FASTag Annual Pass:

Talk Always Truth

ପ୍ରଥମ ଦିନରେ ୧.୪ ଲକ୍ଷ ୟୁଜର୍ସର ଜବରଦସ୍ତ ସଫଳତା

BY_ SUBHASMITA AUG 13 2025

ଭୁବନେଶ୍ବର, ୧୬ ଅଗଷ୍ଟ ୨୦୨୫: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆନୁଷ୍ଠାନିକ ଭାବରେ FASTag Annual Pass ଲଞ୍ଚ କରିଛି, ଯାହା ଦେଶବ୍ୟାପୀ ଚୟନିତ ଜାତୀୟ ରାଜପଥ (NH) ଏବଂ ଜାତୀୟ ଏକ୍ସପ୍ରେସୱେ (NE) ରେ ପ୍ରାୟ ୧,୧୫୦ ଟୋଲ୍ ପ୍ଲାଜାରେ ବ୍ୟବହୃତ ହେବ।
ପ୍ରଥମ ଦିନରେ ୟୁଜର୍ସଙ୍କ ମଧ୍ୟରୁ ଏହି Annual Pass ପାଇଁ ଜବରଦସ୍ତ ରିସ୍ପନ୍ସ ମିଳିଛି। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୧.୪ ଲକ୍ଷ ଯାତ୍ରୀ ଏହାକୁ ଅନଲାଇନରେ ବୁକ୍ କରି ଆକ୍ଟିଭେଟ୍ କରିଛନ୍ତି। ପ୍ରଥମ ଦିନରେ ଟୋଲ୍ ପ୍ଲାଜାରେ ପ୍ରାୟ ୧.୩୯ ଲକ୍ଷ କାରବାର ରେକର୍ଡ ହୋଇଛି।
Annual Pass ସହିତ, ପ୍ରତ୍ୟେକ ଟୋଲ୍ ପ୍ଲାଜାରେ NHAI ଅଧିକାରୀ ଏବଂ ନୋଡାଲ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି, ଯାହା ବ୍ୟବହାରକାରୀଙ୍କ ଅଭିଯୋଗର ସମାଧାନ କରିବାରେ ସହାୟକ। ଏହା ସହ, ୧୦୩୩ ଜାତୀୟ ରାଜପଥ ହେଲ୍ପଲାଇନକୁ ୧୦୦ ରୁ ଅଧିକ ଅଧିକାରୀଙ୍କ ସହ ଅଧିକ ସୁଦୃଢ଼ କରାଯାଇଛି।
FASTag Annual Pass ଆକ୍ଟିଭେସନ୍ ପାଇଁ ୩,୦୦୦ ଟଙ୍କା ଖର୍ଚ୍ଚ ହେବା ସହିତ, ଏହା ୧ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ଭାଲିଡ୍ ହେବ। ଏହାକୁ NHAI ସରକାରୀ ୱେବସାଇଟ୍ କିମ୍ବା ରାଜମାର୍ଗ ମୋବାଇଲ୍ ଆପ୍ ମାଧ୍ୟମରେ କିଣିବା ଓ ଆକ୍ଟିଭେଟ୍ କରିବା ସମ୍ଭବ। ଏହି Pass କେବଳ ପ୍ରାଇଭେଟ୍ ଗାଡ଼ି (କାର, ଜିପ୍, ଭ୍ୟାନ୍) ପାଇଁ ପ୍ରଯୁକ୍ତ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page