ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ

ଭିକାରି ଦେଶ ପାକିସ୍ତାନ ରେ ତେଲ ପାଇଁ ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, ନାନାଦି ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଦରବୃଦ୍ଧିକୁ ନେଇ ଚିନ୍ତିତ ସାଧାରଣ ଲୋକେ… ଇସଲାମାବାଦ: ପାକିସ୍ତାନରେ ପୁଣି ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, … Read more

ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି

ପୁଣି ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖିବାକୁ ମିଳିଛି । ଯାନ୍ତ୍ରିକ ତ୍ରୁଟି ପାଇଁ କୋଲକାତାରେ ଜରୁରୀ ଅବତରଣ କଲା ଆମେରିକାରୁ ଆସିଥିବା ବିମାନ । ଆମେରିକା କାର୍ଲିଫର୍ଣ୍ଣିଆର ସାନ୍-ଫ୍ରାନ୍ସିକୋରୁ ମୁମ୍ବାଇ ଯାଉଥିବା ଏହି ବିମାନ କୋଲକାତା ବିମାନବନ୍ଦରରେ ଅବତରଣ କରିଛି ହେଲେ ଏମିତି ବାରମ୍ବାର କାହିଁକି ଘଟୁଛି ତାକୁ ନେଇ ଯାତ୍ରୀଙ୍କ ମନ ରେ ଏତେ ଅସନ୍ତୋଷ ଦେଖା ଯାଉଛି… ତେବେ ବିମାନର ଇଞ୍ଜିନର ଯାନ୍ତ୍ରିକ ଅସୁବିଧା ଯୋଗୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଲା … Read more

ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: ୨୦୨୪ ଜୁନ ୯ରେ ତୃତୀୟଥର ପାଇଁ ଶପଥ ନେଇଥିଲେ ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କ୍ରମାଗତ ୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବକଲ୍ୟାଣର ସୁଫଳ ଲୋକଙ୍କୁ ମିଳୁଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ବଳରେ କ୍ରମାଗତ ତୃତୀୟଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ଏହାପରେ ଜୁନ ୯ରେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ୨୦୪୭ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଦେଶରୁ ଗରିବୀ ହ୍ରାସ ପାଇଛି । ପିଏମ୍ ଆବାସ ଯୋଜନା, ପିଏମ୍ ଉଜ୍ଜ୍‌ଳା ଯୋଜନା, ଜନ ଧନ ଯୋଜନା, ଆୟୁଷ୍ମାନ ଯୋଜନା ଦ୍ବାରା ଅନେକ ଲୋକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଗରିବ କଲ୍ୟାଣ ଅନ୍ନ ଯୋଜନା, ମୁଦ୍ରା ଯୋଜନା, ଡିଜିଟାଲ ଇଣ୍ଡିଆ ଭଳି ବିଭିନ୍ନ ଯୋଜନା ଯୋଗୁଁ ଲୋକଙ୍କୁ ମିଳିଛି ଆର୍ଥିକ ସୁରକ୍ଷା। ଏଥିସହ ସାମାଜିକ ନ୍ୟାୟର ଏକ ନୂଆ ପର୍ବ ଆରମ୍ଭ ହୋଇଛି । ଆତ୍ମନିର୍ଭର, ସଶକ୍ତ ଭାରତ ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । ୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବ କଲ୍ୟାଣର ସୁଫଳ ମିଳୁଛି । ଭିଜନ ୨୦୪୭କୁ ନେଇ କାମ କରୁଛନ୍ତି ସରକାର ।