ଜିଏସ୍‌ଟି ହ୍ରାସ: ସରକାରଙ୍କ ୪୮ ହଜାର କୋଟି କ୍ଷତି ଆକଳନକୁ ପ୍ରଶ୍ନ, ବିଶେଷଜ୍ଞଙ୍କ ମତ ହାନି ୨ ଲକ୍ଷ କୋଟି ପର୍ଯ୍ୟନ୍ତ :

Talk Always Truth

By -SUBHASMITA ସେପ୍ଟେମ୍ବର 15 2025
ନୂଆଦିଲ୍ଲୀ: ଜିଏସ୍‌ଟି ହ୍ରାସ ଫଳରେ ସରକାରଙ୍କୁ କେବଳ ୪୮ ହଜାର କୋଟି ଟଙ୍କା କ୍ଷତି ହେବ ବୋଲି ଅର୍ଥ ମନ୍ତ୍ରାଳୟ ଆକଳନ କରିଛି। କିନ୍ତୁ, ବିଶେଷଜ୍ଞମାନେ ଏହାକୁ ‘ଅତ୍ୟଧିକ ଆଶାବାଦୀ’ ବୋଲି କହି, ପ୍ରକୃତ କ୍ଷତି ୧.୫ ଲକ୍ଷରୁ ୨ ଲକ୍ଷ କୋଟି ମଧ୍ୟରେ ହେବାର ସଙ୍କେତ ଦେଇଛନ୍ତି।
ଅର୍ଥନୀତିଜ୍ଞ ସୁଭାଷ ଚନ୍ଦ୍ର ଗର୍ଗ ମତାମତ ଦେଇଛନ୍ତି ଯେ ୨୦୨୫-୨୬ ରେ କ୍ଷତିର ପରିମାଣ ୧.୧ ଲକ୍ଷ କୋଟି ଟଙ୍କା ପହଞ୍ଚିପାରେ। ବର୍ନଷ୍ଟିନ ରିସର୍ଚ୍ଚ ଏବଂ ଏଚ୍‌ଏସ୍‌ବିସି ରିପୋର୍ଟ ମଧ୍ୟରେ କୁହାଯାଇଛି ଯେ ୧୨% ସ୍ଲାବକୁ ୫% ସହିତ ମିଶାଇବା ଏବଂ ୨୮% ସ୍ଲାବକୁ ହଟାଇବା ଫଳରେ ବିପୁଳ ରାଜସ୍ବ ହାନି ହେବ।
ଜିଏସ୍‌ଟି ପରିଷଦର ୫୬ତମ ବୈଠକରେ ୧୨% ଓ ୨୮% ସ୍ଲାବକୁ ହଟାଇ ୫% ଏବଂ ୧୮% ସ୍ଲାବ୍‌ରେ ସାମଗ୍ରୀ ରଖାଯାଇଛି। ବିଳାସପୂର୍ଣ୍ଣ ଏବଂ ହାନିକାରକ ସାମଗ୍ରୀକୁ ୪୦% ଟିକସ୍‌ରେ ରଖାଯାଇଛି।
ବିଶେଷଜ୍ଞମାନଙ୍କ ମତାନୁସାରେ, ଏହି ପରିବର୍ତ୍ତନର ଫଳରେ କେନ୍ଦ୍ର ଓ ରାଜ୍ୟ — ଉଭୟଙ୍କୁ ନିଟ୍‌ ୧.୫ ଲକ୍ଷରୁ ୨ ଲକ୍ଷ କୋଟି ପର୍ଯ୍ୟନ୍ତ ରାଜସ୍ବ ହାନି ସହିବାକୁ ପଡ଼ିପାରେ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page