By – SUBHASMITA ସେପ୍ଟେମ୍ବର 13 2025
ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି – “ଭୌତିକ ସୁଖରେ ସତ୍ୟ ସୁଖ ନାହିଁ, ଆତ୍ମିକ ସୁଖ ପାଇଁ ସୃଜନଶୀଳତା ଅତ୍ୟାବଶ୍ୟକ।” ସେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି, ଇତିହାସ ପାଠାଦାନର ଆବଶ୍ୟକତା ଉପରେ ଜୋର ଦେଲେ । “ଆମେ ଇତିହାସକୁ ପଢ଼ିବାକୁ ହେବ, ନହେଲେ ଆଗକୁ ଝୁଣ୍ଟି ପଡ଼ିବାକୁ ପଡ଼ିବ,” ବୋଲି ମନ୍ତ୍ରୀ କହିଲେ
ଏହି ସମାରୋହରେ ମେଡାଲ୍ ପାଇଥିବା ଛାତ୍ରଛାତ୍ରୀଙ୍କୁ ସେ ଅଭିନନ୍ଦନ ଜଣାଇ, “ଆମ ପିଲାମାନଙ୍କର ସୃଜନଶୀଳତା ଅଧିକ, ସେମାନେ ନିଶ୍ଚୟ ଆଗକୁ ବଢ଼ିବେ। ଆପଣମାନଙ୍କ ଜୀବନପଥକୁ ମା’ ସମଲେଇ ଓ ମହାପ୍ରଭୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ” ବୋଲି ଆଶୀର୍ବାଦ ଜଣାଇଥିଲେ ।
ସମାବର୍ତ୍ତନରେ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଡୋନେଟେଡ ଗୋଲ୍ଡ ମେଡାଲ, ୩୯ ଜଣଙ୍କୁ ବିଶ୍ୱବିଦ୍ୟାଳୟ ଗୋଲ୍ଡ ମେଡାଲ ଏବଂ ୧୦୨ ଜଣଙ୍କୁ ଡକ୍ଟର ଅଫ ଫିଲୋସୋଫି, ଡାକ୍ତରୀ ବିଜ୍ଞାନ ଓ ଡାକ୍ତର ଲିଟରେଚର ଡିଗ୍ରୀ ପ୍ରଦାନ କରାଯାଇଛି ।
ଏହି ସମାରୋହରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୌଶଳ ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇଥିଲେ ।
ସମାରୋହ ପୂର୍ବରୁ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପରେ ସେମାନେ ବୁର୍ଲା ଭିସୁଟର ୧୬ତମ ସମାବର୍ତ୍ତନରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
Socialtalknews