ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ପ୍ରଶଂସା

Talk Always Truth

By Social Talk Team
Published 15.08.2025

ସାରା ଦେଶରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରୂପେ ପରିଚିତ l ଅପରାଧି,ଗୁଣ୍ଡା ଓ ମାଫିଆଙ୍କ ବିରୋଧରେ କୌଣସି ସାଲିସ୍ କରିବାର ନାହିଁ ତଥା ସେମାନଙ୍କୁ ମାଟିରେ ମିଶେଇ ଦେବାର ଲକ୍ଷ୍ୟ ନେଇ ଶାସନ କରୁଥିବା ଯୋଗୀଙ୍କୁ ବିରୋଧୀ ସମାଜବାଦୀ ପାର୍ଟିର ବିଧାୟିକା ଖୁବ୍ ପ୍ରଶଂସା କରିଛନ୍ତି l ତେବେ ଏହି ପ୍ରଶଂସା ତାଙ୍କୁ ଖୁବ ମହଙ୍ଗା ପଡ଼ିଛି l ଘଟଣା କ୍ରମକୁ ଲକ୍ଷ୍ୟ କରିଲେ ସଦ୍ୟ ଚାଲିଥିବା ଉତ୍ତର ପ୍ରଦେଶର ବିଧାନସଭା ସତ୍ର ସମୟରେ ଚାୟଲ ବିଧାନସଭା କ୍ଷେତ୍ରର ବିଧାୟିକା ପୂଜା ପାଲ ତାଙ୍କର ସ୍ୱାମୀ ରାଜୁ ପାଲଙ୍କ ହତ୍ୟାକାରୀ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ମୂଳୋତ୍ପାଟନ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଖୁବ୍ ପ୍ରଶଂସା କରିଥିଲେ l ପୂଜା କହିଛନ୍ତି ବିବାହର ମାତ୍ର କିଛି ଦିନ ପରେ ଅତିକଙ୍କ ଆତତାୟୀ ଆକ୍ରମଣ ଯୋଗୁଁ ଦିନ ଦ୍ୱିପହରରେ ତାଙ୍କର ସ୍ୱାମୀ ରାଜୁଙ୍କ ମୃତ୍ୟୁ ଘଟିଥିଲା l ତତ୍କାଳୀନ ବହୁଜନ ସମାଜ ପାର୍ଟି ର ବିଧାୟକ ରାଜୁଙ୍କ ମୃତ୍ୟୁ ପଛର କାରଣ ହେଉଛି ଅତିକ ଅହମଦ ପ୍ରୟାଗରାଜ ପଶ୍ଚିମ ସିଟ୍ ରୁ ଇସ୍ତଫା ଦେଇ ଲୋକସଭାକୁ ନିର୍ବାଚିତ ହୋଇଥିଲେ l ସେଠାରେ ଅନୁଷ୍ଠିତ ଉପ ନିର୍ବାଚନରେ ତାଙ୍କର ଭାଇ ମହମ୍ମଦ ଅସରଫଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରି ରାଜୁ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ l ଏହି ଘଟଣାରେ ଉତ୍ତ୍ଯକ୍ତ ହୋଇ ଅତିକ ତାଙ୍କୁ ହତ୍ୟା କରିଥିବା ବେଳେ ପରେ ତାଙ୍କର ଶବ ମଧ୍ଯ ମିଳିଲା ନାହିଁ l ପରବର୍ତ୍ତୀ ସମୟରେ ସେଠାରେ ଅନୁଷ୍ଠିତ ଉପ ନିର୍ବାଚନରେ ରାଜୁଙ୍କ ପତ୍ନୀ ପୂଜା ନିର୍ବାଚନ ଲଢିଥିଲେ ସୁଦ୍ଧା ଅସରଫ ବିଜୟୀ ହୋଇଥିଲେ l ତେବେ ଦୀର୍ଘବର୍ଷ ଧରି ନ୍ୟାୟ ପାଇଁ ଲଢ଼ିଥିବା ପୂଜାଙ୍କୁ ଭରସା ଓ ବିଶ୍ଵାସ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅତିକ ଓ ତାର ସାମ୍ରାଜ୍ଯକୁ ଅନ୍ତ କରିଥିବାରୁ ତାଙ୍କୁ ନ୍ୟାୟ ମିଳିଛି ବୋଲି ସେ ବିଧାନସଭାରେ କହିଥିଲେ l
ଅନ୍ୟପକ୍ଷରେ ଏହି ଘଟଣା ସାମନାକୁ ଆସିବା ପରେ ସମାଜବାଦୀ ପାର୍ଟି ତାଙ୍କୁ ଶୃଙ୍ଖଳା ଭାଙ୍ଗି ମନମୁଖୀ କାର୍ଯ୍ୟ ପାଇଁ ଦଳରୁ ବହିସ୍କାର କରିଛି l ଗୋଟେ ପଟେ ବିରୋଧୀ ଦଳ ଯୋଗୀଙ୍କ ଶାସନ ମଡେଲକୁ କଡା ସମାଲୋଚନା କରୁଥିଲେ ସୁଦ୍ଧା ଖୋଦ୍ ନିଜ ଦଳ ଭିତରେ ଏପରି ଭିନ୍ନ ମତ ଓ ବାସ୍ତବ ରୂପାୟନ କଥା ସାମନାକୁ ଆସିଛି l
ସେପଟେ PDA କଥା କହୁଥିବା ଅଖିଳେଶ ଯାଦବ ପଛୁଆ ବର୍ଗର ପ୍ରତିନିଧି ପୂଜାଙ୍କୁ ବହିସ୍କାର କରିବା ଘଟଣା ପରେ PDA ନାରା କେବଳ ନିର୍ବାଚନ ପାଇଁ ଉଦ୍ଧିଷ୍ଟ ଥିଲା ବୋଲି ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l

ସୋସିଆଲ ଟକ୍


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page