ଲଘୁଚାପ ପ୍ରଭାବରେ ୩୦ ଯାଏଁ ଅବିରତ ବର୍ଷା :

ମାଲକାନଗିରିରେ ଅରେଞ୍ଜ ୱାର୍ଣ୍ଣିଂ
By- SUBHASMITA Aug 27 2025
ଭୁବନେଶ୍ୱର, 27 ଅଗଷ୍ଟ 2025:
ରାଜ୍ୟରେ ବର୍ଷା ଲାଗିଥିବା ଅବସ୍ଥାରେ ବଙ୍ଗୋପସାଗରରେ ଆଜି ସକାଳେ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପାଣିପାଗ ବିଭାଗ କହିଛି, ଏହି ଲଘୁଚାପ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ସରିବା ସହ ଆସନ୍ତା ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ।
ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ 30–40 କି.ମି. ବେଗରେ ପବନ ବହିବା ଆଶଙ୍କା ରହିଛି। ଏହିକାରଣରୁ ମାଲକାନଗିରି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଅନ୍ୟାନ୍ୟ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା ଓ ପୁରୀ ଜିଲ୍ଲା ପାଇଁ ଯେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
୨୮ ଅଗଷ୍ଟରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ପଡ଼ିବା ଆଶଙ୍କା। ସାରା ଓଡ଼ିଶାରେ ୩୦ ଅଗଷ୍ଟ ପର୍ଯ୍ୟନ୍ତ

Socialtalknews

Leave a Reply

Your email address will not be published. Required fields are marked *

You cannot copy content of this page