ଚିଲିକାରେ ଆସୁଛି ସି’ପ୍ଲେନ୍‌ :

Talk Always Truth

ହେଲିଟ୍ୟାକ୍ସିରେ ବୁଲିବେ ପର୍ଯ୍ୟଟକ

By – SUBHASMITA | Aug 25, 2025 | Bhubaneswar

ଭୁବନେଶ୍ୱର: ଓଡ଼ିଶାର ପର୍ଯ୍ୟଟନକୁ ନୂଆ ଗତି ଦେବା ପାଇଁ ସରକାର ନୂତନ ପ୍ରସ୍ତାବ ନେଇଆସିଛି । ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ସି’ପ୍ଲେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ଚିଲିକା ଓ ହୀରାକୁଦ‌ରେ ସି’ପ୍ଲେନ୍‌ ଚାଲୁ କରିବା ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି ।
ସେଥିପାଇଁ ପର୍ଯ୍ୟଟକଙ୍କୁ ସହଜ ଓ ଶସ୍ତା ଯାତ୍ରା ସୁବିଧା ଦେବାକୁ ହେଲିଟ୍ୟାକ୍ସି ଯୋଜନା ମଧ୍ୟ ଆରମ୍ଭ ହେବ । ଏହାର ମାଧ୍ୟମରେ ପର୍ଯ୍ୟଟକମାନେ ଭୁବନେଶ୍ୱରରୁ ପୁରୀ, କୋଣାର୍କ, ଚିଲିକା, ତାରାତାରିଣୀ ଓ ଗୋପାଳପୁର ପର୍ଯ୍ୟନ୍ତ କମ୍‌ ଭଡ଼ାରେ ହେଲିକପ୍ଟର ଯାତ୍ରା କରିପାରିବେ ।
୨୨ ଏୟାରଷ୍ଟ୍ରିପ୍‌ ଖୋଲିବେ
ରାଜ୍ୟରେ ବନ୍ଦ ପଡ଼ିଥିବା ୨୨ଟି ଏୟାରଷ୍ଟ୍ରିପ୍‌ ଶୀଘ୍ର ଚାଲୁ ହେବାକୁ ଯାଉଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଯୋଜନା ଗଠନ କରୁଛନ୍ତି ।
ଦୁବାଇ ଓ ସିଙ୍ଗାପୁର ଫ୍ଲାଇଟ୍‌ ପାଇଁ ସଚେତନ
ଦୁବାଇ ଓ ସିଙ୍ଗାପୁରକୁ ବିମାନ ଚଳାଚଳ ବନ୍ଦ ହେବା ଆଶଙ୍କାରେ ସରକାର ପ୍ରୟାସରତ । ପରିବହନ ବିଭାଗ ସ୍ପଷ୍ଟ କରିଛି ଯେ, ଏହି ଦୁଇଟି ରୁଟ୍‌ରେ ବିମାନ ଚଳାଚଳ ଜାରି ରଖିବାକୁ ବିମାନ ସଂସ୍ଥାଗୁଡ଼ିକୁ ଭିଜିଏ (Viability Gap Funding) ଦିଆଯିବ
ଓଡ଼ିଶାରୁ ଦେଶର ସମସ୍ତ ପ୍ରମୁଖ ସହରକୁ ବିମାନ ସେବା କେବେ ମିଳିବ? ଅନ୍ତର୍ଜାତୀୟ ବିମାନବନ୍ଦର ଭିତ୍ତିଭୂମି କେବେ ସୃଷ୍ଟି ହେବ? ସେଥିପାଇଁ ଅଧୁନାବାଦୀ ଯୋଜନା ଆସିବା ଆବଶ୍ୟକତା ରହିଛି ।
ସି’ପ୍ଲେନ୍‌ ଓ ହେଲିଟ୍ୟାକ୍ସି ସେବାରେ ପର୍ଯ୍ୟଟନକୁ ଆଗକୁ ନେବା ସହିତ, ରାଜ୍ୟର ଅର୍ଥନୀତି ଓ ଚାକିରି କ୍ଷେତ୍ରକୁ ମଧ୍ୟ ବଡ଼ ସହାୟତା ମିଳିବ ବୋଲି ଅଭିଜ୍ଞମାନଙ୍କ ମତ ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page