କାର୍ଯ୍ୟନିର୍ବାହୀ … Read more

ପରଲୋକ ରେ ପୂର୍ବତନ ଉପବାଚସ୍ପତି :

ଭୁବନେଶ୍ୱର : ପୂର୍ବତନ ଉପବାଚସ୍ପତି ବିଭୂତି ଭୂଷଣ ମର୍ଦ୍ଦରାଜଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିବାର ସୂଚନା ମିଳିଛି । ହୃଦଜନିତ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ ଖଣ୍ଡପଡ଼ା ଗଡ଼ର ରାଜା ଥିଲେ । ୧୯୮୦, ୧୯୮୫ ଏବଂ ୧୯୯୫ ମସିହାରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୩ ଥର ଖଣ୍ଡପଡ଼ା … Read more