
ବୁଡ଼ିଲା ପୋଲ, ଧସିଲା ମାଟି ଅତଡ଼ା, ଠପ୍ ଯାତାୟାତ
By – SUBHASMITA Aug 16 2025
କୋରାପୁଟ/ମାଲକାନଗିରି, ୧୬ ଅଗଷ୍ଟ:
ଗତ କିଛି ଦିନ ଧରି ଲଗାଣ ବର୍ଷାରେ କୋରାପୁଟ ଓ ମାଲକାନଗିରିରେ ଦୁର୍ବଳ ପରିସ୍ଥିତି ସୃଷ୍ଟି ହୋଇଛି । କୋରାପୁଟ ଜିଲ୍ଲାର ନାରାୟଣପାଟଣା-ଦାମନଯୋଡ଼ିକୁ ସଂଯୋଗ କରୁଥିବା ବିଜାଘାଟି ଓ କେରେଙ୍ଗା ପାହାଡ଼ ରାସ୍ତାରେ ମାଟି ଅତଡ଼ା ଖସି ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ଅବରୋଧ ହୋଇଛି । ଗାଡ଼ି ଚଳାଚଳ ଠପ୍ ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ଦିନଚର୍ଯ୍ୟାରେ ଭାରୀ ପ୍ରଭାବ ପଡ଼ିଛି ।
ଏପରିକି, ମାଲକାନଗିରିର କାଲିମେଳା ଏମଭି-୯୬ ନିକଟରେ ପୋଲ ଉପରେ ୩ ଫୁଟ୍ ବନ୍ୟା ପାଣି ବହିବାରୁ କାଲିମେଳା-ମୋଟୁ ଜାତୀୟ ରାଜପଥ (NH-326) ବନ୍ଦ ହୋଇଗଲା । ପୋଲର ଉଭୟ ପଟେ ଗାଡ଼ି ଅଟକିଥିବାରୁ ଯାତ୍ରୀ ଓ ଚାଳକମାନେ ଅସୁବିଧାରେ ପଡ଼ିଛନ୍ତି । ପାଣି ଉପରେ ପୋଲ କାଟି ପାରିବାକୁ ଡର ଲାଗୁଥିବାରୁ ସମସ୍ତଙ୍କୁ ସତର୍କ କରାଯାଇଛି!
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତ୍ୟେକ ବର୍ଷାକାଳରେ ଏହି ପୋଲ ବନ୍ୟାରେ ବୁଡ଼ିଯାଏ । ନୂତନ ବଡ଼ ବ୍ରିଜ୍ର କାମ ୩ ବର୍ଷ ଧରି ନିର୍ମାଣଧୀନ ରହିଥିଲେ ମଧ୍ୟ ସମାପ୍ତ ହୋଇନଥିବାରୁ ଲୋକେ ଏହି ପୁରୁଣା ଛୋଟ ପୋଲରେ ନିର୍ଭର କରିବାକୁ ବାଧ୍ୟ । ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଏଭଳି ଯାତାୟାତ ବାଧା ସୃଷ୍ଟି ହେଉଛି ।