By -SUBHASMITA ସେପ୍ଟେମ୍ବର 3 2025
ଭୁବନେଶ୍ୱର : ଦେଶର ପାରମ୍ପରିକ ବୟନ ଶିଳ୍ପକୁ ପୁନରୁଦ୍ଧାର କରିବାକୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ । ରବିବାର ୧୨୪ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳାଙ୍କ ସଫଳତାର କାହାଣୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ୬୫୦ରୁ ଅଧିକ ଆଦିବାସୀ ମହିଳା ସାନ୍ତାଳୀ ଶାଢ଼ିକୁ ପୁନରୁଦ୍ଧାର କରି, ନିଜେମାନଙ୍କ ପାଇଁ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପରେ ବୁଣାକାରଙ୍କ ମଧ୍ୟରେ ଖୁସି ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି ।
ଏପଟେ, ଓଡ଼ିଶା ଟେକ୍ସ ସମ୍ମିଳନୀ–୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀଦିନରେ ଓଡ଼ିଶାକୁ ଟେକ୍ସଟାଇଲ ହବ୍ ଭାବେ ପରିଚିତ କରାଯିବ । ସେ ୫୩ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବାର ଆଶ୍ୱାସନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏହି ସମୟରେ ବୁଣାକାରଙ୍କ ଭତ୍ତା ୧୦୦୦ ଟଙ୍କା ବୃଦ୍ଧି କରିବା ସହିତ, ସରକାରୀ ଅଧିକାରୀଙ୍କୁ ପ୍ରତି ସପ୍ତାହେକଥର ବୁଣା ବସ୍ତ୍ର ପିନ୍ଧିବାକୁ ଅପିଲ କରିଛନ୍ତି । ଏହି ଘୋଷଣା ପରେ ରାଜ୍ୟରେ ବୁଣାକାର ସମ୍ପ୍ରଦାୟରେ ଖୁସିର ଲହରି ଖେଳିଯାଇଛି ।
Socialtalknews