ଚେନ୍ନାଇ ଛାଡିବେ ଅଶ୍ବିନ :

By Social Talk Team
Published 16.08.2025

ଇଣ୍ଡିଆନ୍ ପ୍ରିମିଅର ଲିଗର ଅନ୍ୟତମ ସଫଳ ଦଳ ରୂପେ ପରିଚିତ ଚେନ୍ନାଇ ସୁପର କିଙ୍ଗସ୍ ସହ ସମ୍ପର୍କ ତୁଟାଇବା ପାଇଁ ଯାଉଛନ୍ତି ଅଲରାଉଣ୍ଡର ରବି ଚନ୍ଦ୍ରନ୍ ଅଶ୍ବିନ l ଚଳିତବର୍ଷ ଅନୁଷ୍ଠିତ ଆଇପିଏଲ ଟୁର୍ନାମେଣ୍ଟରେ ଚେନ୍ନାଇ ତାର ଇତିହାସରେ ସବୁଠୁ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିଲା l ତେଣୁ ଅଧିକ ଟଙ୍କା ଖର୍ଚ୍ଚ କରି କିଣି ଥିବା କିଛି ଖେଳାଳି ଯେଉଁମାନେ ଚଳିତ ବର୍ଷ ବାରମ୍ବାର ସୁଯୋଗ ମିଳିବା ପରେ ମଧ୍ଯ ସଫଳ ହୋଇ ପାରିଲେ ନାହିଁ, ତାଙ୍କୁ ଦଳ ଆଗାମୀ ବର୍ଷ ରଖିବ ନାହିଁ ବୋଲି ମ୍ୟାନେଜମେଣ୍ଟ ପକ୍ଷରୁ ଚର୍ଚ୍ଚା ଆରମ୍ଭ ହୋଇଛି l ଏହି କ୍ରମରେ ଅଶ୍ୱିନଙ୍କୁ ଦଳ ୯.୭୫ କୋଟି ଟଙ୍କା ଖର୍ଚ୍ଚ କରି କିଣିଥିଲେ ସୁଦ୍ଧା ୯ଟି ମ୍ୟାଚ ଖେଳି ପ୍ରଭାବ ହୀନ ପ୍ରଦର୍ଶନ କରିଥିଲେ l ଦର୍ଶକଙ୍କ ଆଶା ଥିଲା ହୋମ ଗ୍ରାଉଣ୍ଡରେ ଦୀର୍ଘ ୮ ବର୍ଷ ପରେ ଫେରିଥିବା ଅଶ୍ବିନ ପୁଣି ଚେନ୍ନାଇର ଭାଗ୍ୟ ଚମକାଇବେ, କିନ୍ତୁ ଫଳ ହେଲା ଓଲଟା l ତେବେ ଅଶ୍ୱିନଙ୍କୁ ନେବା ପାଇଁ ଏବେ ବିଭିନ୍ନ ଦଳ ମଧ୍ୟରେ ଅଙ୍କ କଷିବା ଆରମ୍ଭ ହୋଇଛି l ଚେନ୍ନାଇ ବ୍ୟତୀତ ଅଶ୍ୱିନ ରାଜସ୍ଥାନ ରୟାଲସ୍,ଦିଲ୍ଲୀ ଡ଼େୟାର ଡ଼େଭିଲ ଏବଂ ପଞ୍ଜାବ ଏକାଦଶ ପାଇଁ ପୂର୍ବରୁ ମ୍ୟାଚ ଖେଳିଥିବାରୁ ବର୍ତ୍ତମାନ ସମୟରେ ଉଭୟ ରାଜସ୍ଥାନ ଓ ଦିଲ୍ଲୀ ତାଙ୍କୁ ଦଳରେ ସାମିଲ କରିବା ପାଇଁ ଚେଷ୍ଟା ଆରମ୍ଭ କରୁଥିବା ଚର୍ଚ୍ଚା ହେଉଛି l ଅନ୍ୟ ପକ୍ଷରେ କୋଲକାତା ନାଇଟ୍ ରାଇଡ଼ରସ୍ ଭେଙ୍କଟଶ୍ ଆୟରଙ୍କ ସ୍ଥାନରେ ଅଶ୍ୱିନଙ୍କୁ ଦଳରେ ସାମିଲ କରିବା ପାଇଁ ଇଚ୍ଛୁକ ଥିବା ଜଣା ପଡିଛି l ତେବେ ଦେଖିବାକୁ ରହିଲା ଆଗାମୀ ଦିନରେ ଅଶ୍ୱିନ ଚେନ୍ନାଇ ଛାଡି କେଉଁ ଦଳରେ ଖେଳୁଛନ୍ତି ନା କୋଚ୍ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି l

ସୋସିଆଲ ଟକ୍

Leave a Reply

Your email address will not be published. Required fields are marked *

You cannot copy content of this page