ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ କଲେ ମନୋନୀତ ଶିକ୍ଷକମାନେ |
By -SUBHASMITA ସେପ୍ଟେମ୍ବର 5 2025
ନୂଆଦିଲ୍ଲୀ: ଗୁରୁ ଦିବସରେ ଦେଶର ୪୫ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର-୨୦୨୫ ପ୍ରଦାନ କରାଯିବ । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିବେ ।
ଏହିଥର ଓଡ଼ିଶାରୁ ଦୁଇଜଣ ଶିକ୍ଷକ — ମାଲକାନଗିରିର ବସନ୍ତ କୁମାର ରାଣା ଓ କୋରାପୁଟର ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ତାରୁଣ କୁମାର ଦାଶ — ମନୋନୀତ ହୋଇଛନ୍ତି ।
ପୁରସ୍କାର ପ୍ରଦାନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମନୋନୀତ ଶିକ୍ଷକମାନଙ୍କୁ ଭେଟିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଶିକ୍ଷକମାନଙ୍କ ସହ ଏକାଧିକ ବିଷୟରେ ଆଲୋଚନା କରି, ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ମୋଦି କହିଥିଲେ, “ଶିକ୍ଷକମାନେ ରାଷ୍ଟ୍ରର ଭବିଷ୍ୟତ ରଚୟିତା । ସେମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟପରାୟଣତା ଭାରତର ସମାଜିକ ଓ ଶିକ୍ଷାଗତ ପ୍ରଗତିର ପ୍ରମୁଖ ଶକ୍ତି।”
ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ୍ ଏଡ୍ୟୁକେସନ୍ ଓ ସାକ୍ଷରତା ବିଭାଗ ପ୍ରତିବର୍ଷ ଗୁରୁ ଦିବସରେ ଏହି ସମ୍ମାନଜନକ ପୁରସ୍କାର ଆୟୋଜନ କରେ । ଶିକ୍ଷା ବ୍ୟବସ୍ଥାରେ ଉଲ୍ଲେଖନୀୟ ଅବଦାନକୁ ସମ୍ମାନିତ କରିବା ସହିତ ସେହି ଅବଦାନକୁ ସାମାଜିକ ପରିଚର୍ଚ୍ଚାରେ ଆଣିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
Socialtalknews