
By- SUBHASMITA ସେପ୍ଟେମ୍ବର 1 2025
ହାଇଦ୍ରାବାଦ, ୦୧ ସେପ୍ଟେମ୍ବର:
ନାସା ଓ ଇସ୍ରୋର ସଂୟୁକ୍ତ ପ୍ରୟାସରେ ନିସାର (NASA-ISRO Synthetic Aperture Radar) ମିଶନ ସଫଳତାର ସହିତ ଆଗକୁ ବଢ଼ୁଛି । ବିଶ୍ବର ସର୍ବବୃହତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ନିସାରକୁ ଜୁଲାଇ 30 ରେ ଶ୍ରୀହରିକୋଟାରୁ ଉତ୍କ୍ଷେପଣ କରାଯାଇଥିଲା ।
ମିଶନ ଟିମ୍ ସୂଚନା ଦେଇଛନ୍ତି ଯେ ସାଟେଲାଇଟ୍ର ପ୍ରାରମ୍ଭିକ ସମସ୍ତ ପରୀକ୍ଷା ସଫଳ ହୋଇଛି ଏବଂ ଏହା ଖୁବଶୀଘ୍ର ପୃଥିବୀର ସବୁଠୁ ସ୍ପଷ୍ଟ ଓ ଉଚ୍ଚ-ଗୁଣସ୍ତରୀୟ ଛବି ପଠେଇବାକୁ ପ୍ରସ୍ତୁତ ହେଉଛି ।
ଏହା ପୃଥିବୀର ପୃଷ୍ଠଭାଗର ସୂକ୍ଷ୍ମ ପରିବର୍ତ୍ତନକୁ ମଧ୍ୟ ସ୍ପଷ୍ଟ କରିଦେବ ।
ପୃଥିବୀର ହିମଶୀଳା, ବନ, ଜଳସ୍ତର, ଭୂମିକମ୍ପ, ଓ ପରିବେଶୀୟ ପରିବର୍ତ୍ତନ ନିରୀକ୍ଷଣରେ ଏହି ସାଟେଲାଇଟ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।
ନାସା-ଇସ୍ରୋର ଏହି ମିଶନକୁ ଭାରତ-ଅମେରିକା ସାଇନ୍ସ ଓ ସ୍ପେସ୍ ସହଯୋଗର ନୂତନ ମାଇଲସ୍ଟୋନ୍ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।
ବୈଜ୍ଞାନିକମାନଙ୍କ ଆଶା, ନିସାର ମିଶନର ତଥ୍ୟଗୁଡ଼ିକ ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ବିପଦ ପୂର୍ବାଭାସ ଓ ପରିବେଶ ସୁରକ୍ଷାରେ ନୂଆ ଦିଗ ଖୋଲିବ ।
Socialtalknews