socialtalknews

ଝାଡ଼ାବାନ୍ତି ନେଇ ଲୋକସେବା ଭବନରେ ବସିଛି କେନ୍ଦ୍ରୀୟ ଟିମର ବଡ଼ ବୈଠକ।

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ … Read more

ଇରାନ ରୁ କେମିତି ଫେରିବେ ୧୦୦୦୦ ଭାରତୀୟ

ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି। ନୂଆଦିଲ୍ଲୀ: ଇସ୍ରାଏଲ ବୋମାମାଡ଼ ଜାରି ରଖିଥିବା ବେଳେ ଇରାନରେ ଫସି ରହିଥିବା ୧୦,୦୦୦ରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପାଇଁ ସୁରକ୍ଷିତ ରାସ୍ତା ଯୋଗାଇ ଦେବାକୁ ନୂଆଦିଲ୍ଲୀ କରିଥିବା ଅନୁରୋଧ ଉପରେ ତେହରାନ ସୋମବାର ପ୍ରତିକ୍ରିୟା ରଖିଛି। ଭାରତର ଅନୁରୋଧର ଜବାବ ଦେଇ … Read more

ପାକିସ୍ତାନରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ

ଭିକାରି ଦେଶ ପାକିସ୍ତାନ ରେ ତେଲ ପାଇଁ ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, ନାନାଦି ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଏବେ ଦରବୃଦ୍ଧିକୁ ନେଇ ଚିନ୍ତିତ ସାଧାରଣ ଲୋକେ… ଇସଲାମାବାଦ: ପାକିସ୍ତାନରେ ପୁଣି ହାହାକାର । ଅହେତୁକ ଦରବୃଦ୍ଧି ପରେ ପାକିସ୍ତାନରେ ଦେଖା ଦେଇଛି ଜନ ଅସନ୍ତୋଷ । କେବେ ଖାଦ୍ୟ ସଂକଟ କେବେ ପୁଣି ଦରବୃଦ୍ଧି, … Read more

ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା

ଗୋପାଳପୁରକୁ ବୟଫ୍ରେଣ୍ଡ ସହ ବୁଲିବାକୁ ଯାଇ ଗଣଦୁଷ୍କର୍ମର ଶିକାର ହେଲେ ଯୁବତୀ । ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା । ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗତକାଲି ୭ ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିଲା । ଆଜି ୩ ଜଣଙ୍କୁ ଧରିଲା ଗୋପାଳପୁର ପୋଲିସ । ଅଭିଯୁକ୍ତମାନେ ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିଛି । ଆଜି ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିବ ପୋଲିସ । ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ … Read more

ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି

ନୂଆଦିଲ୍ଲୀ: ୨୦୨୪ ଜୁନ ୯ରେ ତୃତୀୟଥର ପାଇଁ ଶପଥ ନେଇଥିଲେ ମୋଦି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି । ଏହି ଅବସରରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କ୍ରମାଗତ ୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବକଲ୍ୟାଣର ସୁଫଳ ଲୋକଙ୍କୁ ମିଳୁଛି । ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବ ବଳରେ କ୍ରମାଗତ ତୃତୀୟଥର ପାଇଁ ବିଜେପି କ୍ଷମତାକୁ ଆସିଥିଲା । ଏହାପରେ ଜୁନ ୯ରେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟଥର ପାଇଁ ଶପଥ ନେଇଥିଲେ ନରେନ୍ଦ୍ର ମୋଦି । ୨୦୪୭ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ନେଇ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦ୍ବାରା ଦେଶରୁ ଗରିବୀ ହ୍ରାସ ପାଇଛି । ପିଏମ୍ ଆବାସ ଯୋଜନା, ପିଏମ୍ ଉଜ୍ଜ୍‌ଳା ଯୋଜନା, ଜନ ଧନ ଯୋଜନା, ଆୟୁଷ୍ମାନ ଯୋଜନା ଦ୍ବାରା ଅନେକ ଲୋକ ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ଗରିବ କଲ୍ୟାଣ ଅନ୍ନ ଯୋଜନା, ମୁଦ୍ରା ଯୋଜନା, ଡିଜିଟାଲ ଇଣ୍ଡିଆ ଭଳି ବିଭିନ୍ନ ଯୋଜନା ଯୋଗୁଁ ଲୋକଙ୍କୁ ମିଳିଛି ଆର୍ଥିକ ସୁରକ୍ଷା। ଏଥିସହ ସାମାଜିକ ନ୍ୟାୟର ଏକ ନୂଆ ପର୍ବ ଆରମ୍ଭ ହୋଇଛି । ଆତ୍ମନିର୍ଭର, ସଶକ୍ତ ଭାରତ ଏବେ ସାରା ବିଶ୍ବ ପାଇଁ ଉଦାହରଣ ପାଲଟିଛି । ୧୧ବର୍ଷ ଧରି ସେବା, ସୁଶାସନ ଓ ଗରିବ କଲ୍ୟାଣର ସୁଫଳ ମିଳୁଛି । ଭିଜନ ୨୦୪୭କୁ ନେଇ କାମ କରୁଛନ୍ତି ସରକାର ।

ଗରିବୀ କମୁଛି

ବିଶ୍ବବ୍ୟାଙ୍କ ରିପୋର୍ଟରେ ଭାରତରେ ଗରିବଙ୍କ ସ୍ଥିତି ନେଇ ବଡ଼ ଖୁଲାସାଦେଶରେ 34 କୋଟିରୁ ସାଢେ ୭ କୋଟିକୁ ଖସିଛି ଅତ୍ୟନ୍ତ ଗରିବଙ୍କ ସଂଖ୍ୟାମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନାରୁ ମିଲିଛି ସଫଳତା ମୋଦି ସରକାର ଶାସନକୁ ଆସିବା ପରେ ଗରିବ କଲ୍ୟାଣକୁ ଦେଇ ଆସିଛନ୍ତି ପ୍ରାଥମିକତା। ଯାହାର ସିଧା ପ୍ରତିଫଳନ ଦେଖିବାକୁ ମିଳିଛି ବିଶ୍ବ ବ୍ୟାଙ୍କ ରିପୋର୍ଟରେ। ଗତ ୧୧ ବର୍ଷରେ ଅନେକ ଗରିବ କଲ୍ୟାଣ ଯୋଜନା ଆଣିଛନ୍ତି ମୋଦି ସରକାର। ସେଥିମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଗରିବ … Read more