
ଭୁବନେଶ୍ୱର: ଭାରତ 5G ର ସଫଳତା ପରେ 6G ଟେକ୍ନୋଲୋଜିକୁ ନେଇ ଦ୍ରୁତ ଗତିରେ ଆଗୁଆ ବଢ଼ୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 6G ସେବାକୁ ନେଇ ବଡ଼ ଅପଡେଟ୍ ଦେଇ କହିଛନ୍ତି ଯେ ୨୦୩୦ ସୁଦ୍ଧା ଭାରତ ଟେକ୍ନୋଲୋଜିକ୍ ସେକ୍ଟରରେ ବିଶ୍ୱର ନେତୃତ୍ୱ କରିବ ।
୨୦୨୪ ଅଗଷ୍ଟରେ ‘ମେଡ୍ ଇନ୍ ଇଣ୍ଡିଆ’ 6G ପ୍ରକଳ୍ପ ଘୋଷଣା କରାଯାଇଥିଲା ଏବଂ ୨୦୨୫ ଶେଷରେ ପ୍ରଥମ ସ୍ୱଦେଶୀ ସେମିକଣ୍ଡକ୍ଟର ଚିପ୍ ଲଞ୍ଚ କରିବାର ପ୍ରସ୍ତୁତି ଚାଲିଛି ।
6G ଦ୍ୱାରା ୟୁଜର୍ସମାନେ 1 TB/s ଗତିର ଡାଟା ସ୍ପିଡ୍ ପାଇପାରିବେ । ସାଟେଲାଇଟ୍ ଆଧାରିତ କନେକ୍ଟିଭିଟି, AI-ଭିତ୍ତିକ ୱାୟାରଲେସ୍ ନେଟୱର୍କ, ମେଟାଭର୍ସ, ହୋଲୋଗ୍ରାଫିକ୍ କମ୍ୟୁନିକେସନ୍ ଓ ରିୟଲ-ଟାଇମ୍ ଆପ୍ଲିକେସନ୍ 6G ର ମୁଖ୍ୟ ବିଶେଷତା ହେବ ।
ଭାରତ ସରକାର ୨୦୨୩ ରେ ‘ଭାରତ 6G ଭିଜନ୍’ ରୋଡମ୍ୟାପ୍ ଜାରି କରିଥିଲା । ଏଥିରେ ସରକାରଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଶସ୍ତା ଏବଂ ସୁବିଧାଜନକ କନେକ୍ଟିଭିଟି ପ୍ରଦାନ କରିବା ।
ବିଶ୍ୱର ବିଭିନ୍ନ ଦେଶ ଓ କମ୍ପାନୀ ସହିତ MoU ସାଇନ୍ କରି, IITs ସହିତ 6G ଟେଷ୍ଟବେଡ୍ ତିଆରି କରାଯାଇଛି । 100ଟି 5G ଲ୍ୟାବ୍ 6G ମ୍ୟାନପାୱାର ତିଆରି କରିବା ପାଇଁ କାମ କରୁଛି ।
ମୋଦୀଙ୍କ ଦୃଷ୍ଟିକୋଣ ସ୍ପଷ୍ଟ — ୨୦୪୦ ସୁଦ୍ଧା ଭାରତ ମହାକାଶରେ ବିଶ୍ୱଶକ୍ତି, ତେବେ ୨୦୩୦ ସୁଦ୍ଧା ଭାରତ ଟେକ୍ ସେକ୍ଟରରେ ବିଶ୍ୱ ନେତା ।