ଶ୍ରେଣୀକକ୍ଷରେ ବନ୍ଦ ହୋଇ ରାତି କାଟିଲା ଦ୍ୱିତୀୟ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷକ ନିଲମ୍ବିତ

By-SUBHASMITA Aug 23 2025
କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ୍ ଆମ୍ବଡ଼ହରା ଗ୍ରାମରେ ଏକ ଅବହେଳାମୂଳକ ଘଟଣାଟି ଘଟିଛି! ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ୟଚକିତ କରିଛି ଘଟଣାଟି! ସ୍କୁଲ ଛୁଟି ପରେ ଶ୍ରେଣୀକକ୍ଷରେ ରହିଯାଇଥିବା ଦ୍ୱିତୀୟ ଶ୍ରେଣୀର ଛାତ୍ରୀକୁ ଶିକ୍ଷକମାନେ ଧ୍ୟାନ ନଦେଇ କକ୍ଷକୁ ତାଲା ପକାଇଥିଲେ।
ଫଳରେ, କୁନିଛାତ୍ରୀଜଣକ ଅନ୍ଧାରରେ ରାତିସାରା ବନ୍ଦ କକ୍ଷରେ ରହିଥିଲେ। ବାହାରିବାକୁ ବାହାରିବାକୁ ଉଦ୍ୟମ କରିବା ସମୟରେ ସେ ଝରକା ଭାଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୁର୍ଦ୍ଦୈବବଶତଃ ଝରକା ରେଲିଂରେ ମୁଣ୍ଡ ଅଟକି ପଡ଼ିଥିଲା।
ପରିବାରଲୋକେ ସାରା ରାତିସାରା ଖୋଜାଖୋଜି କରିଥିଲେ, କିନ୍ତୁ ଛାତ୍ରୀଜଣକୁ ପାଇନଥିଲେ। ପରେ ସକାଳେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘଟଣାର ଗମ୍ଭୀରତାକୁ ଦେଖି ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରହରି ମହାନ୍ତଙ୍କୁ ନିଲମ୍ବନ କରିଛନ୍ତି।
ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page