ସୃଜନଶୀଳତା ବିନା ଆତ୍ମିକ ସୁଖ ସମ୍ଭବ ନୁହେଁ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ :

By – SUBHASMITA ସେପ୍ଟେମ୍ବର 13 2025 ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – “ଭୌତିକ ସୁଖରେ ସତ୍ୟ ସୁଖ ନାହିଁ, ଆତ୍ମିକ ସୁଖ ପାଇଁ ସୃଜନଶୀଳତା ଅତ୍ୟାବଶ୍ୟକ।” ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି, ଇତିହାସ ପାଠାଦାନର ଆବଶ୍ୟକତା ଉପରେ ଜୋର ଦେଲେ । “ଆମେ ଇତିହାସକୁ ପଢ଼ିବାକୁ ହେବ, ନହେଲେ ଆଗକୁ ଝୁଣ୍ଟି ପଡ଼ିବାକୁ ପଡ଼ିବ,” ବୋଲି ମନ୍ତ୍ରୀ କହିଲେ ଏହି ସମାରୋହରେ … Read more

ଦିଲ୍ଲୀ ଏମ୍‌ସରେ ପ୍ରଥମ ଭ୍ରୂଣ ଦାନ: ଜୈନ ଦମ୍ପତିଙ୍କ ଉଦାହରଣୀୟ ପଦକ୍ଷେପ

ନୂଆଦିଲ୍ଲୀ: ଦିଲ୍ଲୀର ପୀତମପୁରାର ଆଶିଷ ଓ ବନ୍ଦନା ଜୈନ ଦମ୍ପତି ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ସ୍ୱୟଂଙ୍କ ୫ ମାସର ଗର୍ଭସ୍ଥ ଭ୍ରୂଣକୁ ଦିଲ୍ଲୀ ଏମ୍‌ସକୁ ଦାନ କରିଛନ୍ତି। ରୁଟିନ୍ ଚେକଅପ୍‌ ସମୟରେ ବନ୍ଦନାଙ୍କ ଗର୍ଭସ୍ଥ ଶିଶୁର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଥିବା ଜଣା ପଡ଼ିଲା। ଏହି ଦୁଃଖଦ ଖବର ପରେ ଦମ୍ପତି ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ, କିନ୍ତୁ ସମାଜ ଓ ଗବେଷଣା ପାଇଁ ସାହସୀ ନିଷ୍ପତ୍ତି ନେଇ ଭ୍ରୂଣକୁ ଦାନ କରିଥିଲେ। ଦିଲ୍ଲୀ … Read more

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ,ସାଂସଦମାନଙ୍କ ଭିଡ଼,ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

ନୂଆଦିଲ୍ଲୀ : ଦେଶର ଦ୍ୱିତୀୟ ସର୍ବୋଚ୍ଚ ସଂବିଧାନିକ ପଦବୀ ଉପରାଷ୍ଟ୍ରପତି ପାଇଁ ଆଜି ନିର୍ବାଚନୀ ଭୋଟଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚି ନିଜ ଭୋଟ ଅଧିକାର ପ୍ରୟୋଗ କରିଛନ୍ତି । ସେପରି, ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ମଧ୍ୟ ପାଳେ ପାଳେ ଭୋଟ ଦେଉଛନ୍ତି । ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଏହି ଉପରାଷ୍ଟ୍ରପତି ନିର୍ବାଚନ ହେଉଛି । ବିଜେପି ନେତୃତ୍ବାଧୀନ ଏନଡିଏ ପକ୍ଷରୁ ମହାରାଷ୍ଟ୍ରର ରାଜ୍ୟପାଳ … Read more

ଭାରତୀୟଙ୍କୁ ଲାଗିଲା ବଡ଼ ଝଟକା

By- SUBHASMITA ସେପ୍ଟେମ୍ବର 8 2025 ନୂଆଦିଲ୍ଲୀ: ଭାରତ ଉପରେ ଟାରିଫ ଲାଗୁ କରିବା ପରେ, ଆମେରିକା ଅଣ-ପ୍ରବାସୀ ଭିସା (NIV) ନିୟମରେ ବଡ଼ ପରିବର୍ତ୍ତନ କରିଛି। ଏହି ନୂତନ ନିୟମ ଅନୁସାରେ, ସମସ୍ତ ଆବେଦନକାରୀଙ୍କୁ ଏବେ ସେମାନଙ୍କର ନାଗରିକତା ଦେଶ କିମ୍ବା ବୈଧ ବାସସ୍ଥାନରେ ହିଁ ଭିସା ସାକ୍ଷାତକାର ଦେବାକୁ ପଡିବ। ଏହାର ଅର୍ଥ, ଭାରତୀୟ ଆବେଦନକାରୀମାନେ ଆଉ ଥାଇଲ୍ୟାଣ୍ଡ, ସିଙ୍ଗାପୁର କିମ୍ବା ଜର୍ମାନୀ ଭଳି ଦେଶକୁ ଯାଇ B-1 (ବ୍ୟବସାୟ) କିମ୍ବା B-2 (ପର୍ଯ୍ୟଟନ) … Read more

୨୭ ବର୍ଷରେ ଇତିହାସ:

ଇଂଲଣ୍ଡରେ ଦିନିକିଆ ସିରିଜ୍‌ ଜିତିଲା ଦକ୍ଷିଣ ଆଫ୍ରିକା BY -SUBHASMITA september 6 2025 ଲର୍ଡସ୍‌: ୨୭ ବର୍ଷର ପ୍ରତୀକ୍ଷାରେ ସଫଳତା ପାଇଲା ଦକ୍ଷିଣ ଆଫ୍ରିକା । ଲର୍ଡସ୍‌ରେ ହୋଇଥିବା ଦ୍ୱିତୀୟ ଦିନିକିଆରେ ୫ ରନ୍‌ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ସିରିଜ୍‌ରେ ୨-୦ରେ ଅପରାଜେୟ ଲିଡ୍‌ ନେଲା । ଏହା ୧୯୯୮ ପରେ ପ୍ରଥମଥର ପାଇଁ ଇଂଲଣ୍ଡ ମାଟିରେ ଦକ୍ଷିଣ ଆଫ୍ରିକାଙ୍କ ଏକଦିନିଆ ସିରିଜ୍‌ ବିଜୟ । ଦକ୍ଷିଣ ଆଫ୍ରିକାର ଇନିଂସ୍‌: ପ୍ରଥମେ ବ୍ୟାଟିଂ … Read more

କାଠଯୋଡ଼ି ପଠାରେ ଜଳବନ୍ଧୀ ଗୋରୁ,

ବନ୍ୟାଭୟରେ ଚାଷୀମାନେ ଚିନ୍ତାଗ୍ରସ୍ତ By -SUBHASMITA ସେପ୍ଟେମ୍ବର 6 2025 କଟକ: କାଠଯୋଡ଼ି ପଠାରେ ହଠାତ୍ ନଦୀର ଜଳସ୍ତର ବଢ଼ିଯାଇଥିବାରୁ ୨୦ରୁ ଅଧିକ ଗୋରୁ ଜଳବନ୍ଧୀ ହୋଇପଡ଼ିଛି । କଟକ ତ୍ରିଶୁଳିଆ ବ୍ରିଜ୍‌ ନିକଟ କାଜିପାଟଣା ଅଞ୍ଚଳରେ ଚାଷୀମାନେ ଗୋରୁ ଚରିବାକୁ ନେଇଥିବା ବେଳେ ପାଣି ହଠାତ୍ ବଢ଼ିଯାଇଥିଲା । ଏହା ପରେ ପଲଟିଆ ପାଣିରେ ଚାରିଦିଗରୁ ଘିରି ଫସିଗଲେ ଗୋରୁମାନେ । ସ୍ଥାନୀୟମାନେ କହିଛନ୍ତି, ହୀରାକୁଦ ବନ୍ଧରୁ ଗେଟ୍ ଖୋଲାରୁ କାଠଯୋଡ଼ିର ଜଳସ୍ତର ଆହୁରି ବଢିବା … Read more

ଗୁରୁ ଦିବସରେ ୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର :

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କଲେ ମନୋନୀତ ଶିକ୍ଷକମାନେ | By -SUBHASMITA ସେପ୍ଟେମ୍ବର 5 2025 ନୂଆଦିଲ୍ଲୀ: ଗୁରୁ ଦିବସରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ । ଏହିଥର ଓଡ଼ିଶାରୁ ଦୁଇଜଣ ଶିକ୍ଷକ — ମାଲକାନଗିରିର ବସନ୍ତ କୁମାର ରାଣା ଓ କୋରାପୁଟର ପିଏମ୍‌ ଶ୍ରୀ କେନ୍ଦ୍ରୀୟ … Read more

ଦିଲ୍ଲୀ ଗସ୍ତରେ ସକ୍ରିୟ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟି ‘ଓଡ଼ିଶା ଭିଜନ 2036’ ପ୍ରଦାନ, କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରକଳ୍ପମୂଳକ ଆଲୋଚନା :

By -SUBHASMITA ସେପ୍ଟେମ୍ବର 5 2025 ଚାରି ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସୌଜନ୍ୟ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ‘ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ-2036’ ପୁସ୍ତିକା ପ୍ରଦାନ କରିଛନ୍ତି । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଥିଲେ । ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ, ସେମିକଣ୍ଡକ୍ଟର ଶିଳ୍ପ ସୃଷ୍ଟି ଓ ଆଇଟି କ୍ଷେତ୍ରର … Read more

ହୀରାକୁଦରୁ ପାଣି ଛଡ଼ା, ୧୦ ଜିଲ୍ଲାକୁ ସତର୍କ ସୂଚନା ମହାନଦୀରେ ବନ୍ୟା ଆଶଙ୍କା ବଢ଼ିଲା :

By-SUBHASMITA ସେପ୍ଟେମ୍ବର 5 2025 ଭୁବନେଶ୍ୱର : ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ବନ୍ଧରୁ ୧୬ଟି ଗେଟ୍ ଖୋଲି ପାଣି ଛାଡ଼ାଯାଇଛି। ଏହା ପରେ ମହାନଦୀରେ ପ୍ରାୟ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ସ୍ବତନ୍ତ୍ର ରିଲିଫ କମିଶନର (SRC) ପକ୍ଷରୁ ଅନୁଗୋଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୋନପୁର – ଏହି ୧୦ଟି ଜିଲ୍ଲାକୁ ସତର୍କ … Read more

ଆଜିର ରାଶିଫଳ :

କେମିତି କଟିବ ଆଜିର ଦିନ : BY -SUBHASMITA DAS SEPTEMBER 5 2025 ମେଷ :ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ବୃଷ :ଆଜି ବନ୍ଧୁମାନଙ୍କ ସାହାଯ୍ୟରୁ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ଜଣେ ଆତ୍ମୀୟଙ୍କ ସହଯୋଗ ଦ୍ୱାରା … Read more