ମାନବିକତା ହୀନ କାଣ୍ଡ: ୫ ଟଙ୍କା ଭଡା ପାଇଁ ଦୁଇ ନାବାଳକଙ୍କୁ ୨୫ କି.ମି. ବୁଲାଇଲା ବସ କଣ୍ଡକ୍ଟର

Talk Always Truth

By -SUBHASMITA ସେପ୍ଟେମ୍ବର 8 2025
ମୟୂରଭଞ୍ଜ:
ମାନବିକତାକୁ ଲଜ୍ଜାଇଦେଇଥିବା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ। କେବଳ ୫ ଟଙ୍କା ଭଡା ପାଇଁ ଲକ୍ଷ୍ମୀ ବସର କଣ୍ଡକ୍ଟର ଦୁଇ ନାବାଳକ ଭାଇଙ୍କୁ ୨୫ କିଲୋମିଟର ପର୍ଯ୍ୟନ୍ତ ବସରେ ଘୁରାଇ ନେଲେ।
ବୈଶିଙ୍ଗାର ସରୋଜ ପୁଥାଳଙ୍କ ପୁଅ ପୀୟୁଷ ଓ ନଡ଼ପୁରର ବ୍ରଜମୋହନ ବେହେରାଙ୍କ ପୁଅ ରୋହିତ, ବୈଶିଙ୍ଗାକୁ ଆସିବା ପାଇଁ ନଡ଼ପୁର ଛକରୁ ବସରେ ଚଢ଼ିଥିଲେ। ସେମାନେ କଣ୍ଡକ୍ଟରକୁ କହିଥିଲେ ଯେ, ବୈଶିଙ୍ଗା ବସଷ୍ଟାଣ୍ଡରେ ସେମାନଙ୍କ ବାପା ଭଡା ଦେବେ। କିନ୍ତୁ ବୈଶିଙ୍ଗା ପହଞ୍ଚିବା ସମୟରେ ବାପାଙ୍କୁ ନମିଳିବାରୁ, ବସରୁ ଓହ୍ଲାଇବା ପାଇଁ ଅନୁରୋଧ କଲେ।
ହେଲେ କଣ୍ଡକ୍ଟର ମାନବିକତା ଭୁଲି, ବସର ଲାଷ୍ଟ ଷ୍ଟପେଜ କଲମା ପର୍ଯ୍ୟନ୍ତ ନେଇଗଲେ। ପରିବାରବର୍ଗ ୨ ଘଣ୍ଟା ପରେ ବସକୁ ଅଟକାଇ, ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ।
ଘଟଣାକୁ ନେଇ ସ୍ଥାନୀୟ ବଜାରରେ ତିବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। କଣ୍ଡକ୍ଟରଙ୍କୁ ବଜାର ଭିତରେ ‘ଉଠ-ବସ’ ଦଣ୍ଡ ଦିଆଯାଇଥିଲା।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page