Dasharathpur: Flood in Kani River, 100-Foot Crater Forms Near Ahiyas Dargah

Talk Always Truth

ଯାଜପୁର:
ଦଶରଥପୁର ବ୍ଲକର ବୈତରଣୀ ନଦୀର ଶାଖା କାଣୀରେ ଷଷ୍ଠ ବନ୍ୟା ଆସିବା ପରେ, କସପା ପଞ୍ଚାୟତସ୍ଥ ଅହିୟାସ ଦରଘା (ପିର ମନ୍ଦିର) ନିକଟରେ ଶହେ ଫୁଟର ଏକ ଘାଇ ସୃଷ୍ଟି ହୋଇଛି
ବନ୍ୟା ଜଳ ଗାଁକୁ ପ୍ରବେଶ କରିବା ସହିତ, ଅହିୟାସ ବଜାର ବୁଡ଼ି ଏବଂ ମଲିକାପୁର, କସପା ପଂଚାୟତର ୬ଟି ଗାଁ ମଧ୍ୟ ଜଳବନ୍ଦୀ ହୋଇଛି । ବୈତରଣୀ ନଦୀର ପାଣି ସ୍ତର ୯.୫୨ ମିଟର ଥିବା ସଂକେତ ରେ, ବର୍ତମାନ ୧୨.୧୦ ମିଟରକୁ ପହଞ୍ଚିଛି
୨ଶୋ ହଜାରରୁ ଅଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । 23 ଦିନର ଶିଶୁକନ୍ୟାକୁ କଟକ ଷଷ୍ଠ ବାଟାଲିୟନ ଓଡ୍ରାଫ ଟିମ୍ ଦ୍ୱାରା ଉଦ୍ଧାର କରାଯାଇଛି । ଦଶରଥପୁର ଏବଂ ମଙ୍ଗଳପୁର ଥାନାର ପୁଲିସ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି
ଅହିୟାସ ଦରଘା ଗ୍ରାମରେ ପ୍ରାୟ ୫୦୦ ପରିବାର ଶତାଧିକ ଲୋକ ଫସି ରହିଛନ୍ତି । ସ୍ରୋତ ପ୍ରଖର ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି । ପ୍ରଶାସନ ପକ୍ଷରୁ ୬ଟି ଆଶ୍ରୟସ୍ଥଳୀରେ ୮୦୦ରୁ ଅଧିକ ଲୋକ ଆଶ୍ରୟ ନେଇ ସୁରକ୍ଷିତ ହୋଇଛନ୍ତି
ବରିଷ୍ଠ ବିଜେପି ନେତା ଗୌତମ ରାୟ କହିଛନ୍ତି, ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁଙ୍କୁ ବନ୍ୟା ମୁକାବିଲା ଦାୟିତ୍ୱ ଦିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ତ ଅବସ୍ଥା ବୁଝିବା ପରେ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page