
ଏସ୍ସିଓ ସମ୍ମିଳନୀ ପାଇଁ ୭ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ
By-SUBHASMITA Aug 30 2025
ନୂଆଦିଲ୍ଲୀ: ଜାପାନ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଚୀନ ଗଲେ। ସେଠାରେ ସେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବେ। ୨୦୨୦ରେ ଗଲୱାନ ଉପତ୍ୟକା ସଂଘର୍ଷ ପରେ ଏହା ହେଉଛି ତାଙ୍କର ପ୍ରଥମ ଚୀନ୍ ଗସ୍ତ।
ଖବର ଅନୁଯାୟୀ, ମୋଦୀଙ୍କ ଏହି ଯାତ୍ରା ସମୟରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଭେଟିପାରନ୍ତି। ସାତ ବର୍ଷ ପରେ ଚୀନ୍ ଗସ୍ତ ହେବାରୁ ଏହି ଯାତ୍ରାକୁ ଭାରତ ପାଇଁ କୌଶଳଗତ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ମନ୍ୟ କରାଯାଉଛି।
୨୦ରୁ ଅଧିକ ଦେଶର ନେତା ଏବଂ ୧୦ଟି ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧି SCO ସମ୍ମିଳନୀରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତ ଏମିତି ସମୟରେ ହେଉଛି, ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ BRICS ଦେଶଗୁଡ଼ିକୁ ରୁଷିଆରୁ ତୈଳ କ୍ରୟ ପ୍ରସଙ୍ଗରେ ଆକ୍ରମଣ କରିଛନ୍ତି।
ଭାରତ-ଚୀନ ସମ୍ପର୍କରେ ଏହି ଯାତ୍ରା ନୂଆ ମୋଡ଼ ଆଣିପାରେ ବୋଲି ଅନୁମାନ।
Socialtalknews