ବିଧାନସଭାରେ ଦୁଇଦଳୀୟ ହଙ୍ଗାମା, ପଞ୍ଚାୟତ କ୍ଷମତା ନେଇ ତର୍କ – ଗୃହ ୪ଟା ପର୍ଯ୍ୟନ୍ତ ମୁଲତବି :

By -SUBHASMITA ସେପ୍ଟେମ୍ବର 23 2025 ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଜି ପୁଣିଥରେ ହଙ୍ଗାମା ପରିସ୍ଥିତି ଦେଖାଦେଲା । ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିଜେଡି ବିଧାୟକମାନେ ଗୃହର ମଝିକୁ ଆସି ଅବରୋହଣ କରିଥିଲେ ଏବଂ ପଞ୍ଚାୟତ ପ୍ରତିନିଧିଙ୍କ ଆର୍ଥିକ କ୍ଷମତା ବୃଦ୍ଧି ପାଇଁ ଜୋରଦାର ଦାବି କରୁଥିଲେ । ଅନ୍ୟପଟେ, କଂଗ୍ରେସ ବିଧାୟକମାନେ ନିଜ ସ୍ଥାନରେ ଠିଆହୋଇ ‘ବିଜେଡି-ବିଜେପି ଭାଇ ଭାଇ’ ପ୍ଲାକାର୍ଡ ଦେଖାଇ ପ୍ରତିବାଦ କରିଥିଲେ । ଦୁଇପଟିଆ ହଙ୍ଗାମାରେ ସାଧାରଣ କାର୍ଯ୍ୟ ସ୍ୱାଭାବିକ … Read more

୧୫ ମାସରେ ୧୯୯ ଦୁର୍ନୀତି ବାବୁ ଧରା : ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ମାମଲା, ୨୦୨ କୋଟି ଜବତ କଲା ଭିଜିଲାନ୍ସ :

By -SUBHASMITA ସେପ୍ଟେମ୍ବର 2025 ଭୁବନେଶ୍ୱର : ଗତ ୧୫ ମାସରେ ରାଜ୍ୟ ଭିଜିଲାନ୍ସ ବିଭାଗ ମୋଟ ୧୯୯ ଜଣ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ମାମଲାରେ ଧରିଛି। ଏହି ସମୟରେ ୭୭ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିବା ବେଳେ ୧୨୨ଟି ଲାଞ୍ଚ ନେବା ମାମଲା ମଧ୍ୟ ରଜିଷ୍ଟ୍ରି କରାଯାଇଛି। ମୋଟ ୨୦୨.୫୮ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ସୂଚନା ଦେଇ କହିଛନ୍ତି, ୨୦୨୪ … Read more

ନୂଆ GST ସ୍ଲାବ୍‌ରେ ଗାଡ଼ି-ବାଇକ୍ ଶସ୍ତା :

By – SUBHASMITA ସେପ୍ଟେମ୍ବର 22 2025 ଭୁବନେଶ୍ୱର: ଦେଶରେ ଆଜିଠୁ ନୂଆ GST ସ୍ଲାବ୍ କାର୍ଯ୍ୟକାରୀ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଏହାର ଘୋଷଣା କରିଥିଲେ । ଏହା ଅନୁଯାୟୀ ବର୍ତ୍ତମାନ କେବଳ ୫% ଓ ୧୮% GST ଲାଗୁ ହେବା ସହିତ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦% GST ରହିବ । କାର ଦରରେ ବଡ଼ ପରିବର୍ତ୍ତନ: ମାରୁତି ସୁଜୁକି, ଟାଟା ମୋଟର୍ସ, ମହିନ୍ଦ୍ରା, ହୁଣ୍ଡାଇ, ହୋଣ୍ଡା, ରୟାଲ … Read more

ରତ୍ନଭଣ୍ଡାର ସ୍ଥାନାନ୍ତର: କାଲି ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

By -SUBHASMITA ସେପ୍ଟେମ୍ବର 22 2025 ପୁରୀ: କାଲି (ମଙ୍ଗଳବାର) ସକାଳ ୧୦ଟାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ମୁଖ୍ୟତଃ ରତ୍ନଭଣ୍ଡାର ସ୍ଥାନାନ୍ତର ପାଇଁ ଏହି ବ୍ୟବସ୍ଥା ନିଆଯାଇଛି। ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମାପ୍ତ ହେବା ପରେ, ବର୍ତ୍ତମାନ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସମସ୍ତ ପ୍ରକ୍ରିୟା ହେବ। ଏହି ସମୟରେ ନାଟମଣ୍ଡପ ଏବଂ ଜଗମୋହନ ପରିସରକୁ ଶୋଧ … Read more

ରାଜ୍ୟରେ ପୁଣି ଖୋଲିବ ୭୦ଟି ବନ୍ଦ ମଦ ଦୋକାନ, ୪ଟି ନୂଆ ଠିପି ଓ ୩ଟି କାରଖାନା ପ୍ରସ୍ତାବରେ :

By -SUBHASMITA ସେପ୍ଟେମ୍ବର 20 2025 ଭୁବନେଶ୍ୱର: ଓଡ଼ିଶାରେ ବନ୍ଦ ଥିବା ମଦ ଦୋକାନଗୁଡ଼ିକୁ ପୁଣି ଖୋଲିବାକୁ ସରକାର ସିଦ୍ଧାନ୍ତ ନେଇଛି । ବିଭାଗ ତରଫରୁ ୭୦ଟି ବନ୍ଦ ଦୋକାନ ପୁନରୁଦ୍ଧାର ପାଇଁ ଅନୁମତି ମିଳିଛି । ସେଥିପାଇଁ ୪ଟି ନୂଆ ଠିପି ଖୋଲା ଦୋକାନ ଏବଂ ୩ଟି ନୂଆ ମଦ କାରଖାନା ପାଇଁ ପ୍ରସ୍ତାବ ରହିଛି । ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏହା ସୂଚନା ଦେଇଛନ୍ତି … Read more

୧୦୫ ବର୍ଷର ବୃଦ୍ଧଙ୍କୁ ଅଟୋରେ ଟେକାଇ ପଞ୍ଚାୟତ କାର୍ଯ୍ୟାଳୟ – ଭତ୍ତା ପାଇଁ ଅଜବ ନିୟମରେ ଉଠିଲା ପ୍ରଶ୍ନ :

By -SUBHASMITA ସେପ୍ଟେମ୍ବର 20 2025 ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକର ବାଲିପାଟ ଗାଁରେ ୧୦୫ ବର୍ଷର ବୃଦ୍ଧ ଶୁକୃ ଦଳେଇଙ୍କୁ ଭତ୍ତା ପାଇଁ ଅଟୋରେ ଟେକାଇ ପଞ୍ଚାୟତ କାର୍ଯ୍ୟାଳୟକୁ ଆଣିବାକୁ ପଡ଼ିଲା। ବୃଦ୍ଧଜନ ଅଣ୍ଟା ଭାଙ୍ଗି ବର୍ଷଗୁଡ଼ିକ ଧରି ଶଯ୍ୟାଶାୟୀ ହୋଇ ଅଛନ୍ତି। ସାଧାରଣତଃ ତାଙ୍କର ନାତି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ନେଇଆସୁଥିଲେ। କିନ୍ତୁ ଏଥର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିଲେ – “ଶୁକୃ ସ୍ବୟଂ କାର୍ଯ୍ୟାଳୟକୁ ଆସି ଫଟୋ ଉଠେଇଲେ ମାତ୍ରେ ଭତ୍ତା … Read more

ବିଧାନସଭା ମୌସୁମୀ ଅଧିବେଶନରେ ରାଜନୀତିକ ତୁଫାନ : କଂଗ୍ରେସ ଅନାସ୍ଥା, ବିଜେଡିର ଆଭିମୁଖ୍ୟ ଅସ୍ପଷ୍ଟ :

By -SUBHASMITA ସେପ୍ଟେମ୍ବର 19 2025 ଭୁବନେଶ୍ୱର, ସେପ୍ଟେମ୍ବର ୧୯ : ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ଦ୍ବିତୀୟ ଦିନ। ପ୍ରଥମ ଦିନରେ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ନୋଟିସ୍‌ ଦାଖଲ କରିଥିଲା। ୧୪ଜଣ କଂଗ୍ରେସ ବିଧାୟକ ଓ ଜଣେ ସିପିଆଇ(ଏମ୍‌) ବିଧାୟକ ଏଥିରେ ସହି କରିଛନ୍ତି। ସଂଖ୍ୟାରେ ପ୍ରସ୍ତାବ ପାସ୍‌ ହେବାର ସମ୍ଭାବନା କମ୍‌, ତଥାପି ଏହି ନୋଟିସ୍‌ ରାଜ୍ୟରେ ରାଜନୀତିକ ଚର୍ଚ୍ଚାକୁ ତିବ୍ର କରିଦେଇଛି। ବିଜେଡିର ଦ୍ବନ୍ଦ୍ବ ଅନାସ୍ଥାକୁ ନେଇ ବିଜେଡି ସ୍ପଷ୍ଟ … Read more

ସୁନା-ରୁପା ମୂଲ୍ୟରେ ହ୍ରାସ: କିଣିବା ପୂର୍ବରୁ ଦେଖନ୍ତୁ ଆଜିର ଦାମ

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, 18 ସେପ୍ଟେମ୍ବର 2025 – ଆଜି ସୁନା ଓ ରୁପାର ଦରରେ ସାମନ୍ୟ ପରିବର୍ତ୍ତନ ହୋଇଛି। ଗହଣା କିଣିବା ପୂର୍ବରୁ ନଜର ପକାଇଲେ, ସହର ଅନୁସାରେ ମୂଲ୍ୟରେ କିଛି ତଫାତ ଦେଖିବେ। ଭାରତୀୟ ବଜାରରେ ଆଜି ୨୪ କ୍ୟାରେଟ ସୁନା 10 ଗ୍ରାମ ପିଛା ₹1,11,170 ରହିଛି। ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ₹1,01,900 ରହିଛି। ଭୁବନେଶ୍ୱର: ୨୪ କ୍ୟାରେଟ – ₹1,11,170, ୨୨ କ୍ୟାରେଟ – … Read more

୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ, ବିଶ୍ୱ ରେକର୍ଡ ସୃଷ୍ଟି କଲା ଓଡିଶା

By -SUBHASMITA ସେପ୍ଟେମ୍ବର 18 2025 ଭୁବନେଶ୍ୱର, ୧୮/୯: ପରିବେଶ ସୁରକ୍ଷା ଓ ସବୁଜ Odisha ଗଠନରେ ଇତିହାସ ଗଢିଲା ରାଜ୍ୟ । “ଏକ ପେଡ୍‌ ମା କେ ନାମ” ଅଭିଯାନର ଦ୍ୱିତୀୟ ସଂସ୍କରଣରେ ବୁଧବାର ମାତ୍ର ୧୨ ଘଣ୍ଟାରେ ୧.୫ କୋଟି ଚାରାରୋପଣ କରି ଗିନିଜ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ‌ରେ ନାମ ଲେଖାଇଲା ଓଡିଶା । ଏହି ଅଭିଯାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଆୟୋଜିତ ହୋଇଥିଲା । ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ୭୫ … Read more

ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ :

୩୦ ପ୍ଲାଟୁନ୍ ପୁଲିସ୍ ମୁତୟନ, ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା By – SUBHASMITA ସେପ୍ଟେମ୍ବର 17 2025 ଭୁବନେଶ୍ୱର : ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନକୁ ସୁଚାରୁ ଭାବେ ପରିଚାଳନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁଲିସ୍ ଡିଜି ସ୍ୱୟଂ ସୁରକ୍ଷା ପ୍ରସ୍ତୁତିର ଯାଞ୍ଚ କରିଛନ୍ତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ୍‌କୁ ମୁତୟନ କରାଯାଇଛି । ସହିତେ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, … Read more