ପ୍ରେମାନନ୍ଦ ମହାରାଜଏମିତି କାହିଁକି କହିଲେ !

ଆଧ୍ୟାତ୍ମିକ ଗୁରୁ ଶ୍ରୀ ପ୍ରେମାନନ୍ଦ ମହାରାଜ । ଦେଶରେ ତାଙ୍କୁ କିଏ ବା ନଜାଣେ । ଘରେ ଘରେ ବେଶ ପରିଚିତ ମହାରାଜ ଜୀ । ଶ୍ରୀ ରାଧାରାଣୀଙ୍କ ଭଜନ କୀର୍ତ୍ତନ କରୁଥିବା ପ୍ରେମାନନ୍ଦ ମହାରାଜଙ୍କ କଥା ଯିଏ ବି ଶୁଣିବ ସିଏ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବ । କାରଣ ନିଜର ଦୁଇଟି ଯାକ କିଡନୀ ଫେଲ ହେଲା ପରେ ବି ଜନତାଙ୍କୁ ସତମାର୍ଗରେ ନେବା ପାଇଁ ଦିନରାତି ପରିଶ୍ରମ କରୁଛନ୍ତି, ପ୍ରବଚନ ବି ଦେଉଛନ୍ତି । … Read more

ଭଲ ପ୍ରଦର୍ଶନ ସତ୍ତ୍ବେ ଧୋନିଙ୍କ ପାଇଁ ମୋତେ ଦଳରୁ ବିଦା କରାଯାଇଥିଲା: ଇରଫାନ୍ ପଠାନ୍

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ତାଙ୍କ କ୍ରିକେଟ କ୍ୟାରିୟର ସହ ଜଡିତ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଇରଫାନ ପଠାନ କହିଛନ୍ତି ଯେ, ୨୦୦୯ ମସିହାରେ ତାଙ୍କୁ ଦଳରୁ ବାହାର କରିବାରେ ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପଠାନ କହିଛନ୍ତି ଯେ, ଶ୍ରୀଲଙ୍କା ସିରିଜରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ, ୨୦୦୯ରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ତାଙ୍କୁ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ଦିଆଯାଇ … Read more

ଭାରତକୁ କେହି ଡରାଇ ପାରିବେ ନାହିଁ; ଆରଏସଏସ ନେତା ରାମ ମାଧବ

ନୂଆଦିଲ୍ଲୀ -: କିଛି ଦିନ ତ‌ଳେ ଭାରତକୁ ପରମାଣୁ ବୋମା ଆକ୍ରମଣ ଧମକ ଦେଇଥିଲେ ପାକିସ୍ତାନର ଆର୍ମି ମୁଖ୍ୟ ଆସୀମ୍ ମୁନୀର। ଏବେ ଏହାର ଜବାବ ଦେଇଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ବରିଷ୍ଠ ନେତା ରାମ ମାଧବ। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଭାରତ ଏପରି ଏକ ଦେଶ ନୁହେଁ ଯିଏ କୌଣସି ପରମାଣୁ ବିପଦକୁ ଭୟ କରେ। ଭାରତ ପ୍ରତ୍ୟେକ ପରିସ୍ଥିତିରେ ନିଜର ସ୍ୱାର୍ଥକୁ ରକ୍ଷା କରିବାକୁ ପ୍ରସ୍ତୁତ। ରାମ ମାଧବ କହିଛନ୍ତି ଯେ, … Read more

କିଏ ହେବେ ଦଳରେ ସାମିଲ?

By Social Talk TeamPublished 16.08.2025 ଆସନ୍ତା ଏସିଆ କପ୍ ଟ୍ଵେଣ୍ଟି ଟ୍ଵେଣ୍ଟି ଫର୍ମାଟରେ ଖେଳାଯିବାକୁ ଥିବାରୁ ଭାରତୀୟ ଦଳରେ କିଏ ସାମିଲ ହେବେ ସେଥିପାଇଁ ବିସିସିଆଇ ପକ୍ଷରୁ ଅଗଷ୍ଟ୧୯ ତାରିଖରେ ଦଳ ଘୋଷଣା କରାଯିବ l ତେବେ ଏହା ପୂର୍ବରୁ ପ୍ରଶ୍ନ ଉଠୁଛି କିଏ ହେବେ ସାମିଲ? କିଏ ପଡିବେ ବାଦ ଏବଂ କିଏ ହେବେ ଅଧିନାୟକ ଓ ଉପଅଧିନାୟକ? ନିକଟରେ ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଡ୍ର ପରେ ଏବେ ଦଳ … Read more

FASTag Annual Pass:

ପ୍ରଥମ ଦିନରେ ୧.୪ ଲକ୍ଷ ୟୁଜର୍ସର ଜବରଦସ୍ତ ସଫଳତା BY_ SUBHASMITA AUG 13 2025 ଭୁବନେଶ୍ବର, ୧୬ ଅଗଷ୍ଟ ୨୦୨୫: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆନୁଷ୍ଠାନିକ ଭାବରେ FASTag Annual Pass ଲଞ୍ଚ କରିଛି, ଯାହା ଦେଶବ୍ୟାପୀ ଚୟନିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ରେ ପ୍ରାୟ ୧,୧୫୦ ଟୋଲ୍ ପ୍ଲାଜାରେ ବ୍ୟବହୃତ ହେବ।ପ୍ରଥମ ଦିନରେ ୟୁଜର୍ସଙ୍କ ମଧ୍ୟରୁ ଏହି Annual Pass ପାଇଁ ଜବରଦସ୍ତ ରିସ୍ପନ୍ସ ମିଳିଛି। … Read more

ଓଡ଼ିଶାରେ ଖୋଲାଯାଉଛି ନୂଆ ୪ଟି ମେଡିକାଲ କଲେଜ,

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଚିକିତ୍ସା ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଡେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନବରଙ୍ଗପୁରରେ ଆଉ ୪ଟି ସରକାରୀ ମେଡିକାଲ କଲେଜ ଖୋଲାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ୧୨ଟି ସରକାରୀ ମେଡିକାଲ କଲେଜ ରହିଛି ଓ ବ୍ରହ୍ମପୁର ମେଡିକାଲ କଲେଜକୁ ଏମ୍ସ ପ୍ଲସ ସ୍ତରକୁ ଉନ୍ନତ କରିବା ପ୍ରସ୍ତାବ ଅଛି। ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ।ସହ ଏହାରେ … Read more

ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ ଧରିଛି ଜଗନ୍ନାଥ ଟେମ୍ପଲ ପୁଲିସ :

ବେହରଣ ଦ୍ଵାର ପଟରୁ ପ୍ରାୟ ୫ ରୁ ୭ ଫୁଟ୍ ଚଢ଼ି ସାରିଥିବା ବେଳେ ଜଗନ୍ନାଥ ମନ୍ଦିର ପୁଲିସ ଜେଟିପି ହାତରେ ବ୍ୟକ୍ତି ଜଣକ ଧରାପଡ଼ିଛି। ପରେ ତାଙ୍କୁ ସିଂହଦ୍ୱାର ପୁଲିସ ଜିମା ଦିଆଯାଇଛି। ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ବ୍ୟକ୍ତି ଜଣଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ସୂଚନା ମିଳିଛି। ତେବେ ଏନେଇ ଅଧିକ ଛାନ୍ ଭିନ କରୁଛି ସିଂହଦ୍ୱାର ପୁଲିସ।ଦକ୍ଷିଣ ଘର ବାଟରେ ବ୍ୟକ୍ତି ଜଣକ ଉପରକୁ … Read more

ସଞ୍ଜୁଙ୍କୁ ନେଇ ଟଣାଓଟରା :

By Social Talk TeamPublished 16.08.2025 ଭାରତୀୟ କ୍ରିକେଟ ଦଳର ୱିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମ୍ପସନ୍ ତାଙ୍କ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲସ୍ ଛାଡିବା ପାଇଁ ଯାଉଛନ୍ତି l ତେବେ ସଞ୍ଜୁଙ୍କ ଧୂଆଁଧାର ବ୍ୟାଟିଂ ଓ କିପିଙ୍ଗ ସବୁ ଦଳର ମ୍ୟାନେଜର ମାନଙ୍କୁ ଯେତିକି ପ୍ରଭାବିତ କରିଛି ତାଙ୍କୁ ଏବେ ଆଇପିଏଲ୍ ନିଲାମୀ ଆଗରୁ ଦଳ ବଦଳ ନିୟମ ଅନୁଯାୟୀ ନିଜ ଦଳରେ ସାମିଲ କରିବା ପାଇଁ ଭରପୁର ପ୍ରୟାସ ଆରମ୍ଭ ହୋଇଛି l ଆଇପିଏଲ … Read more

ଚେନ୍ନାଇ ଛାଡିବେ ଅଶ୍ବିନ :

By Social Talk TeamPublished 16.08.2025 ଇଣ୍ଡିଆନ୍ ପ୍ରିମିଅର ଲିଗର ଅନ୍ୟତମ ସଫଳ ଦଳ ରୂପେ ପରିଚିତ ଚେନ୍ନାଇ ସୁପର କିଙ୍ଗସ୍ ସହ ସମ୍ପର୍କ ତୁଟାଇବା ପାଇଁ ଯାଉଛନ୍ତି ଅଲରାଉଣ୍ଡର ରବି ଚନ୍ଦ୍ରନ୍ ଅଶ୍ବିନ l ଚଳିତବର୍ଷ ଅନୁଷ୍ଠିତ ଆଇପିଏଲ ଟୁର୍ନାମେଣ୍ଟରେ ଚେନ୍ନାଇ ତାର ଇତିହାସରେ ସବୁଠୁ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିଲା l ତେଣୁ ଅଧିକ ଟଙ୍କା ଖର୍ଚ୍ଚ କରି କିଣି ଥିବା କିଛି ଖେଳାଳି ଯେଉଁମାନେ ଚଳିତ ବର୍ଷ … Read more

ଆଉ ମିଳିବନି ଦହିବରା :

BY -SUBHASMITA AUG- 16 2025କଟକର ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ରଘୁ ମଉସାଙ୍କ ବିୟୋଗ: ୯୪ ବର୍ଷରେ ପରଲୋକ”କଟକ: ଆଜି ସକାଳେ କଟକର ପ୍ରସିଦ୍ଧ ଦହିବରା ଆଳୁଦମ ବ୍ୟବସାୟୀ ରଘୁନାଥ ସାମଲ (ରଘୁ ମଉସା) ୯୪ ବର୍ଷ ବୟସରେ ପରଲୋକ କରିଛନ୍ତି। ବିଡାନାସୀ ଗୋପାଳସାହି ଘରରେ ତାଙ୍କର ମୃତ୍ୟୁ ଘଟିଛି।୧୯୫୦ ମସିହାରେ କେବଳ ୧୫ ବର୍ଷ ବୟସରେ ଦହିବରା ଆଳୁଦମ ବ୍ୟବସାୟ ଆରମ୍ଭ କରି, କଟକର ଲୋକପ୍ରିୟ ଦହିବରା ଆଳୁଦମ ଖାଦ୍ୟକୁ ଜଣାଶୁଣା କରିଥିଲେ। ସେ … Read more