
୩% ଅଂଶଧନ ବିକ୍ରି କରିବ କେନ୍ଦ୍ର ସରକାର
By -subhasmita Das Aug -15 2025
ଭୁବନେଶ୍ୱର: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେସନ୍ (LIC)ରୁ କେନ୍ଦ୍ର ସରକାର ନିଜର ୩% ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ । ସୂତ୍ର ଅନୁସାରେ, ଏହି ବିକ୍ରି ପ୍ରକ୍ରିୟାରେ ମୋତିଲାଲ ଓସୱାଲ ଓ IDBI କ୍ୟାପିଟାଲ ବ୍ୟାଙ୍କର୍ ଭାବେ ଭୂମିକା ନେବେ ।
ବର୍ତ୍ତମାନ LICରେ କେନ୍ଦ୍ର ସରକାରଙ୍କ ୯୬.୫% ଅଂଶଧନ ରହିଛି। ପ୍ରଥମ ପର୍ଯ୍ୟାୟରେ ୨.୫% ରୁ ୩% ସେୟାର ବିକ୍ରି କରି, ସରକାର ପାଖାପାଖି ₹14,000 କୋଟିରୁ ₹17,000 କୋଟି ପର୍ଯ୍ୟନ୍ତ ଅର୍ଜନ କରିପାରେ।
SEBI ପୂର୍ବରୁ LICକୁ ୨୦୨୭ ମଇ ୧୬ ପୂର୍ବରୁ ପବ୍ଲିକ୍ ସେୟାରହୋଲ୍ଡିଂ ୩.୫%ରୁ ବଢ଼ାଇ ୧୦% କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହିପାଇଁ ସରକାର ପ୍ରଥମେ ୩% ସେୟାର ବିକ୍ରି କରିବାକୁ ଯୋଜନା କରୁଛି।
ବର୍ତ୍ତମାନ LICର ମାର୍କେଟ୍ କ୍ୟାପ୍ ₹5.59 ଲକ୍ଷ କୋଟି ରହିଛି। ଏହା ସହିତ, କେନ୍ଦ୍ର ସରକାର Indian Overseas Bank, UCO Bank, Punjab & Sind Bank ଓ Central Bank of Indiaର କିଛି ଅଂଶଧନ ବିକ୍ରି କରିବାକୁ ମଧ୍ୟ ପ୍ରସ୍ତୁତି ନେଉଛି
Socialtalknews