୪ ଜିଲ୍ଲାରେ ରେଡ ଆଲର୍ଟ, ୮ ଜିଲ୍ଲାକୁ ଅରେଞ୍ଜ ସତର୍କତା
By -SUBHASMITA ସେପ୍ଟେମ୍ବର 3 2025
ଭୁବନେଶ୍ୱର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଓଡ଼ିଶାରେ ବିପୁଳ ବର୍ଷା ଆଣିଛି । ପାଣିପାଗ ବିଭାଗ ଆଜି ୪ଟି ଜିଲ୍ଲା ପାଇଁ ରେଡ ଆଲର୍ଟ ଓ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ।
ସୂଚନା ଅନୁସାରେ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ପାଣିପାଗ ବିଭାଗ ଏହି ଜିଲ୍ଲାଗୁଡ଼ିକୁ ରେଡ ଆଲର୍ଟ ଜାରି କରିଛି ।
ଏଥିସହିତ ବରଗଡ଼, ସୋନପୁର, ବୌଦ୍ଧ, କୋରାପୁଟ, ବଲାଙ୍ଗୀର, ନୂଆପଡ଼ା, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ବିପୁଳ ବର୍ଷା ହେବା ଆଶଙ୍କା କରାଯାଉଛି ।
ପାଣିପାଗ ବିଭାଗ କହିଛି ଯେ, ଏହି ବର୍ଷା ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ବର୍ଷାରୁ ନଦୀ-ନଳାରେ ଜଳସ୍ତର ବଢିବା ସହ ବାଲେଶ୍ୱର ଓ ତଳିଆ ଅଞ୍ଚଳରେ ବନ୍ୟା ସମ୍ଭାବନା ବଢ଼ିଛି ।
Socialtalknews