
By -Subhasmita
ଗଞ୍ଜାମ: ସ୍କୁଲର ପାଠପଢ଼ାର ସ୍ଥିତି ନେଇ ପୁନିଥରେ ପ୍ରଶ୍ନ ଉଠିଛି । ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍ ହଠାତ୍ ପାତ୍ରପୁର ବ୍ଲକ ସୁବର୍ଣ୍ଣପୁର ବିଦ୍ୟାଳୟ ପରିଦର୍ଶନ କଲାବେଳେ ଚମକପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଲା ।
ଜିଲ୍ଲାପାଳ ପିଲାଙ୍କୁ ବହି ପଢିବାକୁ କହିଥିଲେ । ଓଡ଼ିଆ ବହି ସୁଗମରେ ପଢିଥିଲେ ପିଲାମାନେ, କିନ୍ତୁ ଯେବେ ଇଂରାଜୀ ବହି ପଢିବାର କଥା ଆସିଲା, ଅଷ୍ଟମ ଶ୍ରେଣୀର ପିଲାମାନେ ମଧ୍ୟ ପଢିପାରିଲେନାହିଁ। କେହି କେହି ଅଳ୍ପଶବ୍ଦ ଉଚ୍ଚାରଣ କରିପାରିଲେ, ତେବେ ଅନ୍ୟମାନେ ସମ୍ପୁର୍ଣ୍ଣ ଚୁପ୍ ହୋଇଗଲେ ।
ଏହି ଦୃଶ୍ୟ ଦେଖି ଜିଲ୍ଲାପାଳ ତାଜୁବ୍ ହୋଇ ଶିକ୍ଷକଙ୍କୁ ପ୍ରଶ୍ନ କଲେ – “ଯେତେବେଳେ ଅଷ୍ଟମ ଶ୍ରେଣୀ ପିଲାମାନେ ବୋର୍ଡ ପରୀକ୍ଷା ଦେବେ, ସେମାନେ ଯଦି ସଠିକ୍ ଭାବେ ଇଂରାଜୀ ଶବ୍ଦ ମଧ୍ୟ ଉଚ୍ଚାରଣ କରିପାରୁନାହାନ୍ତି, ତେବେ ପାସ୍ କିପରି କରିବେ?”
ସେ ଶିକ୍ଷକମାନଙ୍କୁ ଦୁର୍ବଳ ପିଲାଙ୍କୁ ଅଧିକ ସମୟ ଦେବାକୁ ତାଗିଦ କରିଥିଲେ । ନହେଲେ, ଭବିଷ୍ୟତରେ ପିଲାଙ୍କ ଶିକ୍ଷା ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି ଜିଲ୍ଲାପାଳ ସତର୍କ କରିଥିଲେ ।