
By SUBHASMITA Aug 19 2025
ଜଳେଶ୍ୱର: ବାଲେଶ୍ୱର ଜିଲ୍ଲାର ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଭେଲୋରା ଛକରେ ମଙ୍ଗଳବାର ସକାଳେ ବିପଜ୍ଜନକ ଦୁର୍ଘଟଣା ଘଟିଥିଲା । ପଶ୍ଚିମବଙ୍ଗରୁ ବାଲେଶ୍ୱର ଅଭିମୁଖେ ଆସୁଥିବା ୨ଟି ବସର ମଧ୍ୟରୁ ଗୋଟିଏ ବସର ବ୍ରେକ ସ୍ପ୍ରିଙ୍ଗ ଭାଙ୍ଗିଯାଇଥିବାରୁ ଏହି ଘଟଣା ଘଟିଥିଲା ।
ଭାଗ୍ୟକ୍ରମେ, ୭୦ରୁ ଅଧିକ ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି, ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟ ବସରେ ଗନ୍ତବ୍ୟ ସ୍ଥାନକୁ ପଠାଇଥିଲା
ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ଭେଲୋରା ଛକରେ ଦୀର୍ଘ ସମୟ ଧରି ଚାଲୁଥିବା ବାଇପାସ୍ ନିର୍ମାଣ ଓ ବଡ ସ୍ପିଡ୍ ବ୍ରେକର ଥିବାକୁ ନେଇ ପ୍ରାୟ ପ୍ରତିଦିନ ଛୋଟ–ବଡ ଦୁର୍ଘଟଣା ଘଟୁଛି ।