କାଠଯୋଡ଼ି ପଠାରେ ଜଳବନ୍ଧୀ ଗୋରୁ,

Talk Always Truth

ବନ୍ୟାଭୟରେ ଚାଷୀମାନେ ଚିନ୍ତାଗ୍ରସ୍ତ
By -SUBHASMITA ସେପ୍ଟେମ୍ବର 6 2025

କଟକ: କାଠଯୋଡ଼ି ପଠାରେ ହଠାତ୍ ନଦୀର ଜଳସ୍ତର ବଢ଼ିଯାଇଥିବାରୁ ୨୦ରୁ ଅଧିକ ଗୋରୁ ଜଳବନ୍ଧୀ ହୋଇପଡ଼ିଛି । କଟକ ତ୍ରିଶୁଳିଆ ବ୍ରିଜ୍‌ ନିକଟ କାଜିପାଟଣା ଅଞ୍ଚଳରେ ଚାଷୀମାନେ ଗୋରୁ ଚରିବାକୁ ନେଇଥିବା ବେଳେ ପାଣି ହଠାତ୍ ବଢ଼ିଯାଇଥିଲା । ଏହା ପରେ ପଲଟିଆ ପାଣିରେ ଚାରିଦିଗରୁ ଘିରି ଫସିଗଲେ ଗୋରୁମାନେ ।
ସ୍ଥାନୀୟମାନେ କହିଛନ୍ତି, ହୀରାକୁଦ ବନ୍ଧରୁ ଗେଟ୍ ଖୋଲାରୁ କାଠଯୋଡ଼ିର ଜଳସ୍ତର ଆହୁରି ବଢିବା ଆଶଙ୍କା ରହିଛି । ଯାହାରୁ କେବଳ ଗୋରୁ ପାଳକମାନେ ନୁହେଁ, ଚାଷୀମାନେ ମଧ୍ୟ ବଡ଼ ସଙ୍କଟରେ ପଡ଼ିଛନ୍ତି ।
ଚାଷୀମାନଙ୍କ କହିବା ଅନୁସାରେ, ବନ୍ୟାଜଳ ଯଦି ଆହୁରି ବଢିଥାଏ, ଗୋରୁ ଉଦ୍ଧାର ସହିତ ସହସ୍ରାଧିକ ହେକ୍ଟର ଚାଷଜମି ମଧ୍ୟ ପାଣିରେ ଡୁବିଯିବ । ବର୍ତ୍ତମାନ ସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନଙ୍କୁ ଶୀଘ୍ର ବ୍ୟବସ୍ଥା ନେବାକୁ ଦାବି କରୁଛନ୍ତି ଗ୍ରାମବାସୀମାନେ ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page