ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ନୂଆ ମୋଡ଼:

Talk Always Truth

ମୋଟରସାଇକେଲକୁ ଫଲୋ କରୁଥିଲା ଅଜଣା କାର୍

By – SUBHASMITA ଅକ୍ଟବେର 9 2025
ବ୍ରହ୍ମପୁର, ୯ ଅକ୍ଟୋବର: ବିଜେପି ନେତା ଓ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ତିନି ଦିନ ପରେ ମଧ୍ୟ ରହସ୍ୟରେ ଘେରା ରହିଛି। ତେବେ ସିସିଟିଭି ଫୁଟେଜ ଯାଞ୍ଚ ବେଳେ ପୋଲିସ ହାତରେ ଆସିଛି ଗୁରୁତ୍ୱପୂର୍ଣ୍ଣ ସୁରାକ — ହତ୍ୟାକାରୀଙ୍କ ମୋଟରସାଇକେଲ ପଛରେ ଗୋଟିଏ କାର୍ ଫଲୋ କରୁଥିବା ଦୃଶ୍ୟ ଧରାପଡ଼ିଛି।
ସୂତ୍ର ଅନୁସାରେ, ଏହି କାର୍ କଟକ ଅଞ୍ଚଳର ହୋଇପାରେ ବୋଲି ଅନୁମାନ। ପୋଲିସ କିଛି ସନ୍ଦିଗ୍ଧ ଅପରାଧୀଙ୍କୁ ଧରି ତାଙ୍କୁ ଜେରା କରୁଛି।
ଏପରିସ୍ଥିତିରେ ପୋଲିସ ମଧ୍ୟ ୬ଟି ସ୍ବତନ୍ତ୍ର ଟିମ୍ ଗଢ଼ିଛି, ଯାହା ୨ ଜଣ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ବିଭିନ୍ନ ଅଞ୍ଚଳରେ ତଦନ୍ତ ଜାରି ରଖିଛି। ଗେଟ ବଜାର, ଫାଷ୍ଟ ଗେଟ, ଲୋଚାପଡା, କୋର୍ଟପେଟା ପରି ସ୍ଥାନରୁ ୬୦ଟି ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି ଓ ସେମାନଙ୍କ ଟିକିନିକି ତଦନ୍ତ ହେଉଛି।
ପୋଲିସ ଏହି ହତ୍ୟାର ପଛରେ ଥିବା ସୁପାରୀ କିଲର ଗ୍ୟାଙ୍ଗ୍ କିମ୍ବା ବ୍ୟକ୍ତିଗତ ଶତ୍ରୁତା ଦୁଇଟି ଦିଗରୁ ତଦନ୍ତ ଚାଲୁ ରଖିଛି। ହତ୍ୟାରେ ବ୍ୟବହୃତ ପିସ୍ତଲ ଲୋକାଲ ମେଡ୍ ନା ବାହାର ରାଜ୍ୟରୁ ଆଣାଯାଇଥିଲା କି — ତାହା ମଧ୍ୟ ଖୋଜାଯାଉଛି।
ତଦନ୍ତ ଦଳ ହତ୍ୟା ସମୟରେ ଆସପାସ ଅଞ୍ଚଳରେ ଥିବା ମୋବାଇଲ କଲ ଡିଟେଲ୍ସ ରିପୋର୍ଟ (CDR) ମଧ୍ୟ ଅନୁଧ୍ୟାନ କରୁଛି। ପୋଲିସ ଦାବି କରିଛି ଯେ, ଶୀଘ୍ର ହିଁ ଘଟଣାର ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page