ସବୁପଟେ ଚାପ ନିଜ ଅଭିଶାପରେ ଡୁବୁଛି ପାକିସ୍ତାନ :

By -SUBHASMITA oct 25 2025 ଭାରତ, ଆଫଗାନିସ୍ତାନ ଓ ଟିଟିପି — ତିନି ମୁହାଁରୁ ଏବେ ଚାପରେ ରହିଛି ପାକିସ୍ତାନ। ଜାତିସଂଘରେ ଭାରତ ପାକିସ୍ତାନକୁ ବେଜ୍ଜିତ କରିବା ପରେ, ଟିଟିପି ଓ ଆଫଗାନିସ୍ତାନର ନୂଆ କାର୍ଯ୍ୟକଳାପ ପାକିସ୍ତାନ ପାଇଁ ବିପଦ ସଂକେତ ହୋଇଉଠିଛି। ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଜାତିସଂଘରେ କହିଛନ୍ତି ଯେ, ପାକିସ୍ତାନ ଦ୍ୱାରା ଅଧିକୃତ ଭାରତୀୟ ଅଂଚଳରେ ମାନବିକ ଅଧିକାର ଉଲ୍ଲଂଘନ ଘଟୁଛି। ସେଠାରେ ଲୋକମାନେ ଶୋଷଣ, ନିର୍ଯାତନା ଓ ଦମନରେ … Read more

ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପ୍ରସ୍ତୁତ — ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକ :

By -SUBHASMITA oct 25 2025 ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ସରକାର ପୂରା ପ୍ରସ୍ତୁତ । ଭୁବନେଶ୍ଵରର ରାଜୀବ ଭବନରେ ଆଜି ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅଧ୍ୟକ୍ଷତା କରିଥିଲେ । ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ଉପରେ ସରକାର ସ୍ବତନ୍ତ୍ର ଦୃଷ୍ଟି ରଖିଛି ବୋଲି ମନ୍ତ୍ରୀ କହିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ, ଜରୁରୀ ସାମଗ୍ରୀ ଓ ଟିମ୍‌ଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି … Read more

ମୋନ୍ଥା” ବାତ୍ୟା ୨୮ ରାତିରେ ଭୂମିସ୍ପର୍ଶ କରିବ, ଓଡ଼ିଶାରେ ଅତି ପ୍ରବଳ ବର୍ଷାର ସତର୍କତା

By- SUBHASMITA oct 25 2025 ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ କୁ ନେଇ ଆସିଲା ଭୟଙ୍କର ସୂଚନା। ଭାରତୀୟ ପାଣିପାଗ ବିଭାଗ ଜଣାଇଛି ଯେ, ୨୮ ରାତିରେ ଆନ୍ଧ୍ରପ୍ରଦେଶର କାକିନଡ଼ା ପାଖରେ ବାତ୍ୟା ଭୂମିସ୍ପର୍ଶ କରିବ। ଏହା ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଧ୍ୟରେ ଥିବା କାକିନଡ଼ା ଅଞ୍ଚଳରେ ହେବ। ଲ୍ୟାଣ୍ଡଫଲ ସମୟରେ ପବନ ବେଗ ୯୦ରୁ ୧୦୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ହୋଇପାରେ ବୋଲି ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଅନୁସାରେ, ବଙ୍ଗୋପସାଗରରେ ଗଠିତ … Read more

ପୀତବାସ ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ପାଇଁ ଆଇନ ମଞ୍ଚରେ ୪୪ ଓକିଲ ଯୁଦ୍ଧେ ସହଯୋଗୀ ସୁଦର୍ଶନ ଦାସ :

By -SUBHASMITA oct 24 2025 ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା ନେଇ ରାଜ୍ୟର ଆଇନ ମଞ୍ଚରେ ଏବେ ଚର୍ଚ୍ଚାର ତୀବ୍ରତା ଦେଖାଯାଉଛି। ଗିରଫ ହୋଇଥିବା ବିକ୍ରମ ପଣ୍ଡା, ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପକ୍ଷରେ ମୋଟ ୪୪ ଓକିଲ କୋର୍ଟରେ ଓକିଲାତିନାମା ଦାଖଲ କରି ମାମଲା ଲଢିବାକୁ ଆଗକୁ ଆସିଛନ୍ତି। ଏହି ମଧ୍ୟରେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁଦର୍ଶନ ଦାସକୁ ପୁଲିସ ଛାଡିଦେଇଛି। ସେ ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିଲେ ଏବଂ … Read more

ବିକ୍ରମଙ୍କ ବନ୍ଧୁ ସୁନୀଲ ହୋତାଙ୍କୁ ଉଠାଇନେଲା ପୋଲିସ :

By -SUBHASMITA oct 23 2025 ଭୁବନେଶ୍ୱର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ବିକ୍ରମଙ୍କ ବନ୍ଧୁ ସୁନୀଲ ହୋତାଙ୍କୁ ଉଠାଇନେଲା ପୋଲିସ । ଜୟପୁରରୁ ସୁନୀଲଙ୍କୁ ଉଠାଇ ନେଇ ପୋଲିସର ପଚରାଉଚରା । ସୁନୀଲଙ୍କ ଫାର୍ମ ହାଉସରେ ଥିଲେ ଅଭିଯୁକ୍ତ କୁରୁପତି ଭୂୟାଁ । ହତ୍ୟାକାଣ୍ଡ ପରେ ଫାର୍ମ ହାଉସରେ ୪ଦିନ ଥିଲେ କୁରୁପତି । ଗିରଫ ବିକ୍ରମ ପଣ୍ଡାଙ୍କ ଘନିଷ୍ଠ ସହଯୋଗୀ ସୁନୀଲ ହୋତା ଅଟକ । ପୀତବାସ ହତ୍ୟା ମାମଲାରେ … Read more

ସବ୍‌ ଇନ୍ସପେକ୍ଟରଙ୍କୁ ଦୁଷ୍କର୍ମ ଓ ଗର୍ଭନଷ୍ଟ ଅଭିଯୋଗ: ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟ ଗିରଫ :

By SUBHASMITA oct 23 2025 ଭୁବନେଶ୍ବର, ୨୨ ଅକ୍ଟୋବର: ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଗୋଟିଏ ଗମ୍ଭୀର ଅଭିଯୋଗ। ଜଣେ ସବ୍‌ ଇନ୍ସପେକ୍ଟର ମହିଳାଙ୍କ ଅଭିଯୋଗରେ ଆଇଆଇସି ଯଶୋବନ୍ତ ଆଚାର୍ଯ୍ୟଙ୍କୁ ଭୁବନେଶ୍ବର ମହିଳା ଥାନା ପୋଲିସ ଗିରଫ କରିଛି। ଅଭିଯୋଗ ଅନୁସାରେ, ଯଶୋବନ୍ତ ଆଚାର୍ଯ୍ୟ ଦୀର୍ଘଦିନ ଧରି ବିବାହର ପ୍ରତିଶ୍ରୁତି ଦେଇ ସେହି ସବ୍‌ ଇନ୍ସପେକ୍ଟରଙ୍କ ସହିତ ସମ୍ପର୍କ ରଖୁଥିଲେ। ପରେ ସେ ମହିଳା ଗର୍ଭବତୀ ହେବା ପରେ ମଧ୍ୟ, ଗର୍ଭ ନଷ୍ଟ କରିବାକୁ ବାଧ୍ୟ … Read more

ରବିବାର ହେବ ପୋଲିଓ ଦିବସ: ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ ଦିଆଯିବ ‘ଦୁଇ ବୁନ୍ଦା ଜୀବନ’

By Shubhasmita | October 11, 2025 ଭୁବନେଶ୍ୱର, ୧୧ ଅକ୍ଟୋବର: ଆସନ୍ତା ରବିବାର, ଅକ୍ଟୋବର ୧୨ରେ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଦ୍ୟାପିତ ହେବ ରାଷ୍ଟ୍ରୀୟ ପୋଲିଓ ଦିବସ। ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ସହିତ ସମସ୍ତ ମହାନଗର ନିଗମ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ହେବ। ଏହି ଅଭିଯାନରେ ଜନ୍ମରୁ ୫ ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ଶିଶୁଙ୍କୁ … Read more

ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କ ଦୁଇ ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ: ଆମେରିକା ସହିତ ଚାଲିଥିବା ଉତ୍ତେଜନାରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି । ବ୍ରିଟେନ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି । ସେ ବୁଧବାର (୮ ଅକ୍ଟୋବର) ସକାଳେ ମୁମ୍ବାଇରେ ପହଞ୍ଚିଥିଲେ । ଆମେରିକା ଶୁଳ୍କ ନେଇ ଉତ୍ତେଜନା ବୃଦ୍ଧି କରିଥିବା ବେଳେ, ବ୍ରିଟେନ କିଛି ବଡ଼ ଖବର ଆଣିଛି । ଭାରତ ଏବଂ ବ୍ରିଟେନ ମଧ୍ୟରେ ଅନେକ ବାଣିଜ୍ୟ ଚୁକ୍ତି ଉପରେ … Read more

ମହିଳା ବିଶ୍ୱକପ୍‌ରେ ଭାରତର ବିଜୟ

By -SUBHASMITA ସେପ୍ଟେମ୍ବର 1 2025 ଭାରତ ମହିଳା ଟିମ୍ 2025 ଦିନିକିଆ ବିଶ୍ୱକପ୍‌ରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଗତକାଲି ଆୟୋଜିତ ପ୍ରଥମ ମ୍ୟାଚରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତ ୫୯ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଦମଦାର ପ୍ରଦର୍ଶନ କରିଛି। ବର୍ଷା ହେତୁ ମ୍ୟାଚ୍‌ ୪୮ ରୁ ୪୭ ଓଭର କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ୨୬୯ ରନ୍‌ କରିଥିଲା ଭାରତ, ଯାହା ରେସପନ୍ସରେ ଶ୍ରୀଲଙ୍କା ଦଳ ୨୧୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ମ୍ୟାଚ୍‌ … Read more

ଦଶହରାରେ ପ୍ରବଳ ବର୍ଷା: ଲଘୁଚାପ ସୃଷ୍ଟି, ୩୦ ଜିଲ୍ଲାକୁ ଅଲର୍ଟ

By -SUBHASMITA ସେପ୍ଟେମ୍ବର 1 2025 ଭୁବନେଶ୍ୱର :୧ ଅକ୍ଟୋବର ଦଶହରା ଉତ୍ସବ ଆସିଥିବାବେଳେ ଓଡିଶା ବାସୀଙ୍କୁ ଆଉ ଏକ ନୂତନ ଆବହାବାତବରଣୀ ଆଗାହୀ ମିଳିଛି। ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠିତ ହୋଇଛି, ଯାହା ଆଗାମୀ ୧୨-୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ। ଆଗାମୀ ୩ ତାରିଖ ସକାଳ ଅବଧିରେ ଏହି ଲଘୁଚାପ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି, … Read more