
By Social Talk Team
Published 16.08.2025
ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମ୍ପସନ୍ ତାଙ୍କ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲସ୍ ଛାଡିବା ପାଇଁ ଯାଉଛନ୍ତି l ତେବେ ସଞ୍ଜୁଙ୍କ ଧୂଆଁଧାର ବ୍ୟାଟିଂ ଓ କିପିଙ୍ଗ ସବୁ ଦଳର ମ୍ୟାନେଜର ମାନଙ୍କୁ ଯେତିକି ପ୍ରଭାବିତ କରିଛି ତାଙ୍କୁ ଏବେ ଆଇପିଏଲ୍ ନିଲାମୀ ଆଗରୁ ଦଳ ବଦଳ ନିୟମ ଅନୁଯାୟୀ ନିଜ ଦଳରେ ସାମିଲ କରିବା ପାଇଁ ଭରପୁର ପ୍ରୟାସ ଆରମ୍ଭ ହୋଇଛି l ଆଇପିଏଲ ଚଳିତ ବର୍ଷ ସମାପ୍ତି ପରେ ସଞ୍ଜୁ ଚେନ୍ନାଇ ସୁପର କିଙ୍ଗର କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ ଙ୍କୁ ଆମେରିକାରେ ଭେଟିଥିବା ବେଳେ ଚର୍ଚ୍ଚା ଧରିଥିବା ହୁଏ ତ ଆଗାମୀ ସିଜିନରେ ଧୋନୀଙ୍କ ସ୍ଥାନରେ ସଞ୍ଜୁଙ୍କୁ ଦେଖିବାକୁ ମିଳିବ l କିନ୍ତୁ ରାଜସ୍ଥାନ ମ୍ୟାନେଜମେଣ୍ଟ ସଞ୍ଜୁଙ୍କ ସ୍ଥାନରେ ଚେନ୍ନାଇର ତିନିଜଣ ଖେଳାଳି ରବୀନ୍ଦ୍ର ଜାଡେଜା, ଶିବମ୍ ଦୁବେ ଓ ଋତୁରାଜ ଗାଏକୱାଡ଼ଙ୍କୁ ନେବା ପାଇଁ ଦାବି କରିବା ପରେ ଚେନ୍ନାଇ ମ୍ୟାନେଜମେଣ୍ଟ ସିଧାସଳଖ ସେମାନଙ୍କୁ ରିଲିଜ କରିବ ନାହିଁ ବୋଲି ଘୋଷଣା କରିଛି l ସେହିପରି କୋଲକାତା ନାଇଟ୍ ରାଇଡ଼ର ମଧ୍ଯ ନୂଆ ଅଧିନାୟକ ଭାବେ ସଞ୍ଜୁଙ୍କୁ ନେବାକୁ ଚାହୁଁଥିବା ଜଣା ପଡିଛି l ବଦଳ ଖେଳାଳି ରୂପେ ଅଧିନାୟକ ଅଜିଙ୍କ ରାହାନେ, ରିଙ୍କୁ ସିଂ ଓ ଭେଙ୍କଟସ୍ ଆୟରଙ୍କୁ ନେବାକୁ ଇଚ୍ଛୁକ କହିବା ପରେ କୋଲକାତା ମ୍ୟାନେଜମେଣ୍ଟ ସବୁଜ ସଙ୍କେତ ଦେଇପାରେ ବୋଲି ଜଣା ପଡିଛି l କାରଣ ପୂର୍ବତନ ଅଧିନାୟକ ଶ୍ରେୟସ୍ ଆୟର ଙ୍କୁ କୋଲକାତା ରିଲିଜ କରିବା ଏବଂ ଅଜିଙ୍କଙ୍କୁ ନୂଆ ଅଧିନାୟକ ଦାୟିତ୍ଵ ଦେବା ଦଳ ପାଇଁ ମହଙ୍ଗା ପଡ଼ିଛି l ଖାଲି ସେତିକି ନୁହେଁ ଏହି ତିନି ଜଣ ଖେଳାଳି ଚଳିତ ବର୍ଷ ଆଇପିଏଲରେ ଅଧିକ ଟଙ୍କା ବିନିମୟରେ ଦଳରେ ସାମିଲ ହୋଇଥିଲେ ସୁଦ୍ଧା ଖରାପ ପ୍ରଦର୍ଶନ କରିଥିଲେ, ଯେଉଁଥିପାଇଁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣା ପଡିଛି l ଅନ୍ୟ ଟିମ୍ ରୂପେ ଚଳିତ ବର୍ଷ ଆଇପିଏଲ ଚମ୍ପିୟାନ ରୟାଲ୍ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର ଓ ଆଇପିଏଲ୍ ଇତିହାସରେ ସଫଳତମ ଦଳ ମୁମ୍ବାଇ ଇଣ୍ଡିୟାନ୍ସ ସଞ୍ଜୁଙ୍କୁ ଦଳରେ ନେବା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି l ତେବେ ଦେଖିବାକୁ ରହିଲା ସଞ୍ଜୁ ରାଜସ୍ଥାନରେ ଆଗାମୀ ସିଜିନରେ ରହୁଛନ୍ତି ନା ନୂଆ ଦଳ ଓ ନୂଆ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି l
ସୋସିଆଲ ଟକ୍