ହେଲିକପ୍ଟର ଦଉଡ଼ିରେ ଝୁଲି ପଳାଇଲେ ନେତା, ନେପାଳରେ ରାଜନୈତିକ ସଙ୍କଟ ଗଭୀର :

Talk Always Truth

By -SUBHASMITA ସେପ୍ଟେମ୍ବର 11 2025
ନେପାଳରେ ସରକାର ବିରୋଧୀ ବିଶାଳ ପ୍ରଦର୍ଶନ ମଧ୍ୟରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି । ସେଥିରେ କିଛି ନେତାଙ୍କୁ ହେଲିକପ୍ଟର ଦଉଡ଼ିକୁ ଧରି ଝୁଲିଥିବା ଅବସ୍ଥାରେ ସୁରକ୍ଷିତ ସ୍ଥାନକୁ ନେଇଯାଉଥିବା ଦୃଶ୍ୟ ଦେଖାଯାଇଛି ।
ପ୍ରଦର୍ଶନକାରୀମାନଙ୍କ କ୍ରୋଧ ଦେଶର ୩ ପୂର୍ବ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ସୁପ୍ରିମକୋର୍ଟରୁ ସଂସଦ ପର୍ଯ୍ୟନ୍ତ ପହଞ୍ଚିଥିଲା । ଏହି ଅସନ୍ତୋଷରେ ପୂର୍ବ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବା ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରାଯାଇଥିଲା । ସେନା ବହୁ ପରିଶ୍ରମରେ ଦେଉବାଙ୍କୁ ଉଦ୍ଧାର କରିଥିଲା, କିନ୍ତୁ ତାଙ୍କ ପତ୍ନୀ ଆରଜୁଙ୍କ ଖବର ଏପର୍ଯ୍ୟନ୍ତ ମିଳିନାହିଁ ।
ମଙ୍ଗଳବାର ହିମାଳୟ ରାଷ୍ଟ୍ରରେ ହୋଇଥିବା ହିଂସାତ୍ମକ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପଦତ୍ୟାଗ କରିଛନ୍ତି । ପରିସ୍ଥିତି ତିବ୍ର ହୋଇଥିବାରୁ ଦେଶର ସୁରକ୍ଷା ବଜାୟ ରଖିବା ପାଇଁ ନେପାଳୀ ସେନା ସାକ୍ଷାତ୍ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛି ।

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page