୨୦ ଜିଲ୍ଲାରେ ବିଜୁଳି-ଘଡଘଡି ସହ ବର୍ଷା ସତର୍କ, ୧୨ ଯାଏଁ ରହିବ ପ୍ରଭାବ
By- SUBHASMITA ଅକ୍ଟବର 10 2025
ଭୁବନେଶ୍ବର : ରାଜ୍ୟରେ ପୁଣିଥରେ ବର୍ଷାର ଭୟ। ପାଣିପାଗ ବିଭାଗ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ଜଣାଇଛି। ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ନୂଆ ଘୂର୍ଣ୍ଣିବଳୟ ଗଠିତ ହେବାର ଫଳରେ ଆସନ୍ତା ଦିନଗୁଡ଼ିକ ଭିତରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଆସନ୍ତା ୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, କନ୍ଧମାଳ, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ମାଲକାନଗିରି ଜିଲ୍ଲାର କିଛି ଅଂଚଳରେ ବିଜୁଳି-ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର ଓ ନୟାଗଡ଼ରେ ବି ଝଡ଼-ବର୍ଷା ହେବା ଆଶଙ୍କା।
ଏହି ପରିସ୍ଥିତିକୁ ଦେଖି ମେଟ୍ ବିଭାଗ ରାଜ୍ୟର ୨୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଓ ଲୋକଙ୍କୁ ବଜ୍ରପାତ ସମୟରେ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି। ପାଣିପାଗ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଏହି ବର୍ଷା ଅଭିଯାନ ଦିନ ୧୨ ଯାଏଁ ଚାଲିପାରେ।
Socialtalknews