ମହାନଦୀରେ ବୁଡ଼ି ନିଖୋଜ ଛାତ୍ର, ଖୋଜାଖୋଜି ଜାରି

Talk Always Truth

By -SUBHASMITA ସେପ୍ଟେମ୍ବର 3 2025
କଟକ : କଟକ ଶିଖରପୁର କାଳୀ ମନ୍ଦିର ନିକଟରେ ମହାନଦୀରେ ବୁଡ଼ି ଗୋଟିଏ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ରଙ୍କ ପରିଚୟ ହେଉଛି ଶିଖରପୁର ଗଉଡ଼ ସାହିର ବାସିନ୍ଦା ପ୍ରଭୁଦତ୍ତ ସେନାପତି ।
ସୂଚନା ଅନୁସାରେ, ମଙ୍ଗଳବାର ଦିନ ସେ ନଦୀ କୂଳରେ ଗୋଡ଼ ଧୋଇବାକୁ ଯାଇଥିବା ବେଳେ ପାଣିରେ ପଡ଼ିଥିବା ସନ୍ଦେହ କରାଯାଉଛି । ଖବର ପାଇ, ଚାଉଳିଆଗଞ୍ଜ ଥାନା ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି, ଖୋଜାଖୋଜି ଅଭିଯାନ ଜାରି ରଖିଛନ୍ତି । କିନ୍ତୁ ଶେଷ ଖବର ମିଳିବା ପର୍ଯ୍ୟନ୍ତ ଛାତ୍ରଙ୍କୁ ଉଦ୍ଧାର କରାଯାଇପାରିନାହିଁ ।
ଜଣାପଡ଼ିଛି, ପ୍ରଭୁଦତ୍ତ ସେନାପତି ଗୁରୁ ନାନକ ପବ୍ଲିକ ସ୍କୁଲର ଛାତ୍ର । ଏହି ଦୁର୍ଘଟଣାରେ ସମଗ୍ର ଅଞ୍ଚଳରେ ମାତମ ପରିବେଶ ସୃଷ୍ଟି ହୋଇଛି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page