ଛୁଟିକୁ ଅବହେଳା କରି ନିରନ୍ତର କାର୍ଯ୍ୟରେ ବ୍ୟସ୍ତ ମୁଖ୍ୟମନ୍ତ୍ରୀ :

By – SUBHASMITA Aug 29 2025

ଭୁବନେଶ୍ୱର, ଅଗଷ୍ଟ 29:
ସରକାରୀ ଛୁଟିଦିନରେ ସାଧାରଣତଃ ସମସ୍ତେ ବିଶ୍ରାମ କରନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ତାହାରୁ ଅଲଗା। ନୂଆଁଖାଇ, ଗଣେଶ ପୂଜା ଓ ଆସନ୍ତାକାଲିର ଛୁଟିଦିନକୁ ସେ ନିଜର ବ୍ୟସ୍ତ ସରକାରୀ କାର୍ଯ୍ୟକ୍ରମରେ ବ୍ୟତୀତ କରୁଛନ୍ତି।
ଦାୟିତ୍ୱ ନେବା ପରଠାରୁ ପ୍ରତିଦିନ ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ, ମିଟିଂ ଓ ଫାଇଲ କାମରେ ସେ ବ୍ୟସ୍ତ ରହୁଛନ୍ତି। ଗତକାଲି ସେ ୫୧ଲକ୍ଷରୁ ଅଧିକ ଚାଷୀଙ୍କ ପାଇଁ ସିଏମ୍‌ କିଷାନ ଯୋଜନାର ତୃତୀୟ କିସ୍ତି ଜାରି କରିଥିଲେ ଓ ରାତି ପର୍ଯ୍ୟନ୍ତ ବିଭିନ୍ନ ସାଧାରଣ ଲୋକଙ୍କ ସହ ସାକ୍ଷାତ କରିଥିଲେ।
ଆଜି ନୂଆଁଖାଇର ଛୁଟିଥିଲେମଧ୍ୟ, ମୁଖ୍ୟମନ୍ତ୍ରୀଙ୍କ ବ୍ୟସ୍ତତା କମିନଥିଲା। ସେ ଲୋକସେବା ଭବନରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟି ସହ ବୈଠକ କରିଥିଲେ ଓ ପରେ ସିକିମ୍‌ ମୁଖ୍ୟମନ୍ତ୍ରୀଙ୍କ ସହ ସରକାରୀ ଆଲୋଚନା କରିଥିଲେ।
ଆସନ୍ତାକାଲିରେ ମଧ୍ୟ ସେହିଭଳି ବ୍ୟସ୍ତ ସୂଚୀ ରହିଥିବା ସୂଚନା ମିଳିଛି। ଏହା ସ୍ପଷ୍ଟ ଯେ, ରାଜ୍ୟର ସାଧାରଣ ଲୋକଙ୍କ ସେବା ପାଇଁ ମୁଖ୍ୟମନ୍ତ୍ରୀ ନିଜର ବ୍ୟକ୍ତିଗତ ସୁବିଧାକୁ ପଛକୁ ରଖିଛନ୍ତି।
Socialtalknews

Leave a Comment