ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ :

Talk Always Truth

ରତ୍ନଭଣ୍ଡାର ଗଣତି ପାଇଁ ପଥ ସ୍ପଷ୍ଟ
By- SUBHASMITA 27 Aug 2025
ପୁରୀ, 26 ଅଗଷ୍ଟ 2025:
ବହୁ ଅପେକ୍ଷା ପରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ ହୋଇଛି। ମୋଟ ୧୦ ଜଣ ସଦସ୍ୟଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି।
କମିଟିରେ ସିଦ୍ଧେଶ୍ୱର ମହାପାତ୍ର, କୃଷ୍ଣଚନ୍ଦ୍ର ସାମନ୍ତରାୟ, ମଧୁସୂଦନ ସିଂଘାରୀ, ଜଗନ୍ନାଥ ପୂଜାପଣ୍ଡା, ଗଣେଶ ଦାସ ମହାପାତ୍ର, ରାମନାରାୟଣ ଗୋଚ୍ଛାୟତ, ରଘୁବୀର ଦାସ ମହାରାଜ, ଗିରିଶ ଚନ୍ଦ୍ର ମୁର୍ମୁ, ଏ.କେ. ସାବତ ଓ ମହେଶ କୁମାର ସାହୁଙ୍କୁ ସାମିଲ କରାଯାଇଛି।
ଏହାପୂର୍ବରୁ କମିଟି ଗଠନ ବିଳମ୍ବିତ ହେବାକୁ ନେଇ ଭିନ୍ନମତ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ ଯେ, ସିଗ୍ରହୀ କମିଟି ଗଠନ ହେବ। ଶେଷରେ ଆଜି ସରକାରୀ ଭାବେ ଏହାର ଘୋଷଣା ହୋଇଛି।
ନୂଆ କମିଟି ଗଠିତ ହେବା ପରେ, ରତ୍ନଭଣ୍ଡାର ଗଣତି ଓ ପରୀକ୍ଷା ପ୍ରକ୍ରିୟା ଆରମ୍ଭ ପାଇଁ ପଥ ସ୍ପଷ୍ଟ ହୋଇଛି। ଏଥିରେ ଲୋକମାନଙ୍କ ଆଗ୍ରହ ଭଳିଭାବେ ବଢ଼ିଥିବା ଦେଖାଯାଉଛି।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page