by-SUBHASMITA Dt-13.2026
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତେ ନିକଟ ଆସୁଛି, ସେତେ ସେତେ ବଙ୍ଗାଳ ରାଜନୀତି ଆଗୁନ ହେଉଛି।
ଭୋଟ୍ ପୂର୍ବରୁ ED ଆକ୍ଟିଭ୍, I-PAC ଉପରେ ଚଢ଼ାଉ ଆଉ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରୋଡ଼ ଶୋ ସବୁକିଛି କହୁଛି କେବଳ ଗୋଟିଏ କଥା ବଙ୍ଗାଳର ଲଢ଼ାଇ ଏବେ ମଞ୍ଚରେ ନୁହେଁ, War Room ଭିତରେ!
ତେବେ ଏଠି ବଡ ପ୍ରଶ୍ନ ଉଠୁଛି
I-PACକୁ ନେଇ କାହିଁକି ଚିନ୍ତାରେ ମମତା ଦିଦି?
କଣ ଏହି I-PAC?
ପ୍ରତୀକ ଜୈନ କାହିଁକି ବଙ୍ଗାଳ ରାଜନୀତିର ସବୁଠୁ ବଡ଼ ଟାର୍ଗେଟ?
ନିର୍ବାଚନ ପୂର୍ବ ମୁହୂର୍ତ୍ତରେ I-PAC ଉପରେ ED ର ଚଢ଼ାଉକୁ କେବଳ ଆଇନଗତ କାର୍ଯ୍ୟ ବୋଲି ଦେଖାଯାଉନାହିଁ।ବରଂ
ଏହାକୁ TMC ର Election Brain ଉପରେ ସିଧା ଆକ୍ରମଣ ବୋଲି ଚର୍ଚ୍ଚା ହେଉଛି। ସେଥିପାଇଁ ED ନାଁ ଶୁଣିବା ସହିତ ଦିଦି Fire Mode ରେ!I-PAC ଉପରେ ଚଢ଼ାଉ ପରେ ମମତା ବାନାର୍ଜୀ ସିଧାସଳଖ ରୋଡ଼କୁ ଓହ୍ଲାଇ, ED କୁ ଖୋଲା ଚ୍ୟାଲେଞ୍ଜ ଦେବା ଏହା କେବଳ ପ୍ରତିବାଦ ନୁହେଁ,ବରଂ ଏହା ଥିଲା ଏକ ସଙ୍କେତ War Room ଉପରେ ଆକ୍ରମଣ ହେଲେ, ମୁଁ ରୋଡ଼କୁ ଓହ୍ଲାଇବି।I-PAC ସାଧାରଣ କନସଲଟାନ୍ସି ଫର୍ମ ନୁହେଁ।
ଏହା ହେଉଛି Election Factory ଯେଉଁଠି Strategy ତିଆରି ହୁଏ, Narrative ଲିଖାଯାଏ, ଭୋଟ୍ ମାଇଣ୍ଡସେଟ୍ ଗଢ଼ାଯାଏ।ଏଥର BJP ବୁଝିଗଲା ନେତାଙ୍କୁ ନୁହେଁ, ଏବେ ଟାର୍ଗେଟ୍ Strategy!
ଭୋଟ୍ ପୂର୍ବରୁ Strategy ଉପରେ ଚଢ଼ାଉ ହେଲେ, ରାଜନୀତି ଆପେଆପେ ଆଗୁନ ହୋଇଯାଏ।
I-PAC ଉପରେ ରେଡ୍ ବଙ୍ଗାଳ ନିର୍ବାଚନକୁ ଆଉ ଅଧିକ ରୋମାଞ୍ଚକ କରିଦେଇଛି।
ଏହା କେବଳ Action ନୁହେଁ,
ଏହା ରାଜନୀତିର ନୂଆ ଚାଳ ବୋଲି ସବୁଆଡେ ଚର୍ଚ୍ଚ !
Socialtalknews