ବିପଦ ସଙ୍କେତ ଟପିଲା; ୧୨ ପଞ୍ଚାୟତରେ ବନ୍ୟା ଆଶଙ୍କା
By -SUBHASMITA ସେପ୍ଟେମ୍ବରେ 4 2025
ଲଗାତାର ବର୍ଷାରେ ବାଲେଶ୍ବର ଜଳକା ନଦୀର ଜଳସ୍ତର ତିବ୍ର ଗତିରେ ବଢ଼ୁଛି । ମଥାନୀ ଠାରେ ସତର୍କ ସଙ୍କେତ ୬.୦୦ ମିଟର ଥିବା ବେଳେ, ବୁଧବାର ସକାଳ ୬ଟା ସମୟରେ ଜଳସ୍ତର ୬.୩୨ ମିଟରରେ ପ୍ରବାହିତ ହେବାରୁ ବିପଦ ସଙ୍କେତକୁ ଟପି ଯାଇଛି ।
ଗତ ତିନିଦିନ ଧରି ରାସଗୋବିନ୍ଦପୁର, ମୋରଡ଼ା, ଶୁଳିଆପଦା, ଚିତ୍ରଡା ସହିତ ଉପରମୁଣ୍ଡ ଅଞ୍ଚଳରେ ଲଗାଣ ବର୍ଷା ହୋଇଥିବାରୁ ଏହି ପରିସ୍ଥିତି ଉଦ୍ଭବିଛି । ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ—ମଥାନୀ, ବାହାର୍ଦା, କୁଡିଆ, ଦୁଧହଂସା, ବାସିଚକୁରାଇ, ଦରଡା, ମୁକୁଳିସି, ସଦନନ୍ଦପୁର, ବ୍ରାହ୍ମୁଣଦା, ବରୁଣଗଡିଆ ଓ ସଦର ବ୍ଲକର ୨ଟି ପଞ୍ଚାୟତ—ଶ୍ରୀରାମପୁର ଓ ରସଲପୁର ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।
ଏହା ସହ, ପାଣିପାଗ ବିଭାଗ କହିଛି ଯେ ଆଉ ଦୁଇଦିନ ଲଘୁଚାପ ଜନିତ ବର୍ଷା ଚାଲିଥିବାରୁ ବିଶେଷତଃ ଉତ୍ତର ଓ ଉପକୂଳ ଓଡ଼ିଶାରେ ଭାରି ବର୍ଷାର ସମ୍ଭାବନା ରହିଛି । କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ସମ୍ବଲପୁର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀଙ୍କୁ ୮ ସେପ୍ଟେମ୍ବର ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ସତର୍କ କରାଯାଇଛି ।
Socialtalknews