ହୀରାକୁଦରୁ ପାଣି ଛଡ଼ା, ୧୦ ଜିଲ୍ଲାକୁ ସତର୍କ ସୂଚନା ମହାନଦୀରେ ବନ୍ୟା ଆଶଙ୍କା ବଢ଼ିଲା :

By-SUBHASMITA ସେପ୍ଟେମ୍ବର 5 2025
ଭୁବନେଶ୍ୱର :
ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ବଢ଼ିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ବନ୍ଧରୁ ୧୬ଟି ଗେଟ୍ ଖୋଲି ପାଣି ଛାଡ଼ାଯାଇଛି। ଏହା ପରେ ମହାନଦୀରେ ପ୍ରାୟ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ ହେଉଛି।
ସ୍ବତନ୍ତ୍ର ରିଲିଫ କମିଶନର (SRC) ପକ୍ଷରୁ ଅନୁଗୋଳ, ବୌଦ୍ଧ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ପୁରୀ, ସମ୍ବଲପୁର ଓ ସୋନପୁର – ଏହି ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ମିଳିଛି!
ନଦୀ ଶଯ୍ୟାରେ ଗୃହପାଳିତ ପଶୁଙ୍କୁ ନଛାଡିବାକୁ ଓ ସାଧାରଣ ଲୋକଙ୍କୁ ନଦୀକୂଳରେ ନଯିବାକୁ ପରାମର୍ଶ ଦିଆଯାଇଛି।
ଏହି ପରିସ୍ଥିତିରେ ମହାନଦୀ ସହ ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀର ଜଳସ୍ତର ବଢ଼ିବା ନେଇ ଚିନ୍ତା ବୃଦ୍ଧି ପାଇଛି। ବିଶେଷକରି ଜଳକା ନଦୀର ମଥାନୀଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ଚାଲିଯାଇଛି। ଯାଜପୁର ଜିଲ୍ଲାରେ ବନ୍ୟା ଜଳରେ ଏକ ପୋଲ୍‌ ଭାସିଯିବା ଖବର ମିଳିଛି।
ସେପଟେ, ବାଲେଶ୍ୱର ଜିଲ୍ଲାରେ ୩ ଦିନ ଧରି ସହରରେ ବର୍ଷାଜଳ ଜମା ହେବାରୁ ଲୋକେ ଅସୁବିଧାରେ ପଡ଼ିଛନ୍ତି।
ମହାନଦୀ ଓ ଅନ୍ୟାନ୍ୟ ନଦୀର ଜଳସ୍ତର ବଢ଼ିବାରୁ ଆସନ୍ତା କିଛି ଦିନରେ ଏକାଧିକ ଜିଲ୍ଲା ବନ୍ୟା ପ୍ରଭାବିତ ହେବାର ସମ୍ଭାବନା ରହିଛି !

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page