ଘରେ ଘରେ ପିଠାପଣା, ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଭିଡ଼ :

Talk Always Truth

ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି
By -SUBHASMITA Aug 28 2025
ପଶ୍ଚିମ ଓଡ଼ିଶାରେ ଆଜି ପିଠା, କ୍ଷୀରି, ସାରୁଶାଗର ସୁଗନ୍ଧ ପ୍ରସରିତ। ଗଣପର୍ବ ନୂଆଁଖାଇ ଉପଲକ୍ଷେ ଘରେ ଘରେ ପରିବାର ଓ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗିଛି। ଗାଁଠୁ ସହର ପର୍ଯ୍ୟନ୍ତ ନୂଆଁଖାଇର ହଳଚଳ ପ୍ରତ୍ୟକ୍ଷ ହେଉଛି।
ସମ୍ବଲପୁରର ମା’ ସମଲେଶ୍ୱରୀ ମନ୍ଦିରରେ ହୋଇଥିବା ପ୍ରମୁଖ ଅନୁଷ୍ଠାନରେ ପ୍ରଥମେ ମା’ଙ୍କୁ ନବାନ୍ନ ଲାଗି, ପରେ ଭକ୍ତଙ୍କ ପାଇଁ ଦର୍ଶନ ଖୋଲାଗଲା। ସକାଳ ୧୦ଟା ୩୩ରେ ଆରମ୍ଭ ହୋଇଥିବା ପୂଜାରେ ୧୧୫ ପାର୍ଶ୍ୱଦେବଙ୍କୁ ମଧ୍ୟ ନବାନ୍ନ ଲାଗିଥିଲା। ପରେ ମଙ୍ଗଳ ଆଳତି ଓ ନୂଆଭୋଗର ବଣ୍ଟନ କରାଯାଇଥିଲା।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟନାରାୟଣ ମିଶ୍ର ସହିତ ଅନେକ ଗଣମାନ୍ୟ ଉପସ୍ଥିତ ଥିଲେ। ୨୯ ଜଣ ଜାତୀୟସ୍ତରର ସାମ୍ବାଦିକ ମଧ୍ୟ ନବାନ୍ନ ଗ୍ରହଣ କରିଥିଲେ।
ଗୃହେ ଗୃହେ ଲୋକେ ପ୍ରଥମେ କୁଳଦେବତାଙ୍କୁ ନୂଆ ଭୋଗ ଦେଇ, ପରେ ନୂଆ ଚାଉଳରେ ପକାଇଥିବା ପିଠା, କ୍ଷୀରି ଓ ସାରୁଶାଗ ଭୋଗ କରୁଛନ୍ତି। ଚାଷୀମାନେ ଜମିପୂଜା, କୁମ୍ଭାରମାନେ ନିଜ କୁମ୍ଭାର ଚକର ପୂଜା, ବିଭିନ୍ନ ବୃତ୍ତିର ଲୋକେ ନିଜ ପେଶାଗତ ଉପକରଣ ଓ ଯନ୍ତ୍ରପାତି ପୂଜା କରିଥାନ୍ତି।
ନୂଆଁଖାଇର ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, “ଏହି ପର୍ବ କେବଳ ଆନନ୍ଦର ନୁହେଁ, ଏହା ଆମ ସଂସ୍କୃତି, କୃଷିପ୍ରାଣତା ଓ ସମୂହୀୟ ସମ୍ମିଳନର ପ୍ରତୀକ।”

Socialtalknews


Talk Always Truth

Leave a Reply

Your email address will not be published. Required fields are marked *

You cannot copy content of this page