
କେନ୍ଦ୍ରାପଡ଼ା ଆଳି : ପାଣିରେ ଘଣ୍ଟାଘଣ୍ଟା ଧରି ପହଁରି ପାରୁଥିବା ମଇଁଷି ନଦୀରେ ମରି ଭାସୁଛନ୍ତି। ଗୋଟିଏ କିମ୍ବା ଦୁଇଟି ନୁହେଁ, ଏକାଥରେ ୭୩ଟି ମଇଁଷିଙ୍କର ମୃତ୍ୟୁ ଘଟିଛି। ରବିବାର ଏଭଳି ଅବିଶ୍ୱସନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଏକକାଳୀନ ଏତେ ସଂଖ୍ୟାରେ ମଇଁଷିଙ୍କ ମୃତ୍ୟୁ ପରେ ତିନିଜଣ ଚାଷୀ ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ନଦୀରେ ଚିଙ୍ଗୁଡ଼ି ମାରିବା ପାଇଁ ବିଷ ପକାଯାଇଥିବା ବେଳେ ସେହି ବିଷପାଣି ପିଇ ମଇଁଷିଗୁଡ଼ିକର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁସାରେ ଆଳି ଥାନା ଏକମାଣିଆ ଗାଁ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଶାଖା ‘ଗଳିଆ’ କୂଳରେ ୮୮ଟି ମଇଁଷି ରହିଥିଲେ। ଆଜି ସକାଳୁ ମଇଁଷି ପଲକୁ ଚରିବା ପାଇଁ ଖୋଲି ଦିଆଯାଇଥିଲା। ଘାସ ଚରି ମଇଁଷି ପଲ ନଦୀରେ ପଶିଥିଲେ । ନଦୀ ପାଣି ପିଇବା ଦ୍ୱରା ଚାଲିଗଲା ନିରୀହ ମଇଁଷଙ୍କ ଜୀବନ!
socialtalkknews