“ଭୁବନେଶ୍ୱରରେ ଅନୁସୂଚିତ ଜାତି-ଜନଜାତି କମିଟିର

Talk Always Truth

ଜାତୀୟ ସମ୍ମିଳନୀ ଉଦ୍‌ଘାଟନ କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା”
By- SUBHASMITA 29 Aug 2025
ଭୁବନେଶ୍ୱର:
ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀର ଉଦ୍‌ଘାଟନ କରିଛନ୍ତି ଲୋକସଭାର ବାଚସ୍ପତି ଓମ୍ ବିର୍ଲା। ଦୁଇ ଦିନ (୨୯ ଓ ୩୦ ଅଗଷ୍ଟ) ଧରି ଚାଲିଥିବା ଏହି ସମ୍ମିଳନୀର ଆୟୋଜନ ଲୋକସେବା ଭବନ କନଭେନସନ ସେଣ୍ଟରରେ କରାଯାଇଛି।
୧୯୯୪ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ହେଉଛି। ସାରା ଦେଶରୁ ୨୪୦ରୁ ଅଧିକ ପ୍ରତିନିଧି—ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା କମିଟି ଅଧ୍ୟକ୍ଷ, ସଦସ୍ୟ ଓ ବିଧାୟକମାନେ—ଏଥିରେ ଯୋଗଦେଇଛନ୍ତି। ଏଥିସହିତ, ଅନୁସୂଚିତ ଜାତି-ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ଜଣ ସଦସ୍ୟ ମଧ୍ୟ ସାମିଲ୍ ହୋଇଛନ୍ତ
ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପାଟି, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ, ସଂସଦୀୟ କମିଟି ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଛନ୍ତି।
ଦୁଇ ଦିନୀୟ ଅଧିବେଶନରେ ସାମ୍ବିଧାନିକ ସୁରକ୍ଷା, ଆଦିବାସୀ କଲ୍ୟାଣ ଓ ବିଭିନ୍ନ ରାଜ୍ୟର ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ।
ଓଡ଼ିଶାର ହସ୍ତଶିଳ୍ପ, ସଂସ୍କୃତି, କଳା ଓ କାରିଗରୀକୁ ନେଇ ପ୍ରଦର୍ଶନୀ।
ସାଂସ୍କୃତିକ କାର୍ଯ୍ୟକ୍ରମ।
ପ୍ରତିନିଧିମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ଓ କୋଣାର୍କ ଯାତ୍ରା।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page